Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା ଲାଗି ପିପୁଲ୍ ଫର ପବ୍ଲିକ ତରଫରୁ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦାବି ପତ୍ର ପ୍ରଦାନ
ଆଞ୍ଚଳିକ

ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା ଲାଗି ପିପୁଲ୍ ଫର ପବ୍ଲିକ ତରଫରୁ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦାବି ପତ୍ର ପ୍ରଦାନ

December 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ସମ୍ପ୍ରତି ପ୍ରାଣୀ ମାନଙ୍କର ସୁରକ୍ଷା, ଚିକିତ୍ସା ଓ ଲାଳନ ପାଳନ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍କିମ ଥିଲେ ମଧ୍ୟ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ତାହା କାର୍ଯ୍ୟକାରୀ ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ବର୍ତ୍ତମାନ ବ୍ରହ୍ମପୁରଠାରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ମୌଳିକ ସେବା ମାନ ବନ୍ଦ ରହିଛି। ଯାଦ୍ବାରା ବ୍ରହ୍ମପୁରର ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ଯେଉଁମାନେ ଗୃହପାଳିତ ପଶୁ ରଖିଛନ୍ତି, ସେହି ପଶୁମାନଙ୍କ ରୋଗ ବ୍ୟାଧି ହେଲେ କିମ୍ବା ରାତିରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ରେଗୁଲାର ପ୍ରାଣୀ ଚିକିତ୍ସକ ଓ ଆବଶ୍ୟକତା ଅନୁଯାୟୀ କର୍ମଚାରୀ ପୋଷ୍ଟିଂ ହୋଇନାହାନ୍ତି। ସେପରି ରାଜରାସ୍ତାରେ ବୁଲି ଜୀବନ ବିତାଉଥିବା ପ୍ରାଣୀମାନଙ୍କର ସମ ଦଶା ହେଉଛି। ପ୍ରାଣୀ ଚିକିତ୍ସା ପାଇଁ ହେଲ୍ପଲାଇନ ରାଜ୍ୟ ସରକାର ୨୦୧୭-୧୮ ରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଲାଗୁ କରିଥିଲେ ମଧ୍ୟ ସନ୍ଧ୍ୟା ଛଅଟା ପରେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ଯାହାଦ୍ଵାରା ପ୍ରାଣୀ ମାନେ ଦୁର୍ଘଟଣା କିମ୍ବା ବିପଦପୂର୍ଣ୍ଣ ପରିସ୍ଥିତିରେ ପଡିଲେ ଅଗ୍ନି ସେବା ବିଭାଗର ସାହାଯ୍ୟ ଲୋଡିବାକୁ ପଡୁଛି। ଯାହା ନିୟମ ବର୍ହିଭୂତ ଅଟେ।

ସେପରି ଦୁର୍ଘଟଣା କିମ୍ବା କୌଣସି ରୋଗରେ ପ୍ରାଣୀମାନେ ଆକ୍ରାନ୍ତ ହେଲେ, ସେମାନଙ୍କ ରେଗୁଲାର ଚିକିତ୍ସା କରିବା ପାଇଁ କୌଣସି ଇଣ୍ଡୋର ଚିକିତ୍ସାଳୟର ସୁବିଧା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ନାହିଁ। ତେଣୁ ତୁରନ୍ତ ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା, ରେଗୁଲାର ପ୍ରାଣୀ ଚିକିତ୍ସକ ନିଯୁକ୍ତି ଓ ଚବିଶି ଘଣ୍ଟିଆ ଟୋଲ ଫ୍ରି ହେଲ୍ପଲାଇନ ସହ ଆବଶ୍ୟକ ଭିତ୍ତିଭୂମି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସୃଷ୍ଟି କରିବା ପାଇଁ ପିପୁଲ୍ ଫର ପବ୍ଲିକ ତରଫରୁ ପଶୁପାଳନ ଓ ଡାୟରୀ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

ଏହି ଦାବି ପତ୍ର ପିପୁଲ ଫର ଦି ପବ୍ଲିକ୍ ର ସଭାପତି ଡ଼ଃ ସୁବ୍ରତ ସାହୁ, ସମ୍ପାଦକ ସତୀଶ୍ ପାଣିଗ୍ରାହୀ, ମୁଖ୍ୟ ପୃଷ୍ଠପୋଷକ ହେମାଙ୍ଗ ରାଉଳ, ଉପଦେଷ୍ଟା ଶିଶିର ପାଣିଗ୍ରାହୀ, ମିଡ଼ିଆ କୋଡିନେଟର ବିଶ୍ବନାଥ ମହାରଣା, ଯୁବ କୋଡିନେଟର ଦିନେଶ ପଟ୍ଟନାୟକ, ଅଞ୍ଜଳି ମହାନ୍ତି, ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରାଣୀଙ୍କ ସୁରକ୍ଷା ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପ୍ରଦୀପ ପାଣିଗ୍ରାହୀ

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026
Latest News

ଇରାନ ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ: ପ୍ରତିଶୋଧ ନେବାକୁ ଚେତାବନୀ ଦେଲା UAE

July 14, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

July 14, 2026

ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଯୁବ ରେଡ଼କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

July 14, 2026

ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

July 14, 2026

ପିସି-ପିଏନଡିଟି ଆଇନ ଉଲ୍ଲଙ୍ଘନ ଅଭିଯୋଗ: ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.