Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ଜିଲ୍ଲାରେ ୨୦୨୦-୨୧ ଖରିଫ୍ ବର୍ଷ ପାଇଁ ପ୍ରଥମ ଧାନମଣ୍ଡି ଉଦଘାଟିତ
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ ୨୦୨୦-୨୧ ଖରିଫ୍ ବର୍ଷ ପାଇଁ ପ୍ରଥମ ଧାନମଣ୍ଡି ଉଦଘାଟିତ

January 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଚାଟରା କୃଷକ ବଜାର ଠାରେ କଣ୍ଟାବଲ୍ଲଭପୁର ପ୍ରାଥମିକ କୃଷି ସମବାୟ ସମିତି ଆନୁକୂଲ୍ୟରେ ଜଗତସିଂହପୁର ଜିଲ୍ଲାରେ ୨୦୨୦-୨୧ ଖରିଫ ବର୍ଷ ନିମନ୍ତେ ପ୍ରଥମ ଧାନମଣ୍ଡି ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଲେ ଏବର୍ଷ ଚାଷୀମାନେ ଏଫ୍.ଏ.କ୍ୟୁ ଧାନ ଆଣି ମଣ୍ଡିରେ ପ୍ରଦାନ କରିବେ। ଚାଷୀଙ୍କ ଧାନକୁ ଯେପରି ମଣ୍ଡିରେ ବେଶୀଦିନ ପକା ନଯାଏ, ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଧାନମଣ୍ଡିର ଶୁଭ ଉଦଘାଟନ କରିବା ଅବସରରେ ଆୟୋଜିତ ସଭାରେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ଯୋଗଦେଇ କହିଲେ ଆଜି ଜିଲ୍ଲାରେ ଜଗତସିଂହପୁର କଣ୍ଟାବଲ୍ଲଭପୁର ଓ ରାହାମା ନିକଟସ୍ଥ ତାଳପଡା ଠାରେ ଥିବା ସାଇଲୋ ପ୍ରାଥମିକ କୃଷି ସମବାୟ ସମିତିରେ ଖରିଫ୍ ବର୍ଷର ପ୍ରଥମ ଧାନକ୍ରୟ କେନ୍ଦ୍ର ଖୋଲାଯାଇଛି। କୋଭିଡ୍ ଗାଇଡଲାଇନ ଅନୁସାରେ ଧାନକ୍ରୟ କରାଯିବ। ପ୍ରତ୍ୟେକ ଧାନକ୍ରୟ କେନ୍ଦ୍ରରେ ସାନିଟାଇଜର୍ ରହିବା ସହିତ ସାମାଜିକ ଦୂରତା ବଜାୟ ରଖାଯିବ।

ଉକ୍ତ ସଭାରେ ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକରା ଯୋଗଦେଇ କହିଲେ ଆଜି ସମଗ୍ର ଜିଲ୍ଲାରେ ୭ଟି ଯାଗାରେ ଧାନମଣ୍ଡି ଖୋଲାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ଯାଗାରେ ଧାନମଣ୍ଡି ଖୋଲାଯିବ। ଚଳିତବର୍ଷ ସାଧାରଣ ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୮୬୮ ଟଙ୍କା ରଖାଯାଇଥିବା ବେଳେ ଗ୍ରେଡ୍ ଏ ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୮୧୮ ଟଙ୍କା ରଖାଯାଇଛି।

ଏହି ସଭାରେ ସହକାରୀ ନିବନ୍ଧକ ସମବାୟ ସମିତି ସମୁହ, ଜଗତସିଂହପୁର ଶୁଭଦ୍ରା ପଟ୍ଟନାୟକ ଯୋଗଦେଇ କହିଲେ ଚାଷୀମାନେ ଧାନ ସଂଗ୍ରହ ବେଳେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ତାଙ୍କୁ ଜଣାଇଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।

ଏଥିସହିତ ଚାଷୀ ପ୍ରତିନିଧି ତଥା ସମାଜସେବୀ ବିନାୟକ ପଟ୍ଟନାୟକ, କଣ୍ଟାବଲ୍ଲଭପୁର ସରପଞ୍ଚ ପ୍ରମୁଖ ଏହି ସଭାରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ ସଭାରେ ପୌରହିତ୍ୟ କରିଥିବା ବେଳେ ସହକାରୀ ଯୋଗାଣ ଅଧିକାରୀ ସଲ୍ଲାଉଦ୍ଦିନ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ସ୍ଥଳରେ ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀମାନେ ଉପସ୍ଥିତ ଥିଲେ।

ଜଗତସିଂହପୁର ଧାନମଣ୍ଡି ଉଦଘାଟିତ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ପଥପ୍ରାନ୍ତ ନାଟକ

October 2, 2026

ବାଣପୁର ସେଣ୍ଟ ଜାଭିୟର ହାଇସ୍କୁଲରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

October 2, 2026
Latest News

ବୋହୁ ଉପରକୁ ଗରମ ତେଲ ଫିଙ୍ଗିଲା ଶାଶୁ, ଗୁରୁତର ଅବସ୍ଥାରେ ଭଦ୍ରକ ସ୍ଥାନାନ୍ତର

October 3, 2026

ବୋହୂଙ୍କ ଚାକିରିରୁ ଶାଶୁଙ୍କୁ ମିଳିବ ଆର୍ଥିକ ସହାୟତା, ହାଇକୋର୍ଟଙ୍କ ରାୟ

October 3, 2026

ବିଦ୍ୟୁତ୍ ବିଲ୍ ଦେଖି ଚିନ୍ତା କରୁଛନ୍ତି କି? ଆପାଣନ୍ତୁ ମାସିକ ବିଦ୍ୟୁତ୍ ବିଲ୍ କମାଇବାର ଫର୍ମୁଲା

October 3, 2026

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

October 3, 2026

ବେଆଇନ ମଦ କାରବାର ଉପରେ ବଡ଼ ଚଢ଼ାଉ: ୮୧୦ ଲିଟର ଦେଶୀ ମଦ ଜବତ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.