Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଆଞ୍ଚଳିକ

ବାଲୁଗାଁ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

November 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ନିୟନ୍ତ୍ରିତ ବଜାର କମିଟିର ନିୟମିତ କର୍ମଚାରୀମାନେ ମହଙ୍ଗାଭତ୍ତା ବୃଦ୍ଧି ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। କର୍ମଚାରୀମାନଙ୍କ ଦାବି ମୁତାବକ ଷଷ୍ଠ ବେତନ କମିଶନ ସୁପାରିଶ ଅନୁଯାୟୀ ମହଙ୍ଗାଭତ୍ତା ବୃଦ୍ଧିପାଇ ୧୬୮ ପ୍ରତିଶତ ପହଞ୍ଚିଥିଲେ ସୁଦ୍ଧା କର୍ମଚାରୀମାନେ ଆଜିସୁଦ୍ଧା ଦୀର୍ଘ ଦଶ ବର୍ଷ ଧରି ୫୧ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ପୂର୍ବରୁ ଏକାଧିକ ଅଧିକାରୀଙ୍କ ବଦଳି ହୋଇଥିବାସତ୍ତ୍ୱେ କେହି ବି ଉକ୍ତ ସମସ୍ୟାକୁ କର୍ଣ୍ଣପାତ କରୁନାହାନ୍ତି।

ତେବେ ଗତବର୍ଷ କର୍ମଚାରୀଙ୍କ ଅନୁରୋଧ କ୍ରମେ ଖୋର୍ଦ୍ଧା ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଡ଼ିଏ ଫାଇଲକୁ ତାଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ଭିତରେ ଏଗାର ମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନର କମିଟି ସମ୍ପାଦକ ଉକ୍ତ ଫାଇଲକୁ ଅଣଦେଖା କରିବା ସହ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ ଏକ ମାସ ତଳେ ପୁଣି ଥରେ କର୍ମଚାରୀ ମାନେ ଉପଜିଲ୍ଲାପାଳଙ୍କୁ ଭେଟି ଏ ବାବଦରେ ଏକ ଦାବିପତ୍ର ମଧ୍ୟ ଦେଇଥିଲେ।  ଉପଜିଲ୍ଲାପାଳ କମିଟି ସମ୍ପାଦକଙ୍କୁ ଉକ୍ତ ଫାଇଲ ଆଣିବା ପାଇଁ ନିର୍ଦେଶ ଦେଇଥିଲେ ସୁଦ୍ଧା ଏଯାବତ ଉକ୍ତ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହାକୁ କମିଟି ର କର୍ମଚାରୀ ମାନେ ଗୁରୁତର ସହ ନେଇ ଆଜି ଧାରଣାରେ ବସିଛନ୍ତି।

ଦୀର୍ଘ ଦୁଇ ବର୍ଷ କୋଭିଡ ମହାମାରୀ ସମୟରେ ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡିକର ଅହେତୁକ ଦରଦାମ ବୃଦ୍ଧି ହେତୁ ସେମାନଙ୍କ ପରିବାର ଚଳାଇବାକୁ ଅସମର୍ଥ ହୋଇପଡିଲେଣି। ଏସମ୍ପର୍କରେ ନିୟନ୍ତ୍ରିତ ବଜାର କମିଟି, ବାଲୁଗାଁ ସମ୍ପାଦକ ପ୍ରବୋଧ କୁମାର ସାହୁଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ନିୟମିତ କର୍ମଚାରୀଙ୍କ ଦାବିକୁ ନେଇ ଖୋର୍ଦ୍ଧା ଉପ ଜିଲ୍ଲାପାଳଙ୍କୁ ସେ ଅବଗତ କରିଥିବା ସୂଚନା ଦେଇଥିବାବେଳେ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାଯିବା ନେଇ ପ୍ରତିଶୃତି ଦେଇଥିଲେ। ମାତ୍ର ଅଦ୍ୟାବଧି ଧରଣାରତ କର୍ମଚାରୀଙ୍କୁ କୌଣସି ସୂତ୍ରରୁ କିଛିବି ସୂଚନା ଦିଆଯାଇନଥିବାର ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଏଥି ସହିତ ଆମ୍ଭଙ୍କୁ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

କାର୍ଯ୍ୟ ବନ୍ଦ ଆନ୍ଦୋଳନ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.