Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଅନ୍ତିମ କ୍ଵାର୍ଟରରେ ପୁରୀକୁ ହରାଇ ସେମିରେ ପହଞ୍ଚିଲା ଖୋର୍ଦ୍ଧା
ଆଞ୍ଚଳିକ

ବାଣପୁର ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଅନ୍ତିମ କ୍ଵାର୍ଟରରେ ପୁରୀକୁ ହରାଇ ସେମିରେ ପହଞ୍ଚିଲା ଖୋର୍ଦ୍ଧା

February 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଓଡଗାଁ ଗ୍ରାମର ସନ ସାଇନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଅନ୍ତିମ କ୍ଵାର୍ଟର ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଆଜିର ମ୍ୟାଚରେ ବିଜେପି ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହି ଅନ୍ତିମ କ୍ଵାର୍ଟର ଫାଇନାଲ ମ୍ୟାଚ ଖୋର୍ଦ୍ଧାର ମା’ ବଘେଇ କ୍ରିକେଟ ଟିମ ଓ ପୁରୀର ଲଭର୍ସ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଖୋର୍ଦ୍ଧା ଟିମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ  ୧୭ ଓଭରରେ ୮ ଟି ୱିକେଟ ହରାଇ ୧୯୩ ରନ ସଂଗ୍ରହ କରିଥିଲା। ଜବାବରେ ପୁରୀ ଦଳ ନିର୍ଦ୍ଧାରିତ ଓଭରରେ ୭ ଟି ୱିକେଟ ହରାଇ ୧୬୬ ରନ କରିବାରେ ସକ୍ଷମ ହୋଇଥିଲା। ଫଳରେ ୨୭ ରନରେ ଖୋର୍ଦ୍ଧା ବିଜୟ ହୋଇ ସେମି ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଛି।

ତେବେ ଆସନ୍ତାକାଲି ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚରେ ଘରୋଇ ଟିମ ସନ ସାଇନ କ୍ଲବ ଏବଂ ଭୁବନେଶ୍ବର ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ଯେଉଁ ଟିମ ବିଜୟ ହେବ ଫାଇନାଲ ମ୍ୟାଚ ଖେଳିବା ଲାଗି ସୁଯୋଗ ପାଇବ। ସେହିପରି ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଖୋର୍ଦ୍ଧାର ବଘେଇ କ୍ରିକେଟ ଟିମ ବନାମ ବାଲୁଗାଁ ଲିଜେଣ୍ଡସ ଇଲେଭେନ ଟିମ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ। ଆସନ୍ତା ୧୧ ତାରିଖରେ ପ୍ରଥମ ସେମି ଫାଇନାଲର ବିଜେତା ଏବଂ ଦ୍ଵିତୀୟ ସେମି ଫାଇନାଲର ବିଜେତା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ।

ଉଲ୍ଲେଖ ଯୋଗ୍ୟ ଯେ, ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଶନ୍ନ ଆଣ୍ଡ ପ୍ରକାଶ ଟ୍ରଫି ଦୀର୍ଘ ୨୫ ବର୍ଷ ଧରି ସନ ସାଇନ ଗ୍ରାଉଣ୍ଡରେ ଆୟୋଜିତ ହେଉଅଛି। ଏହି ଟୁର୍ଣ୍ଣାମେଣ୍ଟଟି ବାଣପୁର ଅଞ୍ଚଳର ଏକ ବଡ ଟୁର୍ଣ୍ଣାମେଣ୍ଟ ଭାବେ ପରିଚିତ ଥିବା ବେଳେ ପ୍ରତ୍ୟେକ ଦିନ ୧୦ ହଜାରରୁ ଅଧିକ ଦର୍ଶକ ଦୂର ଦୁରାନ୍ତରୁ ଖେଳ ଦେଖିବା ପାଇଁ ଆସିଥାନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଖ୍ୟାତିସମ୍ପର୍ଣ୍ଣ ଖେଳାଳିମାନେ ଭାଗ ନେଉଥିବାରୁ ବିପୁଳ ସଂଖ୍ୟାରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ଆୟୋଜକ ଦଳ ପକ୍ଷରୁ ବିଜେତା ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କାର ପୁରଷ୍କୃତ ରାଶି ଏବଂ ଉପବିଜେତା ଦଳକୁ  ଟ୍ରଫି ସହ ୨୦ ହଜାର ଟଙ୍କାର ପୁରଷ୍କୃତ ରାଶି ପ୍ରଦାନ କରାଯିବ ବୋଲି ସୂଚନା ରହିଛି।

କ୍ଵାର୍ଟର ଫାଇନାଲ ବାଣପୁର ବ୍ଲକ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ବେଆଇନ ବାଲି ଚାଲାଣ ଅଭିଯୋଗରେ ହାଇୱା ଗାଡି ଜବତ, ଚାଳକ ଗିରଫ

November 13, 2025

ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

November 11, 2025

ବାଣପୁର: ମାନସିକ ଭରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା

November 9, 2025

ବାଲୁଗାଁରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଯୁବ ସମ୍ମିଳନୀ ଅନୁଷ୍ଠିତ

November 9, 2025
Latest News

ନୂଆପଡା ଉପ ନିର୍ବାଚନ: ଦ୍ଵିତୀୟ ପର୍ଯ୍ୟାୟ ଗଣତି ଶେଷ, ୭୪୧୩ ଭୋଟରେ ବିଜେପି ଆଗୁଆ

November 14, 2025

ନୂଆପଡା ଉପ ନିର୍ବାଚନ: ପ୍ରାରମ୍ଭିକ ଗଣତିରେ ବିଜେପି ଆଗୁଆ, ଜାଣନ୍ତୁ ଅନ୍ୟ ଦଳର ସ୍ଥିତି

November 14, 2025

ବିହାର ନିର୍ବାଚନ ଫଳାଫଳ: ​​ଆସିଲା ୨୦୫ ଆସନର ଟ୍ରେଣ୍ଡସ, NDA କୁ ସଂଖ୍ୟାଗରିଷ୍ଠତା

November 14, 2025

ଆସନ୍ତା ୨୭ ରେ ଓଡ଼ିଶା ବିଧାନସଭାକୁ ସମ୍ଭୋଧିତ କରିବେ ରାଷ୍ଟ୍ରପତି

November 14, 2025

ବିହାର ନିର୍ବାଚନ ଫଳାଫଳ: ​​ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁତ ଆଗରେ NDA  

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.