Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»୧୨ରେ ଓକିଲ ସଂଘ ନିର୍ବାଚନ: ବ୍ରହ୍ମପୁରର କୋର୍ଟ ପରିସର ବେଶ୍ ସରଗରମ
ଆଞ୍ଚଳିକ

୧୨ରେ ଓକିଲ ସଂଘ ନିର୍ବାଚନ: ବ୍ରହ୍ମପୁରର କୋର୍ଟ ପରିସର ବେଶ୍ ସରଗରମ

December 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆସନ୍ତା ଡ଼ିସେମ୍ବର ୧୨ରେ ଓକିଲ ସଂଘ ନିର୍ବାଚନ ହେବାକୁ ଯାଉଛି। ଯାହାକୁ ନେଇ ବର୍ତ୍ତମାନ ବ୍ରହ୍ମପୁରର କୋର୍ଟ ପରିସର ବେଶ୍ ସରଗରମ ଦେଖିବାକୁ ମିଳିଛି। କରୋନାକୁ ଆଖି ଆଗରେ ରଖି ହେବାକୁ ଥିବା ଓକିଲ ସଂଘ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା। ବର୍ତ୍ତମାନ ତିନିମାସ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ବ୍ରହ୍ମପୁର ସମେତ ଗଂଜାମ ଜିଲ୍ଲାର ସମସ୍ତ କୋର୍ଟର ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହେବ।

ଏଠାରେ ସୂଚନାଥାଉକି ବ୍ରହ୍ମପୁର ଓକିଲ ସଂଘ ନିର୍ବାଚନରେ ମୋଟ ବିଭିନ୍ନ ପଦପଦବି ପାଇଁ ୧୦ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବାବେଳେ ସଭାପତି ପଦ ପାଇଁ ବରିଷ୍ଠ ଆଇନଜୀବୀ କପିଳ ପଟ୍ଟନାୟକ ଏବଂ ବଂଶିଧର ପାଳ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଂପାଦକ ପାଇଁ ବରିଷ୍ଠ ଆଇନଜୀବୀ ପ୍ରଦୀପ ବେହେରା ଏବଂ ରାମକୃଷ୍ଣ ମହାରଣା ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ନିର୍ବାଚନକୁ ଓଡ଼ିଶା ବାର୍ କାଉନ୍‌ସିଲ ପରିଚାଳନା କରୁଥିବାବେଳେ ଏହି ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ନୟନ ମହାପାତ୍ର କାର୍ଯ୍ୟ ନିର୍ବାହ କରିବେ।

ବ୍ରହ୍ମପୁର ବାର୍‌ର ୧୩୩୩ ଜଣ ଭୋଟ ଦେବାର କାର୍ଯ୍ୟକ୍ରମ ଅଛି। ୧୨ ତାରିଖ ସକାଳ ୮ ଘଣ୍ଟାଠାରୁ ୪ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ। ୪ଟା ପରେ ଭୋଟ ଗଣତି ହୋଇ ସେହିଦିନ ହିଁ ଅପରାହ୍ନରେ ଫଳାଫଳ ଘୋଷିତ ହେବ। ଯାହାକି ଆସନ୍ତା ବର୍ଷ ତଥା ମାର୍ଚ୍ଚ ୨୧, ୨୦୨୧ ଯାଏଁ ଏମାନଙ୍କର କାର୍ଯ୍ୟକାଳ ରହିବ ଏବଂ ପୁଣିଥରେ ବିଜ୍ଞପ୍ତି ପ୍ରକାଶ ପାଇ ନିର୍ବାଚନ ହେବାର କାର୍ଯ୍ୟସୂଚୀ ରହିଛି।

ବର୍ତ୍ତମାନ କରୋନା ସମୟରେ ନିର୍ବାଚନ ବିଜ୍ଞପ୍ତି ଜାରି ହେବା ପରେ ସ୍ଥଗିତ ରଖାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁଧାଂଶୁ ପଣ୍ଡାଙ୍କୁ ସଂପାଦକ ଦାୟିତ୍ୱ ତୁଲାଇବା ପାଇଁ ଓଡ଼ିଶା ବାର୍ କାଉନ୍‌ସିଲ ନିର୍ଦ୍ଦେଶ ଦେଇଥିଲା। ଯାହାକି ଏହି ନିର୍ବାଚନ ସରିବା ପରେ ସୁଧାଂଶୁ ପଣ୍ଡା ନବ ନିର୍ବାଚିତ ସଂପାଦକଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିବେ।

ନିର୍ବାଚନକୁ ଆଖି ଆଗରେ ରଖି ଆଇନଶୃଙ୍ଖଳାକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି। ବର୍ତ୍ତମାନ ବ୍ରହ୍ମପୁର କୋର୍ଟ ପରିସର ନିର୍ବାଚନ ପାଇଁ ସରଗରମ ହୋଇଥିବା ଦେଖିବାକୁ ମିଳିଛି। ପ୍ରାର୍ଥୀମାନେ ନିଜ ନିଜର ଲବି ଜାହିର କରିଛନ୍ତି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ସଭାପତି ପାଇଁ କପିଲ ପଟ୍ଟନାୟକଙ୍କ ପଲା ଭାରି ଥିବାବେଳେ ସଂପାଦକ ପାଇଁ ପ୍ରଦୀପ ବେହେରାଙ୍କ ପଲା ଭାରି ରହିଥିବା ଚର୍ଚ୍ଚା ହେଉଛି।

ଓକିଲ ସଂଘ ନିର୍ବାଚନ ବ୍ରହ୍ମପୁର କୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026
Latest News

ଅଗଷ୍ଟ ୨୪ ତାରିଖ ରାଶିଫଳ: ସାତୋଟି ରାଶିର ବ୍ୟକ୍ତିଙ୍କ ଖୋଲିଲା ଭାଗ୍ୟ

August 24, 2026

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହାତାହାତି

August 23, 2026

ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା

August 23, 2026

ଆସନ୍ତାକାଲି ନବରଙ୍ଗପୁରରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

August 23, 2026

ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.