ବାଣପୁରରେ ଶାଳିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍‌: ସାନହନ୍ତୁଆଡ଼ ଚାମ୍ପିଅନ୍‌

Published: Feb 3, 2021, 6:29 pm IST

ସୀତାରାମ ଅଗ୍ରୱାଲ
ବାଣପୁର‌: ବାଣପୁର ବ୍ଲକ୍ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତ ପ୍ରତାପ ଗ୍ରାମ ଶାଳିଆ ଗ୍ରାଉଣ୍ଡ୍‌ରେ ଦୀର୍ଘ ୯ଦିନ ଧରି ଚାଲିଥିବା ଶାଳିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯା‌ପିତ ହୋଇଯାଇଅଛି। ଆଜିର ଫାଇନାଲ୍ ମ୍ୟାଚ୍ ନ୍ୟୁଷ୍ଟାର କ୍ରିକେଟ୍ କ୍ଲବ୍ ସାନହନ୍ତୁଆଡ଼ ଓ ଏମ୍‌ବିଡିସି କ୍ରିକେଟ୍ କ୍ଲବ୍ ବରଡ଼ି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏମ୍‌ବିଡିସିକୁ ହରାଇ ନ୍ୟୁଷ୍ଟାର ଚାମ୍ପିଅନ୍ ବିବେଚିତ ହୋଇଛି।

ନ୍ୟୁଷ୍ଟାର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୧୮ ଓଭର ଖେଳରେ ଦଳ ୧୭ଓଭର ୫ଟି ବଲ୍ ଖେଳି ସମସ୍ତ ୱିକେଟ୍ ହରାଇ ୧୪୭ ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷକୁ ପିଛା କରି ଏମ୍‌ବିଡିସି କ୍ରିକେଟ୍ କ୍ଲବ୍ ୧୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ନ୍ୟୁଷ୍ଟାର ସାନହନ୍ତୁଆଡ଼ ୭୩ ରନ୍‌ରେ ବିଜୟୀ ହୋଇଥିଲା।

ନ୍ୟୁଷ୍ଟାରର ଛୋଟୁ ସର୍ବାଧିକ ୨୬ ରନ୍ କରି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଟୁର୍ଣ୍ଣାମେଣ୍ଟ୍‌ର ସର୍ବାଧିକ ରନ୍ କରିଥିବା ଏମ୍‌ବିସିଡି କ୍ରିକେଟ୍ କ୍ଲବ୍‌ର ଅନିଲ୍ ମ୍ୟାନ୍ ଅଫ ଦି ସିରିଜ୍ ହୋଇଥିଲେ। ଟୁର୍ଣ୍ଣାମେଣ୍ଟ୍‌ର ଭାଗ ନେଇଥିବା ସମସ୍ତ ଟିମ୍‌କୁ ଆୟୋଜକ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉଦଯାପନୀ ମ୍ୟାଚ୍‌ରେ ମୁଖ୍ୟ ଅତିଥିଭାବେ ବାଣପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ମାଧବ ଦଳାଇ, ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ, ପ୍ରକାଶ ପଟ୍ଟନାୟକ ଏବଂ ପ୍ରତାପ ଗ୍ରାମ କିମିଟି ସଦସ୍ୟ ବୃନ୍ଦ ଯୋଗଦେଇ ଚାମ୍ପିଅନ୍ ଓ ରନର୍ସ‌ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

ଉକ୍ତ ଟୁର୍ଣ୍ଣାମେଣ୍ଟ୍‌କୁ ପ୍ରତାପ ସ୍ପୋର୍ଟ୍ସ କ୍ଲବର ସଭାପତି ଗୌରାଙ୍ଗ ସ୍ୱାଇଁ, ଉପଦେଷ୍ଟା ସୁଧାକର ସ୍ୱାଇଁ, ସଞ୍ଚାଳକ ଦିପକ ସ୍ୱାଇଁ, ପ୍ରବନ୍ଧକ ସାନୁ ବେହେରା, ଅନ୍ତର୍ଯ୍ୟାମୀ ସାମନ୍ତରାୟ, ମିହିର ସ୍ୱାଇଁ, ପ୍ରଦୀପ ସାସମଲ୍ଲ, ସନ୍ତୋଷ ସାସମଲ୍ଲ, ସମିର ସ୍ୱାଇଁ, ରାମକୃଷ୍ଣ ସାମନ୍ତରାୟ, ସନ୍ତୋଷ ବାରିକ, ଅନିଲ ବାରିକ ପ୍ରମୁଖ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Related posts