Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବଡ଼ସିରେଇପୁର ଅଙ୍ଗନବାଡି କର୍ମୀଙ୍କ ବଦଳି ଦାବି: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ
ଆଞ୍ଚଳିକ

ବଡ଼ସିରେଇପୁର ଅଙ୍ଗନବାଡି କର୍ମୀଙ୍କ ବଦଳି ଦାବି: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ

July 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡ଼ସିରେଇପୁର ଗ୍ରାମରେ ଦୀର୍ଘ ଦିନ ଧରି ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କୁ ନେଇ ଜାରି ରହିଥିବା ବିବାଦ ଥମିବାର ନାଁ ଧରୁ ନାହିଁ। ପରିସ୍ଥିତି ଏପରି ହେଲାଣି ଯେ ଆଜି ଉକ୍ତ ଗ୍ରାମର ପ୍ରାୟ ୮୦ ରୁ ଊର୍ଦ୍ଧ୍ଵ ପୁରୁଷ ଓ ମହିଳା ମାନେ ସୁଦୂର ଖୋର୍ଦ୍ଧା ଗସ୍ତକରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗ୍ରାମର ଦୁଇ ଗୋଟି ଅଙ୍ଗନବାଡି କେନ୍ଦ୍ରର ଦୁଇ ଜଣ କର୍ମୀଙ୍କ ବହିଷ୍କାର ଦାବିରେ ଉକ୍ତ ଧାରଣା ଦିଆଯାଇଛି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଦୀର୍ଘ ଦେଢ଼ ବର୍ଷ ହେଲା ଅଙ୍ଗନବାଡି କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ଅଙ୍ଗନବାଡି କେନ୍ଦ୍ର ବନ୍ଦ ହୋଇ ରହିଛି। ଯାହାଫଳରେ ଶିଶୁ ଏବଂ ଗର୍ଭବତୀ ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାସହ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ନୂତନ ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଗ୍ରାମବାସୀଙ୍କ ଦାବି ହେଉଛି।

ଏ ବାବଦରେ ବାରମ୍ବାର ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଗତ ଫେବୃଆରୀ ମାସ ୧୧ ତାରିଖରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବାଣପୁର ସିଡ଼ିପିଓ, ତହସିଲଦାର, ଆଇଆଇସି ଗ୍ରାମବାସୀଙ୍କ ସହ ଆଲୋଚନା କରି ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ୭ ଦିନ ସମୟ ନେଇଥିଲେ। କିନ୍ତୁ ଆଜକୁ ୫ ମାସରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ସୁଦ୍ଧା ଏଥିପ୍ରତି କେହି ଗୁରୁତ୍ୱ ନଦେବାରୁ ଆଜି ଗ୍ରାମବାସୀ ମାନେ ପ୍ରବଳ ବର୍ଷାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣାରେ ବସିବା ସହ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଉକ୍ତ ଧାରଣାକୁ ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ବିଜେପି ନେତା ନିକୁଞ୍ଜ ପଟ୍ଟନାୟକ ସମର୍ଥନ କରିବା ସହ ଉପଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା ମଧ୍ୟ କରିଥିଲେ।

ପରିଶେଷରେ ଉପଜିଲ୍ଲାପାଳଙ୍କ ନିକଟରୁ ଉକ୍ତ ସମସ୍ୟାର ଯଥାଶୀଘ୍ର ସମାଧାନ ନିମନ୍ତେ ନିର୍ଭର ପ୍ରତିଶୃତି ପାଇବାପରେ ଗ୍ରାମବାସୀମାନେ ଧାରଣାରୁ ଉଠିଥିଲେ।

ବଡ଼ସିରେଇପୁର ଗ୍ରାମ କମିଟି ସଭାପତି ପ୍ରବୋଧ କୁମାର ବିଶ୍ୱାଳ, ସମ୍ପାଦକ ବିକି ମୁଦୁଲି, ଝୁଲଣ ଜେନା, ବୁଲାରାମ ପ୍ରଧାନ, ରଙ୍କନାଥ ମହାନ୍ତି ଓ ସରୋଜ ସୁବୁଦ୍ଧିଙ୍କ ନେତୃତ୍ୱରେ ବହୁ ଗର୍ଭବତୀ ମହିଳାଙ୍କ ସମେତ ପାଖାପାଖି 80 ଜଣ ଗ୍ରାମବାସୀ ଧାରଣାରେ ବସିଥିଲେ।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଧାରଣାରେ ବସିଲେ ନରେନ୍ଦ୍ରପୁର ପଞ୍ଚାୟତ
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026
Latest News

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.