Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତିର୍ତ୍ତୋଲ ବ୍ଳକ୍ କଂଗ୍ରେସର ଦାବିପତ୍ର: ବର୍ଷା କ୍ଷତିଗ୍ରସ୍ତଙ୍କୁ ଯୋଗାଇ ଦିଆଯାଉ ସରକାରୀ ସହାୟତା
ଆଞ୍ଚଳିକ

ତିର୍ତ୍ତୋଲ ବ୍ଳକ୍ କଂଗ୍ରେସର ଦାବିପତ୍ର: ବର୍ଷା କ୍ଷତିଗ୍ରସ୍ତଙ୍କୁ ଯୋଗାଇ ଦିଆଯାଉ ସରକାରୀ ସହାୟତା

September 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଲଘୁଚାପଜନିତ ଲଗାଣବର୍ଷା ଯୋଗୁଁ ଜିଲ୍ଲାରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ତିର୍ତ୍ତୋଲ ବ୍ଲକର ୨୯ ପଞ୍ଚାୟତରେ ମଧ୍ୟ ବ୍ୟାପକ ଫସଲ ହାନି ହେବାସହ କ୍ଷୟକ୍ଷତି ହୋଇଛି। ଏହି କ୍ଷତିଗ୍ରସ୍ତ ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବା ଦାବିରେ ଆଜି ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ନିହାର ରଂଜନ ନାୟକଙ୍କ ନେତୃତ୍ବରେ ଶତାଧିକ ଚାଷୀ ଜଗତସିଂହପୁର ଜିଲ୍ଲା କୃଷି ଅଧିକାରୀ, ତିର୍ତ୍ତୋଲ ତହସିଲଦାର, ତିର୍ତ୍ତୋଲ କୃଷି ଅଧିକାରୀ, ଜିଲ୍ଲାପାଳ, ଓଡ଼ିଆ ମୁଖ୍ୟକୃଷି ଅଧିକାରୀ ପ୍ରମୁଖଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଶତାଧିକ ହେକ୍ଟର ଚାଷ ଜମିରୁ ବର୍ଷାଜଳ ନିଷ୍କାସନ ହୋଇପାରି ନଥିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି।

ଏହି ବ୍ଲକର ଅଧିକାଶଂ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ୠଣ ଓ ହାତ ଉଧାରୀ କରି ଚାଷକରି ଥିବା ଫସଲନଷ୍ଟ ଦେଖି ଚାଷୀ ଆଖିରେ ଲୁହ ଭରି ଯାଇଛି। ବର୍ଷକର ଆହାର ହରାଇଛି ଚାଷୀ। ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚହ୍ନଟ କରାଯିବା ସହିତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ଋଣଛାଡ୍ କରାଯିବାକୁ ତିର୍ତ୍ତୋଲ ବ୍ଲକ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଲଲାଟକେଶରୀ ମହାନ୍ତି, ଦେବାଶିଷ ଶର୍ମା, ସ୍ମୃତି ରଂଜନସ୍ୱାଇଁ, କୈଳାସ ପରିଡ଼ା, କୈଳାସ ଚନ୍ଦ୍ର ସାହୁ,ଅଜୟ ରାଉଳ, ବ୍ରଜବନ୍ଧୁ ମଲ୍ଲିକ, ନବିନ ନାୟକ, ତୋଫାନ ସ୍ୱାଇଁ, ଶରତ ଦାସ ପ୍ରମୁଖ ସାମିଲ ହୋଇଥିଲେ।

ତିର୍ତ୍ତୋଲ ବ୍ଳକ୍ ସରକାରୀ ସହାୟତା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.