ଜଗତସିଂହପୁର କରୋନା ଅପଡେଟ: ଜାଣନ୍ତୁ ମୋଟ୍ ସଂକ୍ରମିତ, ସୁସ୍ଥ ଏବଂ ମୃତକଙ୍କ ସଂଖ୍ୟା

Published: Jan 7, 2021, 9:04 pm IST

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିର୍ତ୍ତୋଲ ବ୍ଲକରୁ ଜଣେ, ଜଗତସିଂହପୁର ବ୍ଲକରୁ ୩ଜଣ, ପାରାଦ୍ଵୀପରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ୯୧୦୧ ଜଣ କରୋନା ଆକ୍ରାନ୍ତଚିହ୍ନଟ ହୋଇଛନ୍ତି

ସେହିପରି ଆଜି ଜିଲ୍ଲାରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୯୦୨୨ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୧ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related posts