Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସ୍ଵାଧୀନତାର ଅମୃତ ମହୋତ୍ସବ: ବାଣପୁରରେ ଦେଶାତ୍ମବୋଧ କବିତା ପାଠୋତ୍ସବ
ଆଞ୍ଚଳିକ

ସ୍ଵାଧୀନତାର ଅମୃତ ମହୋତ୍ସବ: ବାଣପୁରରେ ଦେଶାତ୍ମବୋଧ କବିତା ପାଠୋତ୍ସବ

September 16, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ମନୋଜ୍ଞ ଦେଶାତ୍ମବୋଧକ କବିତା ପାଠୋତ୍ସବ ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁରର ଐତିହାସିକ ପଲଟଣ ପଡିଆସ୍ଥିତ ଛାୟା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ‘ସ୍ଵାଧୀନତାର ଅମୃତ ମହୋତ୍ସବ’ ଅବସରରେ ଏହି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଚିଲିକା ସାହିତ୍ୟ ସମାଜର ସହଯୋଗରେ ଏହାକୁ ଆୟୋଜନ କରାଯାଇଥିଲା।

ଆୟୋଜିତ ସମାବେଶରେ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଓ କବି ନୃସିଂହ ପ୍ରସାଦ ମିଶ୍ର, ବିଶିଷ୍ଟ ଗାଳ୍ପିକ ଶିବ ମିଶ୍ର, ଗବେଷକ ଓ ଅଧ୍ୟାପକ ଡ଼ଃ ସତ୍ୟ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।  ଦେଶାତ୍ମବୋଧ କବିତାର ପ୍ରଧାନସ୍ଥଳ ବାଣପୁର ବୋଲି ବର୍ଣ୍ଣନା କରିବା ସହ ପ୍ରଥମ ସ୍ବାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ବୋଲି ସେମାନେ ଉଲ୍ଲେଖ କରିଥିଲେ। ଉକ୍ତ ପାଠୋତ୍ସବରେ ବ୍ରିଟିଶ ସେନାକୁ ପ୍ରତିହତ କରି ବାଣପୁରକୁ ତିନିଦିନ ପାଇଁ ସହିଦ କୃତିବାସ ପାଟ୍ଟଶାଣୀ ସ୍ଵାଧୀନ ଘୋଷଣା କରିଥିବା କଥା ସ୍ମୃତିଚାରଣ କରାଯାଇଥିଲା।

ଶେଷରେ ସାହିତ୍ୟ ପ୍ରାଣ ଅଧ୍ୟାପକ କବି ସଂଗ୍ରାମ କେଶରୀ ସାହୁଙ୍କ ସଂଯୋଜନାରେ ୨୦ ରୁ ଅଧିକ କବି ଓ କବୟିତ୍ରୀ ସ୍ବରଚିତ କବିତା ଆବୃତ୍ତି କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ସମ୍ପାଦକ ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀ କବିତା ପାଠୋତ୍ସବ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026

ରଣପୁର ଶିକ୍ଷା ବ୍ଲକରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ

July 4, 2026

ବାଣପୁର: ଅଧ୍ୟାପକ ସଂଗ୍ରାମ ସାହୁଙ୍କ ବିୟୋଗରେ ଶୋକସଭା

July 4, 2026
Latest News

NEET-UG 2027 ରେ ବଡ଼ ପରିବର୍ତ୍ତନ: 5-6 ଦିନ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

July 7, 2026

ପରବର୍ତ୍ତୀ ଟି-୨୦ ସିରିଜରୁ ପ୍ରଶିକ୍ଷକ ଦାୟିତ୍ଵରୁ ମୁକ୍ତ ହେବେ ଗୌତମ ଗମ୍ଭୀର!: ଜାଣନ୍ତୁ କାହାକୁ ମିଳିବ ଦାୟିତ୍ଵ?

July 7, 2026

ଭାରତଠାରୁ ଇଣ୍ଡୋନେସିଆ କିଣିବ ସେହି କ୍ଷେପଣାସ୍ତ୍ର: ଯାହା ପାଇଁ ଭୟରେ ଥରୁଛି ପାକିସ୍ତାନ

July 7, 2026

ଲକ୍ଷ ଲକ୍ଷ NEET ପରୀକ୍ଷାର୍ଥୀଙ୍କ ପାଇଁ ରିଫଣ୍ଡ ପାଇବାର ଆଜି ଶେଷ ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

July 7, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.