Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ପରିଣତ ବୟସରେ ପରିବାର ଛାଡି ସଡ଼କରେ ବୃଦ୍ଧା, ଭୋକ ଉପାସରେ କଟୁଛି ଜୀବନ
ଆଞ୍ଚଳିକ

ଚିଲିକା: ପରିଣତ ବୟସରେ ପରିବାର ଛାଡି ସଡ଼କରେ ବୃଦ୍ଧା, ଭୋକ ଉପାସରେ କଟୁଛି ଜୀବନ

July 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ସତରେ ବାପା, ମା ପୁଅ ଝିଅ ଜନ୍ମ କରିବାର ପରିଣାମ ଯେ ଦିନେ ଏତେ ଭୟଙ୍କର ହୋଇପାରେ ତାହା କଳ୍ପନା କରିହେଉନି। ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ପରିଣତ ବୟସରେ ନିଜ ଘର ଛାଡି ଯାଯାବର ଜୀବନଯାପନ କରିବାକୁ ପଡୁଛି। ଓଳିଏ ଖାଇଲେ ପୁଣି ଓଳିଏ ଉପାସରେ ରହୁଛନ୍ତି ବୃଦ୍ଧା ଜଣକ। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ପାନ୍ଥନିବାସ ଯିବା ରାସ୍ତାରେ।

ରାସ୍ତାର ଡାହାଣ ପାର୍ଶ୍ୱରେ ଏକ ଛୋଟିଆ ଘରେ ଜଣେ ବୃଦ୍ଧା ଅସ୍ଥାୟୀ ଭାବେ ବାସ କରୁଛନ୍ତି। ବୃଦ୍ଧାଙ୍କ ନାମ ଅପସରା ମହାପାତ୍ର। ବୟସ ୮୦ ଟପିଗଲାଣି। ଚିଲିକା ବ୍ଲକ ବିଧାରପୁର ଗ୍ରାମ ସ୍ଥିତ ବ୍ରାହ୍ମଣ ଶାସନ ସାହିରେ ତାଙ୍କ ଘର। ତାଙ୍କର ଦୁଇଟି ପୁଅ ଏବଂଗୋଟିଏ ଝିଅ ଥାଇ ମଧ୍ୟ ଏବେ ସେ ବେସାହାରା।

ବୃଦ୍ଧା କୁହନ୍ତି ତାଙ୍କର ଅନେକ ସମ୍ପତି ଥାଇ ମଧ୍ୟ ଆଜି ସେ ଦୁଇ ଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ତାଙ୍କୁ କେହି ଗାଳିଗୁଲଜ କଲେ ସେ ସାହିପାରନ୍ତିନି। ପରିବାର ଲୋକମାନେ ପ୍ରତି ଛୋଟ ଛୋଟ କଥାରେ ଅପସରାଙ୍କୁ ଗାଳି ଗୁଲଜ କରିବା ସହ ସଦାବେଳେ ତାଙ୍କ ଉପରେ ଦାଉ ସାଧିଥାନ୍ତି। ଏପରିକି ଟିକିଏ ଟିକିଏ କଥା ଯୋଗୁଁ ଘରେ ସଦାବେଳେ କଳହ ସୃଷ୍ଟି ହୁଏ। ସେଥିନିମନ୍ତେ ସମ୍ମାନ ହରାଇ ବଞ୍ଚିବା ଅପେକ୍ଷା ସ୍ୱାଭିମାନ ସହ ବଞ୍ଚିବାର ପନ୍ଥା ଆପଣେଇଛନ୍ତି ବୋଲି ବୃଦ୍ଧାଜଣଙ୍କ କୋହଭରା କଣ୍ଠରେ କହିଛନ୍ତି। ତେଣୁ ସେ ଦୀର୍ଘ ଏକ ବର୍ଷ ହେଲା ନିଜ ଘର ଛାଡି ଯାଯାବର ଜୀବନଯାପନ କରୁଛନ୍ତି।

ଓଳିଏ ମାଗିଯାଚି ଖାଇଲେ ଓଳିଏ ଉପାସରେ ରୁହନ୍ତି ଅପସରା। ଗତ ଏକମାସ ହେଲା ଅପସରା ବଡକୁଳ ପାନ୍ଥନିବାସ ଯିବା ରାସ୍ତାରେ ଏକ ଛୋଟିଆ ଘରେ ରହୁଛନ୍ତି। ଉକ୍ତ ଘରଟିକୁ କେହି ଜଣେ ସହୃଦୟ ବ୍ୟକ୍ତି ବୃଦ୍ଧାଙ୍କୁ ରହିବା ଲାଗି ଦେଇଛନ୍ତି। ବାଟରେ ଯିବା ଆସିବା ସମୟରେ କୌଣସି ସ୍ଵେଚ୍ଚାସେବୀ କିମ୍ବା ସମାଜସେବୀ ବ୍ୟକ୍ତିବିଶେଷ ଯଦି ବୃଦ୍ଧାଙ୍କୁ ଖାଇବାକୁ ଦିଅନ୍ତି ତେବେ ସେ ଖାଦ୍ୟ ପାଇଥାନ୍ତି, ନଚେତ ଅନାହାରରେ ଦିନ କାଟିଥାନ୍ତି।

ରାଜ୍ୟ ସରକାର ବୟସ୍କ ନାଗରିକ ମାନଙ୍କ ନିମନ୍ତେ ଏକାଧିକ ଯୋଜନାମାନ ପ୍ରଣୟନ କରିଥିବାବେଳେ ପରିଣତ ବୟସରେ ବୃଦ୍ଧାଙ୍କ ଏପରି ଅବସ୍ଥା ଉକ୍ତ ଯୋଜନାଗୁଡିକର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ଏ ଦିଗରେ ଯଥାଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ କରିବା ସହ ବୃଦ୍ଧାଙ୍କ ଥଇଥାନ ବ୍ୟବସ୍ଥା କରିବା ନିମନ୍ତେ ସାଧାରଣରେ ଦାବି ହେଉଛି।

ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ବାଲୁଗାଁରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ୨୦୨୩ ପଦଯାତ୍ରା

April 17, 2026
Latest News

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.