ବାର୍ସେଲୋନା ଛାଡିବେନି ବ୍ରାଜିଲ୍‌ର ଷ୍ଟାର ଫୁଟବଲର ଫିଲିପେ କୋଟିନୋ

Published: Apr 8, 2019, 3:45 pm IST
philippe kotino dont leave barcelona

ବ୍ରାଜିଲ୍‌ର ଷ୍ଟାର ଫୁଟବଲର ଫିଲିପେ କୋଟିନୋ ନିଜର ସ୍ପାନିଶ ଲିଗ୍‌ କ୍ଲବ୍‌ ଟିମ୍‌ ବାର୍ସେଲୋନା ଛାଡିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ବର୍ତ୍ତମାନ ନିକଟ ଭବିଷ୍ୟତରେ ଦଳ ଛାଡିବାର କୌଣସି ଯୋଜନା ନାହିଁ ବୋଲି କୋଟିନୋ ପ୍ରକାଶ କରିଛନ୍ତି। ୨୦୧୮ରେ ଚୁକ୍ତି ବିବାଦକୁ ଜାନୁୟାରୀ ୨୦୧୯ରେ କୋଟିନୋ ଦଳ ଛାଡିବା ନେଇ ଚର୍ଚ୍ଚା ହୋଇଥିଲା। ମାତ୍ର ଦଳ ପରିବର୍ତ୍ତନ ସମ୍ଭାବନାକୁ ଖଣ୍ଡନ କରିଛନ୍ତି କୋଟିନୋ। ଲିଭରପୁଲ୍‌ରୁ ଜାନୁୟାରୀ ୨୦୧୮ରେ ୧୬୦ମିଲିୟନ୍‌ରେ କୋଟିନୋଙ୍କୁ ବାର୍ସା କିଣିଥିଲା। ଏହି ବ୍ରାଜିଲିଆନ୍‌ ମିଡ୍‌ଫିଲ୍ଡରଙ୍କୁ କିଣିବା ପାଇଁ ଇଂଲିଶ ପ୍ରିମିୟର ଲିଗ୍‌ର ଅନେକ ଦଳ ଆଗ୍ରହୀ ରହିଥିବା ଜଣାପଡିଛି। ମାଞ୍ଚେଷ୍ଟର ୟୁନାଇଟେଡ୍‌ ଏବଂ ଚେଲ୍‌ସୀ କୋଟିନୋଙ୍କୁ ନେବା ପାଇଁ ଆଗ୍ରହୀ। ସୂଚନାଯୋଗ୍ୟ ବାର୍ସେଲୋନା ପାଇଁ ନିଜର ଦ୍ବିତୀୟ ସିଜିନ୍‌ ଖେଳୁଥିବା କୋଟିନୋ ୫ଲା ଲିଗା ଗୋଲ୍‌ ସହିତ ସମୁଦାୟ ୧୦ଟି ଗୋଲ୍‌ ସ୍କାେର କରିଛନ୍ତି। ଏହା ମଧ୍ୟରେ ଦଳ ଚାମ୍ପିୟନ୍ସ ଲିଗ୍‌ ଏବଂ କୋପା ଡେଲ୍‌ ରେ ଟ୍ରେବଲ୍‌ ଟ୍ରଫି ହାସଲରେ ସକ୍ଷମ ହୋଇଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

 

Related posts