Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଲିଜେଣ୍ଡ ଇଲେଭେନ,ବାଲୁଗାଁ ବିଜୟୀ
ଆଞ୍ଚଳିକ

ବାଣପୁରରେ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଲିଜେଣ୍ଡ ଇଲେଭେନ,ବାଲୁଗାଁ ବିଜୟୀ

February 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଓଡଗାଁ ଗ୍ରାମର ସନ ସାଇନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୨୫ ତମ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଲିଜେଣ୍ଡ ଇଲେଭେନ (ବାଲୁଗାଁ) ଓ ନିୟୁ ଷ୍ଟାର କ୍ଲବ (ବାଣପୁର)ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଲିଜେଣ୍ଡ ଇଲେଭେନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲିଜେଣ୍ଡ ଟିମ ନିର୍ଦ୍ଧାରିତ ୧୭ ଓଭରରେ ୧୭୮ ରନ ସଂଗ୍ରହ କରିଥିବା ବେଳେ ନିୟୁ ଷ୍ଟାର କ୍ଲବ ୧୧.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୭୪ ରନ କରିବାରେ ସକ୍ଷମ ହୋଇଥିଲା। ତେବେ ଲିଜେଣ୍ଡ ଟିମ ୧୦୪ ରନର ବଡ ବ୍ୟବଧାନରେ ଏହି ମ୍ୟାଚଟିକୁ ଜିତି ନେଇଛି।

ଆଜିର ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ପଞ୍ଚୟାତର ସରପଞ୍ଚ ଦୀପକ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗ୍ରାମ କମିଟିର ସଭାପତି ବିଭୁତି ଭୂଷଣ ପରିଡା ଏବଂ ଉପସଭାପତି ହଜାରୀ ଦାଶ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଟି ସନ ସାଇନ କ୍ରିକେଟ କ୍ଲବ ଏବଂ ଓଡଗାଁ ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଅଛି। ମୋଟ ୮ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ବେଳେ ଏହାର ପରିଚାଳନା ଦାୟିତ୍ବରେ ମ୍ୟାନେଜର ସନ୍ତୋଷ ପ୍ରଧାନ, ସଭାପତି ପୂର୍ଣ୍ଣଚନ୍ଦ୍ର ପରିଡା ଏବଂ ଉପସଭାପତି ପ୍ରିୟବ୍ରତ ପ୍ରଧାନ ଅଛନ୍ତି। ଆଜିର ମ୍ୟାଚଟିକୁ ରଞ୍ଜିତ କୁମାର ପରିଡ଼ା ଏବଂ ପ୍ରଦୀପ କୁମାର ପ୍ରଧାନ ପରିଚାଳିତ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଶନ୍ନ ଆଣ୍ଡ ପ୍ରକାଶ ଟ୍ରଫି ଦୀର୍ଘ ୨୫ ବର୍ଷ ଧରି ସନ ସାଇନ ଗ୍ରାଉଣ୍ଡରେ ଆୟୋଜିତ ହେଉଅଛି। ଏହି ଟୁର୍ଣ୍ଣାମେଣ୍ଟଟି ବାଣପୁର ଅଞ୍ଚଳର ଏକ ବଡ ଟୁର୍ଣ୍ଣାମେଣ୍ଟ ଭାବେ ପରିଚିତ ଥିବା ବେଳେ ପ୍ରତ୍ୟେକ ଦିନ ୧୦ ହଜାରରୁ ଅଧିକ ଦର୍ଶକ ଦୂର ଦୁରାନ୍ତରୁ ଖେଳ ଦେଖିବା ପାଇଁ ଆସିଥାନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଖ୍ୟାତିସମ୍ପର୍ଣ୍ଣ ଖେଳାଳିମାନେ ଭାଗ ନେଉଥିବାରୁ ବିପୁଳ ସଂଖ୍ୟାରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ଆୟୋଜକ ଦଳ ପକ୍ଷରୁ ବିଜେତା ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କାର ପୁରଷ୍କୃତ ରାଶି ଏବଂ ଉପବିଜେତା ଦଳକୁ  ଟ୍ରଫି ସହ ୨୦ ହଜାର ଟଙ୍କାର ପୁରଷ୍କୃତ ରାଶି ପ୍ରଦାନ କରାଯିବ ବୋଲି ସୂଚନା ରହିଛି।

ବାଣପୁର ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର-ବାଲୁଗାଁରେ ଏବିଭିପିର ବିଜୟ ଉତ୍ସବ

October 16, 2026

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026
Latest News

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.