Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆନ୍ତର୍ଜାତିକ ମାନବ ଅଧିକାର ପରିଷଦର କାର୍ଯ୍ୟକାରିଣୀ ବୈଠକ
ଆଞ୍ଚଳିକ

ଆନ୍ତର୍ଜାତିକ ମାନବ ଅଧିକାର ପରିଷଦର କାର୍ଯ୍ୟକାରିଣୀ ବୈଠକ

August 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଆଜି ଆନ୍ତର୍ଜାତିକ ମାନବ ଅଧିକାର ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପରିଷଦର ମାନ୍ୟବର ସଭାପତିଙ୍କ ସଭାପତିତ୍ୱରେ ଏକ ସଭାକାର୍ଯ୍ୟ କରୋନା କଟକଣା ମଧ୍ୟରେ ସମାପ୍ତ ହୋଇଥିଲା।

ପରିଷଦର ମୁମ୍ବାଇସ୍ଥିତ ମୁଖ୍ୟାଳୟର ପ୍ରତିଷ୍ଠାତା ସୋନୁ ସାହାଙ୍କ ଅନୁମୋଦନ କ୍ରମେ ନବନିଯୁକ୍ତ କର୍ମକର୍ତ୍ତାମାନଙ୍କର ନାମ ଘୋଷଣା କରାଯିବା ସହ ରାଜ୍ୟ ସଭାପତି ମହମ୍ମଦ ସାହାନୱାଜଙ୍କ ଉପସ୍ଥିତିରେ ନିମ୍ନଲିଖିତ ବ୍ୟକ୍ତିମାନେ ସେମାନଙ୍କର ପ୍ରଥମ ଯୋଗଦାନ ପୂର୍ବକ ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ଆନ୍ତର୍ଜାତିକ ମାନବ ଅଧିକାର ପରିଷଦର ପ୍ରତିଷ୍ଠାତାଙ୍କ ଅନୁମୋଦନ କ୍ରମେ ସେକ୍ ଅବଦୁଲ ଗନି ହୋସେନ-ଉପସଭାପତି, ଓଡ଼ିଶା ଟେଷ୍ଟ ବୋର୍ଡ଼ର ଅଜିତ କୁମାର ନାୟକ-ସାଧାରଣ ସମ୍ପାଦକ, ଓଡ଼ିଶା ଟେଷ୍ଟ ବୋର୍ଡ଼ ସଦସ୍ୟ-ଆସରଫ ଅଲ୍ଲୀ-ପୁରୀ ଜିଲ୍ଲା ସଭାପତି, ସୁଦାଶା ପଣ୍ଡା(ଆଡ଼ଭୋକେଟ) ଏବଂ ନର୍ଗିସ ବାହାର-ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୁଖ ବ୍ୟକ୍ତିମାନେ କାର୍ଯ୍ୟରେ ଯୋଗ ଦେଇଥିଲେ। ଉକ୍ତ ବ୍ୟକ୍ତିମାନେ ଦାୟିତ୍ୱ ଗ୍ରହଣ କରିବା ସହ ଆଜି ସେମାନଙ୍କର ପ୍ରଥମ କାର୍ଯ୍ୟରେ ଯୋଗ ଦେଇଥିଲେ।

ପ୍ରକାଶଥାଉକି, ଚଳିତମାସ ଶେଷ ସୁଦ୍ଧା ଉକ୍ତ ପରିଷଦର ନୂତନ କାର୍ଯ୍ୟାଳୟ ଖୋଲାଯିବା ସହ ଏକ ପ୍ରେସ୍ କନ୍‌ଫରେନ୍ସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟର ବିକାଶ ପାଇଁ ତଥା ସମାଜରେ ନିଷ୍ପେସିତ ଅବସ୍ଥାରେ କାଳାତିପାତ କରୁଥିବା ଏବଂ ମାନବ ଅଧିକାରରୁ ବଞ୍ôଚତ ହେଉଥିବା ବ୍ୟକ୍ତିବିଶେଷ ମାନଙ୍କ ପାଇଁ କାର୍ଯ୍ୟ କରିବାକୁ ନବନିଯୁକ୍ତ କର୍ମକର୍ତ୍ତାମାନେ ବଜ୍ର ଶପଥ ନେବା ସହ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା।

ସଭା ଶେଷରେ ମାନ୍ୟବର ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଭାରତୀୟ ସମ୍ବିଧାନକୁ ସମ୍ମାନ ଦେଇ ଜାତି, ଧର୍ମ, ବର୍ଣ୍ଣ ଓ ଦଳ ନିର୍ବିଶେଷରେ କାର୍ଯ୍ୟ କରିବାକୁ ଏବଂ ନିଜ ନିଜର ଦାୟିତ୍ୱକୁ ସଚାରୁ ରୂପେ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ୫୦ରୁ ଉର୍ଦ୍ଧ୍ୱ ବୁଦ୍ଧିଜୀବୀ ଉପସ୍ଥିତ ରହି ପରିଷଦର କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପରିଷଦର ଉତ୍ତରତ୍ତୋର କାମନା କରିଥିଲେ।

କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ୪ ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଶୁଭାରମ୍ଭ

March 17, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Latest News

ମନ୍ଦିରର ୫୦୦ ମିଟର ମଧ୍ୟରେ ମାଂସ ଦୋକାନ ବନ୍ଦ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ

March 19, 2026

ଏହି ୩ ଟି ଷ୍ଟେସନରେ ଟ୍ରେନଗୁଡ଼ିକର ହେଲା ପରୀକ୍ଷାମୂଳକ ରହଣି 

March 19, 2026

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.