ବାଣପୁର-ବାଲୁଗାଁରେ ଜନ୍ମ ନେଲା ଶ୍ରୀରାମ ଶ୍ରୀକ୍ରିଷ୍ଣା ଚାରିଟେବୁଲ ଟ୍ରଷ୍ଟ

Published: Jun 7, 2021, 10:41 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସ୍ଥିତ ଲଡ଼ୁକେଶ୍ୱର ଜରାଶ୍ରମ ପରିସର ମଧ୍ୟରେ ନିକଟରେ ଶ୍ରୀରାମ ଶ୍ରୀକ୍ରିଷ୍ଣା ଚାରିଟେବୁଲ ଟ୍ରଷ୍ଟର ଶୁଭ ଉଦ୍ଘାଟନ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ତଥା ସେଣ୍ଟ ଜନ ଆମ୍ବୁଲାନ୍ସର ଆଜୀବନ ସଭ୍ୟ ଅନନ୍ତ ଚରଣ ଖଟେଇ ଏବଂ ଜରାଶ୍ରମର ସମ୍ପାଦକ ନାରାୟଣ ସାହୁଙ୍କ ଉପସ୍ଥିତିରେ ଏହି ଚାରିଟେବୁଲ ଟ୍ରଷ୍ଟର ଶୁଭ ଉଦ୍ଘାଟନ ହୋଇଯାଇଅଛି। ମାନବସେବା ଉଦ୍ଦେଶ୍ୟରେ ସଂସ୍ଥାକୁ ଆଗେଇ ନେବା ପାଇଁ ଦୃଢ ସଂକଳ୍ପ ନିଆଯାଇଛି ବୋଲି  ଟ୍ରଷ୍ଟ୍ ର ସଭାପତି କାର୍ତ୍ତିକେଶ୍ୱର ସେନାପତି ଓ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ଏହି ଅବସରରେ ସଂସ୍ଥାର ସମସ୍ତ ସଦସ୍ୟ ଯଥା ସନ୍ତୋଷ ସେନାପତି, ଚନ୍ଦନ ବେହେରା, ଗଣେଶ ସ୍ୱାଇଁ, ଅଧ୍ୟାପକ ଜିତେନ୍ଦ୍ର କୁମାର ବସ୍ତି, ସିପୁନ ମହାପାତ୍ର, ରାଜେଶ ଜେନା ଏବଂ ସନ୍ତୋଷ ବିଶ୍ବାଳଙ୍କ ସହଯୋଗରେ ବାଣପୁର ଜରାଶ୍ରମ ଠାରେ ଅନ୍ତେବାସୀଙ୍କୁ ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟ କରି ସଂସ୍ଥାର ସମସ୍ତ ସଦସ୍ୟ ବେଶ୍ ଖୁସି ଅନୁଭବ କରିଛନ୍ତି  ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

ଏତତବ୍ୟତୀତ ଲକଡ଼ାଉନର କଟକଣାରେ କୋଭିଡ ନିୟମକୁ ଅନୁପାଳନ କରି ଦିନ ଦ୍ବିପ୍ରହରରେ ଭୋକିଲା ପଶୁ, ପକ୍ଷୀ ମାନଙ୍କୁ ଆହାର ମଧ୍ୟ ଯୋଗାଉଛି ଉକ୍ତ ଟ୍ରଷ୍ଟ।

ପରିଶେଷରେ ଆଗକୁ ଏହିପରି ଭାବେ ସାରା ଜୀବନ ସମାଜସେବା ଓ ମାନବସେବା କରିବାପାଇଁ ସେମାନଙ୍କୁ ଶକ୍ତି ପ୍ରଦାନ କରିବା ନିମନ୍ତେ ଭଗବାନଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଛନ୍ତି ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାମାନେ।

Related posts