Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦିନିକିଆ ବ୍ରହ୍ମପୁର ଗସ୍ତ: ସିଟିଟିସି ସଂପ୍ରସାରଣ କେନ୍ଦ୍ର ଉଦ୍‌ଘାଟିତ
ଆଞ୍ଚଳିକ

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦିନିକିଆ ବ୍ରହ୍ମପୁର ଗସ୍ତ: ସିଟିଟିସି ସଂପ୍ରସାରଣ କେନ୍ଦ୍ର ଉଦ୍‌ଘାଟିତ

December 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ, ମତ୍ସ୍ୟ ଓ ପଶୁସଂପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ସରକାରୀ ଆଇଟିଆଇରେ ଏକ ସିଟିଟିସି ସଂପ୍ରସାରଣ କେନ୍ଦ୍ରକୁ ଉଦ୍‌ଘାଟିତ କରିଥିଲେ। ୨୦ କୋଟି ବ୍ୟୟରେ ନିର୍ମିତ ଏହି ଦକ୍ଷତା ବିକାଶ ସିଟିଟିସି କେନ୍ଦ୍ରଟି ଉଦ୍‌ଘାଟିତ ହେବା ଦ୍ୱାରା ଆଗାମୀ ଦିନରେ ଯୁବ ସମାଜ ଓ ଶିଳ୍ପ କ୍ଷେତ୍ରର ପ୍ରଶିକ୍ଷଣରେ ଏହା ସହାୟ ହୋଇପାରିବ। ଏଠାରେ ଏକମାସଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ବିଦ୍ୟାର୍ଥୀମାନେ ଅଧ୍ୟୟନ କରିପାରିବେ। ଶିଳ୍ପକ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିପାରିବେ।

ଏହି ଅବସରରେ ବିଭାଗୀୟ ମୁଖ୍ୟ ଏଲ୍‌. ରାଜଶେଖର, ଏମ୍‌ଏସ୍‌ଏମ୍‌ଇର ମ୍ୟାନେଜର ଡ. ଏସ୍‌କେ କରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ ବିଜେପିର ବହୁ ନେତା ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିଲେ। ପୂର୍ବରୁ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଆର୍‌. ଉଦୟଗିରିରୁ ଅପରାହ୍ନ ୩ ଘଣ୍ଟା ସମୟରେ ବ୍ରହ୍ମପୁରକୁ ଆସି ସର୍କିଟ ହାଉସ୍‌ରେ ପହଞ୍ଚିଥିଲେ। ଏହି ଅବସରରେ ଗଂଜାମ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବରିଷ୍ଠ ନେତା ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗ୍ୟୁ ବକ୍ସିପାତ୍ର, ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶ୍ରୀ ଷଡ଼ଙ୍ଗୀ ଭାରତୀୟ ଜନତା ପାର୍ଟିକୁ ଜିଲ୍ଲାରେ କିଭଳି ମଜଭୁତ କରାଯାଇପାରିବ ସେ ନେଇ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବା ସହ ଗୁରୁମନ୍ତ୍ର ମଧ୍ୟ ପ୍ରଦାନ କରିଥିଲେ।

ସର୍କିଟ ହାଉସ୍‌ରେ ବିଭିନ୍ନ ସମସ୍ୟା ନେଇ ଆସିଥିବା ବ୍ୟକ୍ତିବିଶେଷମାନେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କୁ ସାକ୍ଷାତ କରି ନିଜ ଅଂଚଳର ସମସ୍ୟା ବିଷୟରେ କହିଥିଲେ। ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଶାନ୍ତ ଭାବେ ସମସ୍ତ ସମସ୍ୟା ଶୁଣିବା ପରେ ସେମାନଙ୍କ ଦାବିପତ୍ରଗୁଡ଼ିକୁ ଗ୍ରହଣ ମଧ୍ୟ କରିଥିଲେ।

ପରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ବିଜେପି ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ଗାନ୍ଧିନଗର ସ୍ଥିତ ବାସଭବନକୁ ଆସି ସ୍ୱର୍ଗତ ଶ୍ରୀମତୀ ପତିଙ୍କ ପଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ସମବେଦନା ଜଣାଇଥିଲେ। ଏହିଭଳି ଘଟଣାକୁ ନେଇ ସେ ମର୍ମାହତ, ଦୁଃଖିତ ବୋଲି କହିଥିଲେ। ଏହି ସମୟରେ ଜିଲ୍ଲା ସଭାପତି ଶ୍ରୀ ଜେନା ଏବଂ ବରିଷ୍ଠ ନେତା ଭୃଗୁବକ୍ସିପାତ୍ର ମଧ୍ୟ ଉପସ୍ଥିତ ଥିଲେ।

ଏହାସହ କୋର୍ଟପେଟା ଛକଠାରେ ବିଜେପି ନେତା ରାମକୁମାର ପାତ୍ରଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱାଗତ କରାଯାଇଥିଲା। ଏହାସହ ଜିଲ୍ଲାର ବହୁ ମତ୍ସ୍ୟଜୀବୀ ଏବଂ କିଆଫୁଲ ଚାଷୀ ମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କ ସୁବିଧା ଅସୁବିଧା ଗୁଡ଼ିକ ଜଣାଇଥିଲେ।

ଉଦ୍‌ଘାଟିତ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026
Latest News

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.