Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବଡ଼କୁଳ ଠାରେ ଚିଲିକା ସେଲଡକ ଫୋକ କାର୍ନିଭାଲ ଉଦଯାପିତ
ଆଞ୍ଚଳିକ

ବଡ଼କୁଳ ଠାରେ ଚିଲିକା ସେଲଡକ ଫୋକ କାର୍ନିଭାଲ ଉଦଯାପିତ

December 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୁଳ ଓଡ଼ିଆର୍ଟ ସେଣ୍ଟର ଠାରେ ୭ମ ଚିଲିକା ସେଲଡକ ଫୋକ କାର୍ନିଭାଲ ଉତ୍ସବ ଉଦଯାପିତ ହୋଇଯାଇଅଛି। ଗତ ୮ ତାରିଖରୁ ଦୀର୍ଘ ୫ଦିନ ବ୍ୟାପି ଉକ୍ତ ଉତ୍ସବରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ ଚିତ୍ରକଳା, ଲୋକକଳା, ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରଦର୍ଶନ କରାଯାଉଥିଲା। ଦର୍ଶକମାନଙ୍କ ମନ ମୋହିବା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ବିଲୁପ୍ତ ଅବସ୍ଥାରେ ଥିବା ଲୋକକଳା ଏବଂ ସଂସ୍କୃତିକୁ ଏହି କାର୍ଯ୍ୟକ୍ରମରେ ପରିବେଷଣ କରି ପୁନଃ ଜନମାନସରେ ଉଦଜିବିତ କରିବା ଉକ୍ତ କାର୍ଯ୍ୟକ୍ରମର ଥିଲା ମୂଳ ଲକ୍ଷ୍ୟ।

ଚିଲିକା ସେଲଡକ ଫୋକ କାର୍ଣ୍ଣିଭାଲ ଉତ୍ସବର ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଗୋପବନ୍ଧୁ ଦାସ, ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ଓଡ଼ିଆର୍ଟ ସେଣ୍ଟର ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାସ, ସଭାପତି ବଂଶୀଧର ଆଚାର୍ଯ୍ୟ, ବିଜୟ କୁମାର ପତି, ମାନସ ରଞ୍ଜନ ପଟ୍ଟନାୟକ, ସୁରେନ୍ଦ୍ର କୁମାର ରୟ, ରଶ୍ମିରଞ୍ଜନ ଆଚାର୍ଯ୍ୟ, ସଂଜୀବ ସାହା ଏବଂ ଓଡ଼ିଆର୍ଟ ସେଣ୍ଟର ପରିଚାଳକ ସୁଶାନ୍ତ ଦାସ ଆଦି ଉପସ୍ଥିତ ଥିଲେ।

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସ୍ୱଳ୍ପସଂଖ୍ୟକ ଦର୍ଶକଙ୍କୁ ନେଇ ଉଦଯାପନୀ ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇଥିବାବେଳେ ଜଗତସିଂହପୁରର ଘୋଡା ନାଚ, ଗଞ୍ଜାମର ଦାସକାଠିଆ, ସୁଦୂର କୋଲକାତାର ଓଡ଼ିଶା ଆବେ ଗ୍ରୁପର ଫୋକ ଡାନ୍ସ ଦର୍ଶକଙ୍କୁ ବିମୋହିତ କରିଥିଲା। ଏଥିସହିତ ବହୁ ପ୍ରତିକ୍ଷୀତ ଆସାମ ବିହୁ ନୃତ୍ୟ ଏବଂ ଭୁବନେଶ୍ୱର ଏନଆଇଏଫଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପ୍ରାୟୋଜିତ ଫ୍ୟାସନ ସୋ ଏବଂ ଡାନ୍ସ ଦର୍ଶକଙ୍କୁ ଅମୋଦିତ କରିଥିଲା।

ବିଗତ ସାତ ବର୍ଷଧରି ଓଡ଼ିଆର୍ଟ ସେଣ୍ଟର, ବଡ଼କୂଳ ତରଫରୁ ଚିତ୍ରକଳା ଓ ଲୋକକଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଥୁବାବେଳେ ଏହାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଲୁକ୍କାୟିତ ଥିବା କଳାକୁ ସରକାରୀ ମାନ୍ୟତା ଦେବା ଉଦ୍ଦେଶ୍ୟରେ ଉକ୍ତ କଳାକାରମାନଙ୍କ ପ୍ରତି ରାଜ୍ୟ ସରକାର ଶୁଭଦୃଷ୍ଟି ପକାଇଲେ ଆଗାମୀଦିନରେ ଲୁକ୍କାୟିତ ଥିବା କଳାଗୁଡ଼ିକ ଚିର ଉଜ୍ଜୀବିତ ହୋଇରହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଚିଲିକା ବଡ଼କୁଳ
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026
Latest News

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.