Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରଥମ ବାଣପୁର ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍: ବିଜେତା ଖେଳାଳିଙ୍କୁ ପୁରଷ୍କୃତ କଲା ସେଣ୍ଟ ଜାଭିୟର ସ୍କୁଲ
ଆଞ୍ଚଳିକ

ପ୍ରଥମ ବାଣପୁର ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍: ବିଜେତା ଖେଳାଳିଙ୍କୁ ପୁରଷ୍କୃତ କଲା ସେଣ୍ଟ ଜାଭିୟର ସ୍କୁଲ

January 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ 

ବାଣପୁର: ଚଳିତ ବର୍ଷ ସେଣ୍ଟ ଜାଭିୟର ସ୍କୁଲ ପରିସରରେ ଦୁଇ ଦିବସୀୟ “ପ୍ରଥମ ବାଣପୁର ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ୨୦୨୧” ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି।

ଖୋର୍ଦ୍ଧା ଜିଲ୍ଲା ବାଣପୁରର ସେଣ୍ଟ ଜାଭିୟର ସ୍କୁଲ ଓ ସହାୟତା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗୀତା ସଫଳତାର ସହ  ଉଦଯାପିତ ହୋଇଯାଇଅଛି। ବାଣପୁର, ବାଲୁଗାଁ ଓ ନାଚୁଣି ଅଞ୍ଚଳର ବରିଷ୍ଠ ବର୍ଗର ୧୬ଟି ଓ କନିଷ୍ଠ ବର୍ଗର ୮ ଟି ଏହିପରି ୨୪ଟି ଟିମ୍ କୁ ନେଇ ଅତି ଶୃଙ୍ଖଳିତ ଭାବେ ଉକ୍ତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଫାଇନାଲରେ ବିଜେତା ଟିମ୍ କୁ ୩୦୦୦ଟଙ୍କାର ଅର୍ଥରାଶି ପ୍ରଦାନ ସହ ଉପବିଜେତା ଟିମ୍ କୁ ୨୦୦୦ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

ବିଜେତା ଭାବେ ସନ୍ତ ବସନ୍ତ ମହାନ୍ତି, ଶୈଳେଶ ମିଶ୍ର, ଶେକ ରିଜୱାନ ଓ ଜାହିରଖାନ ହୋଇଥିବା ବେଳେ ଉପବିଜେତା ଭାବେ ଅଭିଷେକ ହୋତା, ବିଶ୍ୱଜିତ ଶତପଥି, ସମୀର ଖାନ ଓ ସୋହେଲ ଖାନ ହୋଇଥିଲେ। ଅପର ପକ୍ଷେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରାଯାଇ ସଙ୍ଗଠନ ପକ୍ଷରୁ ଉତ୍ସାହିତ କରାଯାଇଥିଲା।

ପ୍ରଥମ ଦିନ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ କ୍ରୀଡ଼ା ପ୍ରଶିକ୍ଷକ ବୈରାଗୀ ଚରଣ ବଳ ଆନୁଷ୍ଠାନିକ ଭାବେ ଏହାର ଶୁଭ ଉଦଘାଟନ କରିଥିବା ବେଳେ ଅନ୍ୟାନ୍ୟ ଅତିଥି ଭାବେ ଶିକ୍ଷାବିତ ବାଳମୁକୁନ୍ଦ ଦାସ, ଅଲ୍ଲେଖ ପ୍ରସାଦ ମହାନ୍ତି, ଜାତୀୟ ଭଲି ବଲ ରେଫରି ନାରାୟଣ ସାହୁ ଉପସ୍ଥିତ ଥିଲେ। ସ୍କୁଲର ଶିକ୍ଷକ ରବି ନାରାୟଣ ହୋତା ଓ ସତ୍ୟ ନାରାୟଣ ପ୍ରଧାନ ଉକ୍ତ ପ୍ରତିଯୋଗିତାର ସଫଳ ପରିଚାଳନା ରେ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲେ।

ପ୍ରକାଶ ଥାଉକି ବାଣପୁର ସେଣ୍ଟ ଜାଭିୟର ସ୍କୁଲ ଓ ସହାୟତା ଫାଉଣ୍ଡେସନର ପ୍ରତିଷ୍ଠାତା ଡ଼ ଶକ୍ତି ପ୍ରସାଦ ମହାନ୍ତିଙ୍କ ଦ୍ୱାରା ପ୍ରଯୋଜିତ ଏହି କାର୍ଯ୍ୟକ୍ରମ ଅଞ୍ଚଳର ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏକ ଅଭିନବ ପ୍ରୟାସ। ଯାହାଦ୍ୱାରା ଶ୍ରୀ ମହାନ୍ତିଙ୍କ ଏଭଳି ଏକ ଅଭିନବ ପ୍ରୟାସ ପାଇଁ ଅଞ୍ଚଳ ବାସୀଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଆଗକୁ ମଧ୍ୟ ବାଣପୁରରେ ଏହି ପରି ସାମାଜିକ କାର୍ଯ୍ୟକ୍ରମ ଜାରିରହିବ ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026
Latest News

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026

ରାଶିଫଳ: ଜୁଲାଇ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

July 28, 2026

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.