Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ୧୭ ତମ ସଞ୍ଜୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଗଙ୍ଗାଧରପୁରକୁ ହରାଇ ବୋରିଗାଁ ହେଲା ଚମ୍ପିୟାନ
ଆଞ୍ଚଳିକ

ବାଣପୁର ୧୭ ତମ ସଞ୍ଜୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଗଙ୍ଗାଧରପୁରକୁ ହରାଇ ବୋରିଗାଁ ହେଲା ଚମ୍ପିୟାନ

February 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁ ଗ୍ରାମରେ ୧୭ ତମ ସଞ୍ଜୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ୮ ଟି ଦଳକୁ ନେଇ ଏହି ସଞ୍ଜୟ ସ୍ମାରକୀ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଏହି ସ୍ମାରକୀ ଟୁର୍ଣ୍ଣାମେଣ୍ଟକୁ  କ୍ରମାଗତ ୧୭ ବର୍ଷ ଧରି ବୋରିଗାଁ ଗ୍ରାମର କ୍ରିକେଟ କ୍ଲବ ଆୟୋଜିତ କରିଆସୁଛି। ପ୍ରତ୍ୟେକ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ସଞ୍ଜୟ କୁମାର ପାଇକରାୟଙ୍କ ସ୍ମୃତ୍ତିରେ ଆୟୋଜନ କରାଯାଉଛି। ସଞ୍ଜୟ ଏହି ଦଳର ଜଣେ ସଦସ୍ୟ ଥିଲେ ଏବଂ ଗ୍ରାମରେ ଜଣେ ପରୋପକାରୀ ଯୁବକ ଥିଲେ। ଦୁର୍ଭାଗ୍ୟବଶତଃ ସେ ବିଦେଶର ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ପରଲୋକ ହୋଇଥିଲା। ସଞ୍ଜୟ ମେମୋରିଆଲ କ୍ରିକେଟ କ୍ଲବ ସେହି ଦିନଠାରୁ  ତାଙ୍କର ସ୍ମୃତ୍ତି ଉଦ୍ଦେଶ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଆସୁଛି।

ତେବେ ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିନରେ ସଞ୍ଜୟ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ(ବୋରିଗାଁ) ସହିତ ଗଙ୍ଗାଧରପୁର ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବୋରିଗାଁ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ମାତ୍ର ୪ ଟି ୱିକେଟ ହରାଇ ୫୦ ରନ ସଂଗ୍ରହ କରିଥିଲା। କିନ୍ତୁ ଗଙ୍ଗାଧରପୁର ଦଳ ନିର୍ଦ୍ଧାରିତ ଓଭରରେ ମାତ୍ର ୪୪ ରନ କରିବାରେ ସକ୍ଷମ ହୋଇପାରିଥିଲା। ବୋରିଗାଁ ୬ ରନରେ ବିଜୟ ଲାଭ କରି ୧୭ ତମ ସଞ୍ଜୟ ସ୍ମାରକୀ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଘୋଷିତ ହୋଇଛି। ଆଜିର ଏହି ଫାଇନାଲ ମ୍ୟାଚରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି ଏବଂ ସମାଜସେବୀ ପ୍ରଭାକର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ଶେଷରେ ବୋରିଗାଁ ଦଳକୁ ବିଜେତା ଏବଂ ଗଙ୍ଗାଧରପୁର ଦଳକୁ ଉପବିଜେତା ଭାବେ ସମାଜସେବୀ ଶ୍ରୀ ଦଳାଇ ଟ୍ରଫି ପ୍ରଦାନ କରିବା ସହ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିପିନ କୁମାର ବିଶ୍ଵାଳ ଏବଂ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପ୍ରଶାନ୍ତ ବିଶ୍ଵାଳ(ବାପି)ଙ୍କୁ ପୁରଷ୍କୃତ କରିଥିଲେ।

ଗଙ୍ଗାଧରପୁର ଚମ୍ପିୟାନ ବୋରିଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026
Latest News

ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ

April 3, 2026

ରାଜ୍ୟର ୧୮୮୯ ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.