
ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଆଜି ଯାଜପୁର ଜିଲ୍ଲାପାଳ ଦୁଇ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏହା ସହିତ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ଦୁଇ କର୍ମଚାରୀ ହେଲେ ବୈକୁଣ୍ଠନାଥ ମଲ୍ଲିକ ଓ ଜନାର୍ଦ୍ଦନ ପୃଷ୍ଟି। ବୈକୁଣ୍ଠନାଥଙ୍କୁ ବିଞ୍ଝାରପୁରର ୧୯୧ ନମ୍ବର ବୁଥ୍ର ପ୍ରିଜାଇଡିଂ ଅଫିସର ଭାବେ ଓ ଜନାର୍ଦ୍ଦନ, ସୁକିନ୍ଦାର ୧୯୬ ନମ୍ବର ବୁଥ୍ରେ ଚତୁର୍ଥ ପୋଲିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ।