ନାଉଗାଁ ଏକତା ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

Published: Apr 16, 2021, 5:45 pm IST

ରମେଶ ମହାନ୍ତି
ଜଗତସିଂହପୁର: ଏକତା ସ୍ପୋର୍ଟିଂ କ୍ଳବ କାର୍ଯ୍ୟାଳୟ, ଚାରିଛକ ତିରୁଣା ଠାରେ ଏକ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହେଇଯାଇଛି। ତିରୁଣା ପଞ୍ଚାୟତର ନାଏବ ସରପଞ୍ଚ ଦିଜବର ପରିଡା ଏବଂ ବିଜୁ ଜନତା ଦଳ ନାଉଗାଁର ଯୁବ ସଭାପତି ପ୍ରତ୍ୟୁଷ ପରିଡାଙ୍କ ଦ୍ୱାରା ଏହି ଶିବିରର ଉଦଘାଟନ ହୋଇଥିଲା।

ଏହି ଶିବିରରେ ୩୫ ଜଣ ରୋଗୀ ପହଞ୍ଚି ଚକ୍ଷୁ ବିଶେଷଜ୍ଞ ଡ଼. ବି.କେ ମହାନ୍ତି ଏବଂ ତାଙ୍କ ସହଯୋଗୀ ମାନଙ୍କ ଉପସ୍ଥିତିରେ ନିଜ ନିଜର ଚକ୍ଷୁର ଚିକତ୍ସା ନିମନ୍ତେ ଉପଚାର ଜଣାଇଥିଲେ। ସେଥି ମଧ୍ୟରୁ ୬ ଜଣଙ୍କୁ ଭୂମିକା ଚକ୍ଷୁ ଚିକତ୍ସାଳୟ, ଜାରକା ଠାରେ ସେମାନଙ୍କ ଚକ୍ଷୁର ଅସ୍ତ୍ରୋପଚାର ପାଇଁ ନିଆଯାଇଥିଲା।

ଏହି ଶିବିରକୁ କ୍ଳବର ବରିଷ୍ଠ ଉପଦେଷ୍ଟା ଆଦିତ୍ୟ ପରିଡା ଏବଂ ଭରତ ସାହାଣୀ ଆୟୋଜନ କରିବା ସହିତ କ୍ଳବର ସଭାପତି ଜ୍ଞାନରଞ୍ଜନ ପରିଡା ଏବଂ ବିଶ୍ୱରଂଜନ ପରିଡା, ନାରାୟଣ ପରିଡା, ଲଲାଟ କୁମାର ପରିଡା, କ୍ଷେତ୍ରମୋହନ ସ୍ୱାଇଁଙ୍କ ସମେତ କ୍ଳବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କରୋନାର ସମସ୍ତ ନିୟମାବଳୀ ଅନୁଯାୟୀ ଶିବିରକୁ ସୁରୁଖୁରୁରେ ପରିଚାଳନା କରିଥିଲେ।

Related posts