
ରମେଶ ମହାନ୍ତି
ଜଗତସିଂହପୁର: ଓଡିଶା ସାମ୍ବାଦିକ ସଂଘର ଏକ ଜିଲ୍ଲା ସ୍ତରୀୟ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ସୁନାକର ବେହେରାଙ୍କ ନେତୃତ୍ୱରେ ରାହାମା ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଅଶୋକ ନନ୍ଦ, ରାଜ୍ୟ ସମ୍ପାଦକ ଶଶୀଭୁଷଣ ପ୍ରହରାଜ, ରାଜ୍ୟ ଉପସଭାପତି ଶ୍ରୀନିବାସ ରାଓ, କୋଷାଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀ, ପ୍ରମୁଖ ଯୋଗଦେଇଥିଲେ। ଓଡିଶା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ପ୍ରଭାତ ଚନ୍ଦ୍ର ଦାସଙ୍କ ଅକାଳ ବିୟୋଗ ଘଟିଥିବାରୁ ସର୍ବପ୍ରଥମେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
ଏହି ବୈଠକରେ ସଂଘର ସାଂଗଠନିକ ବିଧିବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହିତ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଓଡ଼ିଶା ସାମ୍ବାଦିକ ସଂଘର ଜଗତସିଂହପୁର ଜିଲ୍ଲା ସଭାପତି ଭାବେ ପୁନର୍ବାର ସୁନାକର ବେହେରା ଓ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଦୁର୍ଯ୍ୟୋଧନ ମହାରଣାଙ୍କୁ ଚୟନ କରାଯାଇଥିଲା। ଏଥିସହିତ ଉପସଭାପତି ଭାବେ ଚନ୍ଦ୍ରକାନ୍ତ ଦାସ, ସହ ସମ୍ପାଦକ ଭାବେ ଅକ୍ଷୟ ମହାନ୍ତି, ଜିଲ୍ଲା ସଂଗଠନ ସମ୍ପାଦକ ଭାବେ ରମେଶ ମହାନ୍ତି, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଚେତ ଚେତନ ମହାନ୍ତି, ଜିଲ୍ଲା ଉପଦେଷ୍ଟା ଟୁକନ ଚରଣ ସେଠୀ, ଜିଲ୍ଲା ମିଡିଆ (ଆଇଟି) ସେଲ୍ ର ଅଧ୍ୟକ୍ଷ ରଞ୍ଜନ ଖୁଣ୍ଟିଆ ପ୍ରମୁଖଙ୍କୁ ଜଗତସିଂହପୁର ଜିଲ୍ଲା ଶାଖାର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କର ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା।
ସେହିପରି ଓଡିଶା ସାମ୍ବାଦିକ ସଂଘର ତିର୍ତ୍ତୋଲ ଶାଖା ସଭାପତି ଭାବେ ଚନ୍ଦ୍ରକାନ୍ତ ବାରିକ, ଉପସଭାପତି ମାନସ କୁମାର ସୁତାର, ସମ୍ପାଦକ ଶୁସାନ୍ତ କୁମାର ମଲ୍ଲିକ, ସହ ସମ୍ପାଦକ ତାପସ କୁମାର ସେଠୀ, କୋଷାଧ୍ୟକ୍ଷ ଶ୍ରୀବତ୍ସ ଲାଞ୍ଚନ ପାଢୀ ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ପରେ ସଂଘ ପକ୍ଷରୁ ରାହାମା ହରିପୁର ଜଙ୍ଗଲରେ ଏକ ବଣଭୋଜିର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ବ୍ଲକର ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।