Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଗାମୀ ସହରାଞ୍ଚଳ ନିର୍ବାଚନ ଲାଗି ଖୋର୍ଦ୍ଧା ଜିଲ୍ଲା ବିଜେପି ସଂଯୋଜକ ଭାବେ ନିଯୁକ୍ତି ପାଇଲେ ବିଦ୍ୟୁତ୍
ଆଞ୍ଚଳିକ

ଆଗାମୀ ସହରାଞ୍ଚଳ ନିର୍ବାଚନ ଲାଗି ଖୋର୍ଦ୍ଧା ଜିଲ୍ଲା ବିଜେପି ସଂଯୋଜକ ଭାବେ ନିଯୁକ୍ତି ପାଇଲେ ବିଦ୍ୟୁତ୍

August 1, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆଗାମୀ ସହରାଞ୍ଚଳ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସହରାଞ୍ଚଳ ନିର୍ବାଚନ ପୂର୍ବରୁ ନିଜର ସ୍ଥିତିକୁ ମଜବୁତ କରିବା ପାଇଁ ବିଜେପିର ଖୋର୍ଦ୍ଧା ଜିଲ୍ଲା ନେତୃତ୍ଵ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ବିଜେପି ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର ୨ ଟି ପୌର ପରିଷଦ ଏବଂ ୨ ଟି ବିଜ୍ଞାପିତ ଅଞ୍ଚଳ ପାଇଁ ୪ ଜଣଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦେଇଥିବା ବେଳେ ଜିଲ୍ଲା ସଂଯୋଜକ ଭାବେ ବିଦ୍ୟୁତ କୁମାର କାଣ୍ଡିଙ୍କୁ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ଶ୍ରୀ କାଣ୍ଡି ଜିଲ୍ଲାର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ଖୋର୍ଦ୍ଧା ପୌରପରିଷଦ, ଜଟଣୀ ପୌରପରିଷଦ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ୪ ଜଣଙ୍କୁ ସଂଯୋଜକ ଭାବେ ଦାୟିତ୍ଵ ଦିଆଯାଇଛି।

ଏହି ୪ଟି ଅଞ୍ଚଳର ସଂଯୋଜକଙ୍କ ନାମ ଖୁବ ଶୀଘ୍ର ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ର ଘୋଷଣା କରିବେ ବୋଲି ଜଣାପାଡିଛି। ଆଜି ଚିଠି ନମ୍ବର ଏଲ.ଡି ୧୧୦/୨୧ ମାଧ୍ୟମରେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ରଞ୍ଜନ ମହାନ୍ତିଙ୍କୁ ଏନେଇ ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ଅବଗତ କରାଇଥିଲେ।

ଜିଲ୍ଲା ସଂଯୋଜକ ବିଜେପି ସହରାଞ୍ଚଳ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଭୀମ ଭୋଇ କଲେଜରେ ରକ୍ତଦାନ ଶିବିର: ୨୫ ୟୁନିଟ୍ ରକ୍ତ ସଂଗ୍ରହ

January 6, 2026

ବାଲୁଗାଁ: ସତସଙ୍ଗ ଶ୍ରୀମନ୍ଦିରରେ ନବମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ

January 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ପ୍ଲାଷ୍ଟିକ ମୂକ୍ତ ଧାରଣୀୟ କ୍ୟାମ୍ପସ ସଚେତନତା କାର୍ଯ୍ୟକ୍ରମ

January 3, 2026

୪୩ ବର୍ଷ ପରେ ପୁନର୍ମିଳନ: ରଣପୁର ମହାବିଦ୍ୟାଳୟ ୧୯୯୨ ବ୍ୟାଚର ବନ୍ଧୁମିଳନ ଓ ଗୁରୁ ସମ୍ବର୍ଦ୍ଧନା ସଭା

December 31, 2025
Latest News

୬ଟି ମ୍ୟାଚରେ ୫ଟି ଶତକ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଭାରତୀୟ କ୍ରିକେଟର ଏହି ନୂଆ ତାରକା

January 8, 2026

ରାସ୍ତା କଡ଼କୁ ଖସି ମୋଟରସାଇକେଲ ଆରୋହୀ ମୃତ

January 8, 2026

ବାଂଲାଦେଶରେ ଝୁଲନ୍ତା ଅବସ୍ଥାରେ ମିଳିଲା ୧୨ ବର୍ଷୀୟା ହିନ୍ଦୁ ଛାତ୍ରୀଙ୍କ ମୃତଦେହ: ଦୁଇ ସନ୍ଦିଗ୍ଧ ଅଟକ

January 8, 2026

ଅମ୍ବରନାଥ ମହାନଗର ନିଗମ ନିର୍ବାଚନ: ବିଜେପିର ଖେଳରେ କଂଗ୍ରେସ ମୁକ୍ତ, ସିନ୍ଦେ ଗୋଷ୍ଠୀକୁ ବଡ କ୍ଷତି 

January 8, 2026

IPAC କାର୍ଯ୍ୟାଳୟରେ ED ର ଚଢାଉ: ମମତା ବାନାର୍ଜୀ ଏବଂ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.