Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ଦଲାଲଙ୍କ କବଜାରେ ଟୀକା କେନ୍ଦ୍ର, ରାତିସାରା ଉଜାଗର ରହି ମଧ୍ୟ ହତାସରେ ଫେରୁଛନ୍ତି ଲୋକେ
ଆଞ୍ଚଳିକ

ବାଲୁଗାଁ: ଦଲାଲଙ୍କ କବଜାରେ ଟୀକା କେନ୍ଦ୍ର, ରାତିସାରା ଉଜାଗର ରହି ମଧ୍ୟ ହତାସରେ ଫେରୁଛନ୍ତି ଲୋକେ

July 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସମଗ୍ର ଦେଶ ତଥା ରାଜ୍ୟ ମହାମାରୀ କରୋନାରେ ଆତଙ୍କିତ। ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍ ସାଙ୍ଗକୁ ସପ୍ତାହାନ୍ତ ସଟଡ଼ାଉନ ଜାରି ରହିଛି।  ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା କରିବା, ସଦାସର୍ବଦା ମାସ୍କ ପରିଧାନ ଏବଂ ସାନିଟାଇଜର୍ ବ୍ୟବହାର ନିମନ୍ତେ ଜନସଚେତନ କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ କୋଭିଡ୍ ମହାମାରୀରୁ ନିବୃତ୍ତ ରହିବା ପାଇଁ ଏକମାତ୍ର ବିଶଲ୍ୟକରଣୀ ରୂପେ ଟିକାକରଣ ଅପରିହାର୍ଯ୍ୟ ହୋଇପଡ଼ିଛି।

ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପର୍ଯ୍ୟାୟରେ ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଙ୍କ ସମେତ ୧୮ରୁ ୪୪ ବର୍ଷ ମଧ୍ୟରେ ନାଗରିକଙ୍କ ଟିକାକରଣ ବ୍ୟବସ୍ଥା କରାଯାଇଛି। ମାତ୍ର ଦୈନନ୍ଦିନ ଅହେତୁକ ଜନସମାଗମକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରମାନ ଖୋଲାଯାଇଥିବା ବେଳେ ଏହାର ବ୍ୟତିକ୍ରମ ଭାବେ ଟୀକା କେନ୍ଦ୍ର ଗୁଡିକରେ ସ୍ଥାନୀୟ ଦଲାଲ୍‌ଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି।

ସୂଚନା ମୁତାବକ ଚିଲିକା ବ୍ଲକର ନାଗରିକମାନଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୂର୍ବରୁ ଟିକା ଦିଆଯାଉଥିବା ବେଳେ ଜନସାଧାରଣଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବାଲୁଗାଁ ଉଚ୍ଚ ବିଦ୍ୟାଳୟ ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ସରକାରୀ ବିଦ୍ୟାଳୟ, ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ଟିକାକରଣ ସୁଚାରୁରୂପେ ପରିଚାଳନା କରିବା ପାଇଁ ସ୍ଥାନୀୟ ପ୍ରଶାସନ ଅହରହ ଉଦ୍ୟମ ଜାରି ରଖିଛି।

ତେବେ ଚିଲିକା ବ୍ଲକର କେତେକ ଟୀକା କେନ୍ଦ୍ରରେ ସ୍ଥାନୀୟ କିଛି ଦଲାଲ୍ ନିଜର ସମ୍ପର୍କୀୟ ତଥା ଟୀକା ନେବାକୁ ଅପେକ୍ଷାରେ ଥିବା ନାଗରିକମାନଙ୍କ ଠାରୁ ହାତଗୁଞ୍ଜା ନେଇ ଟିକାକରଣ କରାଉଥିବା ସାଧାରଣରେ ଅଭିଯୋଗ ହେଉଛି। ଏସବୁ ଦୁର୍ନୀତି ପ୍ରଶାସନର ନାକତଳେ ହେଉଥିବା ବେଳେ ପ୍ରଶାସନ ଏହାର ଟେର ନପାଇବା ଦୁଃଖଦାୟକ।

ସାରା ରାତି ଉଜାଗର ହୋଇ ଅପେକ୍ଷାରତ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେତେଗୋଟି ଦଲାଲଙ୍କ ଲାଗି ପ୍ରଶାସନକୁ ବଦନାମ ହେବାକୁ ପଡୁଛି। ଅନୁରୂପ ଭାବେ ଟିକାକରଣ କେନ୍ଦ୍ରଗୁଡିକରେ ସାମାଜିକ ଦୂରତା, ମାସ୍କ ପରିଧାନ ଆଦିରେ ଘୋର ଅନିୟମିତତା ମଧ୍ୟ ଦେଖାଯାଉଛି ଯାହାଦ୍ୱାରା କରୋନାରୁ ମୁକ୍ତି ପାଇବା ବଦଳରେ ଜନତା କରୋନାକୁ ଆମନ୍ତ୍ରଣ କରୁଛନ୍ତି। ପ୍ରଶାସନ ଏ ଦିଗରେ ଯଥାଶୀଘ୍ର ଏବଂ ଯଥାସମ୍ଭବ ପଦକ୍ଷେପ ନେବା ସହ ଟୀକା କେନ୍ଦ୍ର ଗୁଡ଼ିକକୁ ଦଲାଲିମୁକ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି।

ଟୀକା କେନ୍ଦ୍ର ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ଜିଲ୍ଲାସ୍ତରୀୟ ଜରାୟୁ କର୍କଟ ଟୀକାକରଣର ଶୁଭାରମ୍ଭ

March 2, 2026

ପୁରୀରେ ଏଚପିଭି ଟିକାକରଣର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

March 1, 2026
Latest News

ଲକ୍ଷ ଲକ୍ଷ ଭାରତୀୟ ପିଲାଙ୍କୁ ଅଲିମ୍ପିକ୍ ମୂଲ୍ୟବୋଧ ସହିତ ଯୋଡିବା ପଦକ୍ଷେପକୁ ଆଇଓସିର ପ୍ରଶଂସା

March 7, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026

ଜନ ଔଷଧି ଦିବସ ୨୦୨୬ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

March 7, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026

UPSC ପରୀକ୍ଷାରେ ସଫଳତା ପାଇଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.