Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଫାର୍ମାସିଷ୍ଟଙ୍କ ବଦଳିକୁ ନେଇ ଜନ ଅସନ୍ତୋଷ: ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘେରାଉ କରିବାକୁ ଦେଲେ ଚେତାବନୀ
ଆଞ୍ଚଳିକ

ଫାର୍ମାସିଷ୍ଟଙ୍କ ବଦଳିକୁ ନେଇ ଜନ ଅସନ୍ତୋଷ: ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘେରାଉ କରିବାକୁ ଦେଲେ ଚେତାବନୀ

August 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଫାର୍ମାସିଷ୍ଟଙ୍କ ବଦଳିକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖିବାକୁ ମିଳିଛି। ଏହାସହ ବଦଳି ହୋଇଥିବା ଫାର୍ମାସିଷ୍ଟଙ୍କୁ ପୁନଃ ଉକ୍ତ ସ୍ଥାନରେ ଅବସ୍ଥାପିତ କରେଇବା ପାଇଁ ଗ୍ରାମବାସୀଙ୍କ ଦାବି ହୋଇଛି। ଯଦି ପ୍ରଶାସନ ଏହି ବିଷୟରେ ବିଚାର ନକରେ, ତେବେ ବାଧ୍ୟ ହୋଇ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ବାଣପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି।

ଘଟଣାରୁ ପ୍ରକାଶ ଯେ, ନୀଳାଦ୍ରି ପ୍ରସାଦ ପଞ୍ଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରମୋଦ ଦେହୁରୀ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କାର୍ଯ୍ୟରତ ଥିଲେ। ଶ୍ରୀ ଦେହୁରୀଙ୍କ ସେବାକୁ ନୀଳାଦ୍ରି ପ୍ରସାଦ ଏବଂ ଦାମିଆ ବରବରା ପଞ୍ଚାୟତର ଜନସାଧାରଣ ମାନେ ବେଶ ଭଲ ପାଉଥିଲେ। ଦିନ ରାତି ୨୪ ଘଣ୍ଟା ଶ୍ରୀ ଦେହୁରୀ ଜନସାଧାରଣଙ୍କ ସେବା ପାଇଁ ତତ୍ପର ଥିଲେ। ତେବେ ନିକଟରେ ତାଙ୍କ ବଦଳି ହଳନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ହୋଇଯାଇଛି।  ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଉଭୟ ପଞ୍ଚାୟତବାସି। ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପଞ୍ଚାୟତବାସି।

ଏହି ପରିପ୍ରେକ୍ଷୀରେ ଉକ୍ତ ବଦଳିକୁ ବାତିଲ ଏବଂ ପ୍ରମୋଦ ଦେହୁରୀଙ୍କୁ ଉକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁନଃ ସ୍ଥାପନ ଦାବିରେ ଆଜି ଅପରାହ୍ନରେ ଭାଲିଆପଡା ଗ୍ରାମରେ ଉଭୟ ପଞ୍ଚାୟତର ଶହ ଶହ ଜନସାଧାରଣଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକର ଦଳମତ ନିର୍ବିଶେଷରେ ସମସ୍ତ ଜନସାଧାରଣ ମାନେ ଏକ ସ୍ୱରରେ ଶ୍ରୀ ଦେହୁରୀଙ୍କ ଉଦ୍ଦେଶ୍ୟମୂଳକ ବଦଳିକୁ ନିନ୍ଦା କରିବା ସହ ତାଙ୍କୁ ପୁନଃ ଅବସ୍ଥାପିତ କରିବା ପାଇଁ ମତ ରଖିଥିଲେ। ଆଗାମୀ ଦିନରେ ଏ ବିଷୟକୁ ନେଇ ଜନସାଧାରଣ ମାନେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘେରାଉ କରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।

ଉକ୍ତ ବୈଠକରେ ପୂର୍ବତନ ସମିତି ସଭ୍ୟ ଶତ୍ରୁଘ୍ନ ସାହୁ, ଗୋ ସେବକ ଉମାକାନ୍ତ ସାହୁ, ସମାଜସେବି ଭାସ୍କର ଦାସ, ସନ୍ତୋଷ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ, ବିଜେପି ବିରିଜାଈ ମଣ୍ଡଳ ସଭାପତି ତଥା ଭେଟେଶ୍ୱର ସରପଞ୍ଚ ଜିତେନ୍ଦ୍ର ଭୋଳ ଏବଂ ଭେଟେଶ୍ଵର ପଞ୍ଚାୟତର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ସାମନ୍ତରାୟ ପ୍ରମୁଖ ନେତୃମଣ୍ଡଳୀ ଯୋଗ ଦେଇଥିଲେ।

ଅନୁରୂପ ଭାବେ ଏ ବିଷୟ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ରମାକାନ୍ତ ନାୟକଙ୍କୁ ପଚାରିବାରୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ବଦଳି ହୋଇଥିବାର ସେ କହିଛନ୍ତି।

ଚେତାବନୀ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026
Latest News

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

April 2, 2026

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.