Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚାଏ ପେ ଚର୍ଚ୍ଚା: ଗୃହଟିକସ ବୃଦ୍ଧି ପ୍ରତ୍ୟାହାର ନକଲେ ଆନ୍ଦୋଳନ କରିବ ବିଜେପି
ଆଞ୍ଚଳିକ

ଚାଏ ପେ ଚର୍ଚ୍ଚା: ଗୃହଟିକସ ବୃଦ୍ଧି ପ୍ରତ୍ୟାହାର ନକଲେ ଆନ୍ଦୋଳନ କରିବ ବିଜେପି

February 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଅହେତୁକ ଭାବେ ଘର ଟିକସ ବୃଦ୍ଧି କରାଯାଉଛି। ଯାହାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଦୀର୍ଘଦିନ ଧରି ବ୍ରହ୍ମପୁର ମହାନଗରର ନିର୍ବାଚିତ ପ୍ରତିନିଧିଙ୍କର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଆଜି ପର୍ଯ୍ୟନ୍ତ ନିର୍ବାଚନ ହୋଇପାରୁନାହିଁ। ଯାହାର ସୁଯୋଗ ନେଇ ପ୍ରଶାସନିକ ଅଧିକାରୀ ମାନେ ନିଜର ଇଚ୍ଛା ମୁତାବକ କାର୍ଯ୍ୟ କରିବାକୁ ପଛାଉ ନଥିବା ଅଭିଯୋଗ କରିଛି ବିଜେପି।

କରୋନାର ପ୍ରକୋପ ଯୋଗୁଁ ଆଜି ପର୍ଯ୍ୟନ୍ତ ଜନସାଧାରଣ ନିଜର ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବାବେଳେ ବିଏମ୍‌ସିରେ ଲୋକଙ୍କର ମତକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ବର୍ତ୍ତମାନ ପ୍ରାଶାସନିକ ଅଧିକାରୀମାନେ କୌଣସି କଥାକୁ ଭ୍ରୁକ୍ଷେପ ନକରି ବିନା ଜନଶୁଣାଣିରେ ନିଜ ଇଚ୍ଛା ମୁତବାକ ଲୋକଙ୍କ ଉପରେ ଟିକସ ଭାର ଲଦି ଦେଇଛନ୍ତି। ତେବେ ରାଜସ୍ୱ ଆଦାୟ ଆଳରେ ବିଏମ୍‌ସି ଏଭଳି ପଦକ୍ଷେପ ନେଇଥିବା ଉପରେ ଟିକସ ଭାର ଲଦିଦେଇଛନ୍ତି।

ତେବେ ରାଜସ୍ୱ ଆଦାୟ ଆଳରେ ବିଏମ୍‌ସି ଏଭଳି ପଦକ୍ଷେପ ନେଉଥିବାବେଳେ ଯାହାକି ଅମାନବୀୟ ସ୍ୱେଚ୍ଛାଚାରିତାର ନିଚ୍ଛକ ଉଦାହରଣ ବୋଲି ବିଜେପି ନେତା କାହ୍ନୁଚରଣ ପତି ମତ ରଖିଛନ୍ତି ଏବଂ ସେ କହିଛନ୍ତି ଯେ ବିଏମ୍‌ସିର ଅଧିକାରୀ ବଦଳିଲେ ନିୟମ ମଧ୍ୟ ବଦଳୁଛି। ସହରର ଉନ୍ନତି ସକାଶେ ବିଏମ୍‌ସି ପକ୍ଷରୁ ପ୍ରତିଘରୁ ଟିକସ ଆଦାୟ କରାଯାଉଥିବାବେଳେ ସହରରେ ସେହିଭଳି କିଛି ଆଖି ଦୃଷ୍ଟିଆ ଉନ୍ନତି ପରିଲକ୍ଷିତ ହେଉନି ଏବଂ ଯାହା ସବୁ ହୋଇଛି ତାହାକୁ ଖତ ଖାଇବାକୁ ବସିଲାଣି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରିୟ କାର୍ଯ୍ୟକ୍ରମ ଚାଏ ପେ ଚର୍ଚ୍ଚାର ପଞ୍ଚମ ଦିନରେ ବଡ଼ବଜାର ସ୍ଥିତ ଖାସ୍ପା ସାହି ଜଗନ୍ନାଥ ମନ୍ଦିର ନିକଟରେ ଆୟୋଜିତ ଚା ଖଟିରେ ସାଧାରଣ ଲୋକେ ସାମିଲ ହୋଇ ବ୍ରହ୍ମପୁରରେ ଗୃହ ଟିକସ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିବାକୁ ବିଜେପି ନେତା ଶ୍ରୀ ପତିଙ୍କୁ ଅନୁରୋଧ କରିଥିଲେ। ତେବେ ଆଗାମୀ ଦିନରେ ଗୃହ ଟିକସ ବୃଦ୍ଧି ପ୍ରତ୍ୟାହାର ନହେଲେ ଏନେଇ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ପତି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଆନ୍ଦୋଳନ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026
Latest News

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.