Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖୋର୍ଦ୍ଧା: ଓରମାସ କାର୍ଯ୍ୟାଳୟଠାରେ ବିକ୍ରୟ କେନ୍ଦ୍ର ଉଦଘାଟିତ
ଆଞ୍ଚଳିକ

ଖୋର୍ଦ୍ଧା: ଓରମାସ କାର୍ଯ୍ୟାଳୟଠାରେ ବିକ୍ରୟ କେନ୍ଦ୍ର ଉଦଘାଟିତ

December 27, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଶନ ସମିତି(ଓରମାସ)କାର୍ଯ୍ୟାଳୟ, ଖୋର୍ଦ୍ଧା ଠାରେ ଗ୍ରାମୀଣ କାରିଗରମାନଙ୍କର ଉତ୍ପାଦିତ ସାମଗ୍ରୀର ବିକ୍ରୟ କେନ୍ଦ୍ର ଆଜି ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇଙ୍କ ଉପସ୍ଥିତିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର ଏହି ବିକ୍ରୟ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି।

ଏହି ବିକ୍ରୟ କେନ୍ଦ୍ରରେ ଜିଲ୍ଲାର ଗ୍ରାମୀଣ କାରିଗରମାନଙ୍କର ବିଭିନ୍ନ ସାମଗ୍ରୀ ବିକ୍ରୟ କରାଯିବ। ଜିଲ୍ଲାର ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦିତ ସାମଗ୍ରୀ ଓରମାସ କାର୍ଯ୍ୟାଳୟର ଏହି ବିକ୍ରୟ କେନ୍ଦ୍ରରେ ପ୍ରଦର୍ଶିତ ହେବ ଓ ବିକ୍ରୟ ହେବ। ଏଠାରେ ବିଭିନ୍ନ ସାମଗ୍ରୀ ଅନଲାଇନ ବିକ୍ରୟ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଏହି ବିକ୍ରୟ କେନ୍ଦ୍ର ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରେ ଜିଲ୍ଲାର ସ୍ୱୟଂସହାୟକ ଗୋଷ୍ଠୀ ସାମିଲ ହୋଇ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ବିକ୍ରୟ ପାଇଁ ସୁଯୋଗ ପାଇବେ।

ବିକ୍ରୟ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ, ଉପମୁଖ୍ୟ ନିର୍ବାହୀ ଓରମାସ ଗୁଣ୍ଡିଚା ବେହେରା, ବିଡ଼ିଓ, ଖୋର୍ଦ୍ଧା ରୁମାନା ଜାଫ୍ରି, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ, ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଭ୍ୟା ପ୍ରମୁଖ ଯୋଗଦେଇଥିଲେ।

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ନାଚୁଣୀ ମହାବିଦ୍ୟାଳୟରେ ପୋଷଣ ମାସ-୨୦୨୫ କାର୍ଯ୍ୟକ୍ରମ

October 18, 2025

ବାଣପୁର: ସ୍ଵର୍ଗତ କାଗଜୀ ପାଇକରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

October 17, 2025

ଖୋର୍ଦ୍ଧା: ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀପାବଳୀ ଷ୍ଟଲ୍ ଉଦ୍ଘାଟିତ 

October 17, 2025

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ, ୧୯୩ ମାମଲାର ସମୀକ୍ଷା

October 17, 2025
Latest News

ନବରାତ୍ରିରେ କିଣାକିଣି ହେଲା ଆକାଶଛୁଆଁ: ଦୀପାବଳିରେ ଐତିହାସିକ କାରବାର ପାଇଁ କ୍ଷେତ୍ର ପ୍ରସ୍ତୁତ

October 18, 2025

ଜିଏସଟି ବଚତ୍‌ ଉତ୍ସବକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲେ ୩ କେନ୍ଦ୍ର ମନ୍ତ୍ରୀ

October 18, 2025

ବିହାର ନିର୍ବାଚନ: ଏହି ଆସନରେ ଚିରାଗ ପାସୱାନଙ୍କ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ

October 18, 2025

ଦୀପାବଳି ଉପଲକ୍ଷେ ବିଏସଏନଏଲ୍ ର ସ୍ଵତନ୍ତ୍ର ଅଫର

October 18, 2025

Nuapada Bypoll: ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀପତ୍ର ଦାଖଲ କଲେ ଘାସିରାମ

October 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.