Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କୁଜଙ୍ଗ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତ ଦାନ ଶିବିର
ଆଞ୍ଚଳିକ

କୁଜଙ୍ଗ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତ ଦାନ ଶିବିର

July 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: କୁଜଙ୍ଗ ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଶୁକ୍ରବାର ପୂର୍ବାହ୍ନ ୯ ଘଟିକା ସମୟରେ ସ୍ଥାନୀୟ ସୂଚନା ଭବନରେ ଅନୁଷ୍ଠିତ ହୋଇଯାଇଛି। ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଶୁଭ ଉଦ୍‌ଘାଟନ କରିଥିଲେ।

ଏହି ରକ୍ତଦାନ ଶିବିରରେ ୬୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କୁଜଙ୍ଗ ବ୍ଲକ୍ ଯୁବ ବିଜେଡି ସଭାପତି ମାନଭଞ୍ଜନ ମଲ୍ଲ, ଉପସଭାପତି ଜଗବନ୍ଧୁ ଦାସ, କୁଜଙ୍ଗ ବ୍ଲକ ଛାତ୍ର ବିଜେଡି ସଭାପତି ମହେଶ୍ୱର ଦାସ, ଯୁବ ବିଜେଡି ସଂଗଠକ ତଥା ଆଇଟି ସେଲ ମୁଖ୍ୟ ଅରୂପ୍ରସାଦ ମହାନ୍ତି, ରାଜ୍ୟ ଯୁବ ବିଜେଡି ସଂପାଦକ ତ୍ରିଲୋଚନ ତରାଇ, ରାଜ୍ୟ ଯୁବ ସାଂଗଠନିକ ସଂପାଦକ ରଶ୍ମିରଞ୍ଜନ ଦାସ, ରାଜ୍ୟ ଛାତ୍ର ସଂପାଦକ ସୁଚିସ୍ମିତା ବେହେରା,ଜଗତସିଂହପୁର ଜିଲ୍ଲା ଛାତ୍ର ସଭାପତି ସମ୍ବିତ ଲେଙ୍କା, ସାଂସଦ ପ୍ରତିନିଧି ସୁଢଳ ସ୍ୱାଇଁ ,ପ୍ରକାଶ ପରିଡା, ମାନସ ପରିଡା, ଭାରତ ଭୁଷଣ ନାୟକ, ସ୍ମୃତି ରଂଜନ ବେହେରା, ଭାରତ ଭୁଷଣ ଦାସ, ପୁଷ୍ପଲତା ବେହେରା, ନରେନ୍ଦ୍ର ପରିଡ଼ା, ମଦନ ମୋହନ ସ୍ବାଇଁ, ରାଜେନ୍ଦ୍ର ସାହୁ, ବିଚିତ୍ରାନନ୍ଦ ପ୍ରଧାନ, ସବିତା ମହାପାତ୍ର, ସୁରେନ୍ଦ୍ର ନାଥ ମହାପାତ୍ର, ଅଜିତ ପ୍ରସାଦ ମହାନ୍ତି, ନନ୍ଦିନୀ ପଣ୍ଡା, ମିହିର ପଟ୍ଟନାୟକ, ରାଜେଶ୍ ଭୁଆଁ, ସଂଗ୍ରାମ ମନ୍ତ୍ରୀ, ନିରଞ୍ଜନ ପ୍ରଧାନ,କବି ରଂଜନ ବେହେରା ପ୍ରମୁଖ ଯୋଗଦେଇ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେଡି ଯୁବ ଓ ଛାତ୍ର ସଦସ୍ୟଙ୍କୁ ଅଧିକ ଉତ୍ସାହିତ କରିବା ସହ ପୂର୍ଣ୍ଣ ସହଯୋଗ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଓଡିଶା ମୋ ପରିବାର, ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରାଜ୍ୟର ପୁରପଲ୍ଲୀରେ ସଫଳ ଓ ସାକାର ହୋଇ ପାରିଛି। ସଂଗୃହିତ ରକ୍ତରେ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇ ହେଉଛି ବୋଲି ବିଧାୟକ ଶ୍ରୀ ରାଉତରାୟ ମତ ରଖିଥିଲେ। ଶେଷରେ ରକ୍ତଦାତା କରୋନା ଯୋଦ୍ଧାଙ୍କୁ ପ୍ରମାଣ ପତ୍ର ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା।

କୁଜଙ୍ଗ ରକ୍ତ ଦାନ ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026
Latest News

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026

ସ୍କୁଲ ବ୍ୟାଗର ବୋଝକୁ କମ କରିବ ଜିଓ-ଶିକ୍ଷାର ସ୍ମାର୍ଟ କ୍ଲାସରୁମ୍ 

February 22, 2026

Road Accident: ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ପୋଲିସ ମୃତ, ୩ ଜଣ ଗୁରୁତର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.