
କନ୍ଦର୍ପ ବେହେରା
ରେଢାଖୋଲ: ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଣ୍ଡଳ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂପର୍କରେ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିଥିଲେ। ବିଦ୍ୟାଳୟରେ ଅଭାବ ଥିବା ଶିକ୍ଷକ ତଥା ଅନ୍ୟାନ୍ୟ ପଦବୀ ଓ ଶ୍ରେଣୀ ପ୍ରକୋଷ୍ଠ ସଂପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ସୂଚନା ଦେଇଥିଲେ। ଶିକ୍ଷକମାନେ ଅନଲାଇନ୍ରେ ପିଲାମାନଙ୍କୁ ପାଠପଢାଇବା ଉପରେ ଗୁରୁତ୍ୱ ଦେବା ସହ ଅଧିକ ବିଦ୍ୟାର୍ଥୀ କିପରି ଭାଗ ନେଇ ପାରିବେ ସେ ଉପରେ ଗୁରୁତ୍ୱ ଦେଇଥିଲେ।
ବିଦ୍ୟାଳୟରେ ଚାଲି ଥିବା କୋଠା ଓ ଅନ୍ୟାନ୍ୟ ନିର୍ମାଣ କାମର ପରିଦର୍ଶନ କରିଥିଲେ। ବିଦ୍ୟାଳୟ ପରିଦର୍ଶନ ଅବସରରେ ବିଦ୍ୟାଳୟ ପରିସରରେ ଶିକ୍ଷା ଅଧିକାରୀ ଚନ୍ଦନ ଗଛ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା କର୍ମଚାରୀ ଯୋଗଦେଇଥିଲେ।