Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ଇରୱାଡି ଡଲଫିନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଇରୱାଡି ଡଲଫିନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

November 27, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଲୁଗାଁ: ବାଲୁଗାଁ ବନ୍ୟପ୍ରାଣୀ ବନାଞ୍ଚଳଙ୍କ ପ୍ରୋତ୍ସାହନରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ମହାବିଦ୍ୟାଳୟରେ ଏକ ଇରୱାଡ଼ି ଡଲଫିନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ ତଥା ଜାତୀୟ ସେବା ଯୋଜନାର କ୍ୟାଡେଟ ଓ ସ୍ବେଚ୍ଛାସେବୀମାନେ ଯୋଗଦେଇ ସମ୍ବିଧାନ ଦିବସର ସଂକଳ୍ପ ପାଠ କରି ନିଜକୁ ଯୋଗ୍ୟ ନାଗରିକ ଭାବେ ଗଢି ତୋଳିବାକୁ ଶପଥ ଗ୍ରହଣ କରିଥିଲେ।

ଏନ୍ ସି ସି ଅଫିସର୍ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ, ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ବାଲୁଗାଁ ବନ୍ୟପ୍ରଣୀ ବନାଞ୍ଚଳ ଅଧିକାରୀ ବନରାମ ନନ୍ଦ, ସହକାରୀ ବନାଞ୍ଚଳ ଅଧିକାରୀ ଜିତେନ୍ଦ୍ର ନାୟକ, ଜାତୀୟ ସେବା ଯୋଜନାର ବରିଷ୍ଠ ଅଧିକାରୀ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ବିଶ୍ଵର ଅନନ୍ୟ ବିଭବ ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ବିରଳ ପ୍ରଜାତିର ଇରୱାଡି ଡଲଫିନ ସୁରକ୍ଷା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏଥିସହିତ ଚିଲିକାର ଜୈବବିବିଧତା, ବିଦେଶୀ ପକ୍ଷୀଙ୍କ ସୁରକ୍ଷା ସହିତ ଚିଲିକାର ପରିବେଶ ସୁରକ୍ଷା ପାଇଁ ନିୟମିତ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଛାତ୍ର ଛାତ୍ରୀ ମାନେ ମତବ୍ୟକ୍ତ କରିଥିଲେ। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗର ପ୍ରୋତ୍ସାହନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ସମସ୍ତ ବନପାଳ, ବନରକ୍ଷୀଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ସହଯୋଗ କରିଥିଲେ।

ଇରୱାଡି ଡଲଫିନ ବାଲୁଗାଁ ମହାବିଦ୍ୟାଳୟ ସଚେତନତା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Latest News

ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ହେଲେ ସରକାର

May 16, 2026

ଯୁବକଙ୍କୁ ଅପହରଣ ପରେ ହତ୍ୟା : ତିନି ଗିରଫ

May 16, 2026

ଟପ ISIS ଆତଙ୍କୀ ନିହତ

May 16, 2026

ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ

May 16, 2026

ଘରେ ପଶି ମାଇଁଙ୍କ ଭଉଣୀକୁ ହାଣିଲା ଭଣଜା

May 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.