Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦୁର୍ଘଟଣାଗସ୍ତ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା ପାଇଁ ପିପୁଲ୍ସ ଫର୍ ଦି ପବ୍ଲିକ୍‌ର ଦାବିପତ୍ର ପ୍ରଦାନ
ଆଞ୍ଚଳିକ

ଦୁର୍ଘଟଣାଗସ୍ତ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା ପାଇଁ ପିପୁଲ୍ସ ଫର୍ ଦି ପବ୍ଲିକ୍‌ର ଦାବିପତ୍ର ପ୍ରଦାନ

December 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ସଂପ୍ରତି ପ୍ରାଣୀମାନଙ୍କ ସୁରକ୍ଷା, ଚିକିତ୍ସା ଓ ଲାଳନପାଳନ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମ୍ ଥିଲେ ମଧ୍ୟ ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ତାହା କାର୍ଯ୍ୟକାରୀ ହେଉନାହିଁ। ୨୦୧୬-୧୭ ମସିହାରେ ସରକାର ପ୍ରାଣୀ ଚିକିତ୍ସା ପାଇଁ ହେଲପଲାଇନ୍ ପ୍ରଚଳନ କରିଥିଲେ ଯାହାକି କେବଳ ସକାଳ ୮ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ। ରାତିରେ ଘଟୁଥିବା ଦୁର୍ଘଟଣାରେ କୌଣସି ପଶୁପକ୍ଷୀ ଗୁରୁତର ହେଲେ ସେମାନଙ୍କ ଜରୁରୀ ଚିକିତ୍ସା କିମ୍ବା ରକ୍ଷଣାବେକ୍ଷଣ ହୋଇପାରୁନାହିଁ। ଟ୍ୟାଗ ଲାଗିଥିବା ଗୋରୁଗାଈଙ୍କୁ ମାଲିକମାନେ ଖିର ବାହାର କରିବା ପରେ ରାଜରାସ୍ତାକୁ ଛାଡ଼ି ଦେବା ଦ୍ୱାରା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଗୋରୁଗାଈମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଏ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପିପୁଲସ ଫର ଦି ପବ୍ଲିକ୍ ଅନୁଷ୍ଠାନର କର୍ମକର୍ତ୍ତାମାନେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।

ଟ୍ୟାଗ ଗୋରୁଗାଈଙ୍କୁ ରାସ୍ତାରୁ ହଟାଇବା ତଥା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମାଲିକଙ୍କୁ ସଚେତନତା କରିବା, ୨୪ ଘଣ୍ଟିଆ ଟୋଫ୍ ଫ୍ରି ହେଲ୍ପଲାଇନ୍ ସହ ଆମ୍ବୁଲାନସ ବ୍ୟବସ୍ଥା କାର୍ଯ୍ୟକାରୀ କରିବା, ଟୋଲ୍ ଫ୍ରି ନମ୍ବର ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା, ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସର୍ବସାଧାରଣ ସ୍ଥାନରେ ଏହି ନମ୍ବରକୁ ଡ଼ିସ୍‌ପ୍ଲେ କରିବା, ଦୁର୍ଘଟଣାର ଶିକାର ହେଉଥିବା ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ଏକ ଅନ୍ତଃବିଭାଗ ସରକାରୀ ଚିକିତ୍ସାଳୟ (ଇନ୍‌ଡ଼ୋର) ବ୍ରହ୍ମପୁର ଠାରେ ପ୍ରତିଷ୍ଠା କରିବା ନେଇ ଦାବି ପତ୍ର ପ୍ରଦାନ କରାଯାଇଥିଲା।

ଦାବିପତ୍ର ପ୍ରଦାନ ସମୟରେ ପିପୁଲ ଫର୍ ଦି ପବ୍ଲିକ୍‌ର ସଭାପତି ଡ. ସୁବ୍ରତ ସାହୁ, ସଂପାଦକ ସତୀଶ ପାଣିଗ୍ରାହୀ, ମୁଖ୍ୟ ପୃଷ୍ଠପୋଷକ ହେମାଙ୍ଗ ପ୍ରସାଦ ରାଉଳ, ଉପଦେଷ୍ଟା ଶିଶିର ପାଣିଗ୍ରାହୀ, ମିଡ଼ିଆ କୋଡ଼ିନେଟର ବିଶ୍ୱନାଥ ମାରଣା, ଯୁବ କୋଡ଼ିନେଟର ଦିନେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଦାବିପତ୍ର ପିପୁଲ୍ସ ଫର୍ ଦି ପବ୍ଲିକ୍‌ ପ୍ରାଣୀଙ୍କ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026
Latest News

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.