Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କ୍ୟାନସର ପୀଡ଼ିତା ମହିଳାଙ୍କୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର
ଆଞ୍ଚଳିକ

କ୍ୟାନସର ପୀଡ଼ିତା ମହିଳାଙ୍କୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର

December 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାନସର ପୀଡ଼ିତା ମହିଳାଙ୍କୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ସ୍ତନ କର୍କଟ ରୋଗରେ ପୀଡ଼ିତ ଜଣେ ମହିଳାଙ୍କୁ କ୍ୟାନସର ଚିକିତ୍ସାରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଛି ଓଡ଼ିଶା-ମୋ ପରିବାର । କଟକ ଜିଲ୍ଲା ଆଠଗଡ଼ର ସୁଲୋଚନା ପଟ୍ଟନାୟକ ନାମକ ୪୦ ବର୍ଷିୟା ଜନୈକ ମହିଳା ଗତ କିଛି ଦିନ ହେବ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ବ୍ୟୟବହୁଳ କର୍କଟ ରୋଗର ଚିକିତ୍ସା ପାଇଁ ତାଙ୍କ ପାଖରେ ସମ୍ବଳ ନଥିଲା ।

କୌଣସି ସୂତ୍ରରୁ ଖବର ପାଇଁ ତାଙ୍କ ପରିବାର ଲୋକେ ବିଜେଡ଼ି ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ସମୀର ପ୍ରଧାନଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ। ଏହାପରେ ଓଡ଼ିଶା-ମୋ ପରିବାର ତାଙ୍କର ଚିକିତ୍ସା ନିମନ୍ତେ ତାଙ୍କପାଇଁ ଯାତାୟତର ବନ୍ଦୋବସ୍ତ କରାଇ ତାଙ୍କୁ ଆଠଗଡ଼ରୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲା । କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଓଡ଼ିଶା-ମୋ ପରିବାର ହେଲ୍ପଡେସ୍କ ସଂଚାଳକ ବିକାଶ ବେହେରା ତାଙ୍କର ଚିକିତ୍ସାରେ ସମସ୍ତ ପ୍ରକାର ସାହାଯ୍ୟ କରିଥିଲେ ।

ପରେ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ବିକାଶ ଏକ ଘରୋଇ ହସ୍ପିଟାଲରେ ପରାମର୍ଶ କରାଇ ତାଙ୍କର ଚିକିତ୍ସା ଆରମ୍ଭ କରାଇଦେଇଥିଲେ । ସେଠାରେ ତାଙ୍କୁ ମାଗଣାରେ ୧୦ଟି ରାଡ଼ିଏସନ୍ ଥେରାପି ଦିଆଯାଇଥିଲା । ଏଥିପାଇଁ ହେଲ୍ପ ଡେସ୍କ ସଂଚାଳକ ଶିବ ରାଉତ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଚିକିତ୍ସାଧୀନ ସମୟରେ ଓଡ଼ିଶା-ମୋ ପରିବାର ଦ୍ୱାରା ତାଙ୍କ ରହିବା ପାଇଁ ଏକ ଗେଷ୍ଟହାଉସର ବନ୍ଦୋବସ୍ତ କରାଯିବା ସହିତ ଆବଶ୍ୟକୀୟ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା ।

ରାଡ଼ିଏସନ୍ ଥେରାପି ନେବା କାରଣରୁ ତାଙ୍କର କେଶ ଉପୁଡ଼ି ଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଆଜି ତାଙ୍କୁ ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟରେ ଆବାହକଙ୍କ ଦ୍ୱାରା କୋଣାର୍କ କ୍ୟାନସର ଫାଉଣ୍ଡେସନ ସମନ୍ୱୟରେ ଏକ କୃତ୍ରିମ କେଶ ପ୍ରଦାନ କରାଯାଇଥିଲା । ଓଡ଼ିଶା-ମୋ ପରିବାର ମାର୍ଗଦର୍ଶନ ଦ୍ୱାରା ଏହି ବ୍ୟୟବହୁଳ ଚିକିତ୍ସା ପାଇପାରିଥିବାରୁ ସୁଲୋଚନା ଓଡ଼ିଶା-ମୋ ପରିବାରକୁ ଅଶେଷ କୃତଜ୍ଞତା ଜଣାଇଥିଲେ ।

ଓଡିଶା ମୋ ପରିବାର
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026
Latest News

ବିଶ୍ୱର ସର୍ବବୃହତ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କଲା ଭାରତ

April 2, 2026

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026

ଖୋର୍ଦ୍ଧା ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.