Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଡ଼ାକ୍ତର କାଶୀନାଥ ନାୟକଙ୍କ ଆତ୍ମଜୀବନୀ, ‘ମାଇଁସେଲ୍ଫ ଆଣ୍ଡ ଦ ୱାର୍ଲ୍ଡ’ ଲୋକାର୍ପିତ
ଆଞ୍ଚଳିକ

ଡ଼ାକ୍ତର କାଶୀନାଥ ନାୟକଙ୍କ ଆତ୍ମଜୀବନୀ, ‘ମାଇଁସେଲ୍ଫ ଆଣ୍ଡ ଦ ୱାର୍ଲ୍ଡ’ ଲୋକାର୍ପିତ

December 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡ଼ାକ୍ତର କାଶୀନାଥ ନାୟକଙ୍କ ଆତ୍ମଜୀବନୀ, 'ମାଇଁସେଲ୍ଫ ଆଣ୍ଡ ଦ ୱାର୍ଲ୍ଡ ଲୋକାର୍ପିତ'

ଭୁବନେଶ୍ୱର: ଡ଼ାକ୍ତର କାଶୀନାଥ ନାୟକଙ୍କ ଆତ୍ମଜୀବନୀ “ମାଇଁସେଲ୍ଫ ଆଣ୍ଡ ଦ ୱାର୍ଲ୍ଡ ଲୋକାର୍ପିତ” ବୁଧବାର ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଡ଼. ଭଗବାନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ଼ାକ୍ତର କାଶୀନାଥ ନାୟକ ଜଣେ ସଫଳ ଡ଼ାକ୍ତର ହେବା ସହିତ ପୁଣି ଜଣେ ସୃଜନଶୀଳ ଲେଖକ ହୋଇପାରିଛନ୍ତି ବୋଲି ଖୁସିବ୍ୟକ୍ତ କରିଥିଲେ ।

ଡ଼ା ନାୟକ ଅତି ସୁନ୍ଦରଭାବରେ ଏହି ଆତ୍ମଜୀବନୀ ପୁସ୍ତକରେ ନିଜର ସମସ୍ତ ମୂହୁତ୍ତକୁ ଉପସ୍ଥାପନା କରିଛନ୍ତି ଯାହାକି ଅନ୍ୟ ଆତ୍ମଜୀବନୀ ପୁସ୍ତକରେ ଦେଖିବାକୁ ମିଳେ । ଏହି ପୁସ୍ତକଟି ଓଡ଼ିଆ ଭାଷାରେ ପ୍ରକାଶିତ ହେଲେ ସାରା ରାଜ୍ୟରେ ଜନାଦୃତ ହୋଇପାରବ ବୋଲି ସେ ମତ ରଖିଥିଲେ । ମୁଖ୍ୟ ବକ୍ତାଭାବେ ଯୋଗଦେଇ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପ୍ରାପ୍ତ ବିଶିଷ୍ଟ ଲେଖକ ଅସୀତ ମହାନ୍ତି କହିବା ସହିତ ଲେଖକ ଡ଼ା କାଶୀନାଥ ନାୟକ ଏହି ପୁସ୍ତକରେ ନିଜ ଗ୍ରାମ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅର୍ନ୍ତଗତ ଡ଼ାହାଣହତା ଗ୍ରାମରେ ସ୍ୱାଧୀନତାର ପରବର୍ତ୍ତୀ ଗ୍ରାମୀଣ ପରମ୍ପରା, ଶିକ୍ଷା ଏବଂ ଆଚାର ବିଚାର ଅତି ସରଳ ଭାବରେ ଇଂରାଜୀ ବାକ୍ୟ ଲେଖିଛନ୍ତି ।

ଏହି ପୁସ୍ତକଟିକୁ ଲେଖିବାକୁ ଡ଼ା. ନାୟକ ଅବସରର ଦୀର୍ଘ ୧୧ ବର୍ଷ ଧରି ପୂର୍ବ ସ୍ମୃତିକୁ ଉଜ୍ଜିବୀତ କରି ବେଶ ସବୁ ମନେ ପକାଇ ପାଠକଙ୍କୁ ବେଶ ହୃଦୟସ୍ପର୍ଶୀ କରାଇ ପାରିଛନ୍ତି । ଏପରିକି ବର୍ତ୍ତମାନ ରହୁଥିବା ଭୁବନେଶ୍ୱରର ଉଦୟବିହାରରେ ସପରିବାର ସହିତ ପଡ଼ୋଶୀଙ୍କ ସୁସମ୍ପର୍କରେ ଜଣେ ସୁଖି ଏବଂ ପୂର୍ଣ୍ଣାଙ୍ଗ ମୁକ୍ତ ମଣିଷ ଭାବେ ଜୀବନ ଅତିବାହିତ କରୁଥିବା ସେ ଉଲ୍ଲେଖ କରିଛନ୍ତି ।

ସମାଜର ପୂର୍ବତନ ସମ୍ପାଦକ ଡ଼. ସତ୍ୟ ରାୟଙ୍କ ପୈାରହିତ୍ୟରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ସମୀକ୍ଷକ ଓ ସମ୍ମାନିତ ଅତିଥି ଭାବରେ ଡ଼ା ପ୍ରଦୀପ କୁମାର ଆଜାର୍ଯ୍ୟ, ଡ଼ା ଦେବାଶିଷ ମିଶ୍ର, ଲେଖକଙ୍କ ପତ୍ନୀ ଡ଼ାକ୍ତର କବିତା ନାୟକ ଯୋଗ ଦେଇଥିଲେ । ଲେଖକ ଡ଼ା ନାୟକ ପୁସ୍ତକ ସମ୍ପର୍କରେ ନିଜର ମତ ରଖିବାବେଳେ ଧଉଳି ପବ୍ଲିକେଶନ୍ସା ପ୍ରକାଶକ ଡ଼. ମହେଶ୍ୱର ଧନ୍ୟବାଦ ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ଗଣିତ ଦିବସ ପାଳନ, ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର

December 22, 2025

ପିଚିକୁଳି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଶିବିର

December 22, 2025

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର ଓ ନୂତନ ଅଧ୍ୟାପକଙ୍କୁ ସ୍ବାଗତ

December 22, 2025

ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

December 20, 2025
Latest News

‘ରାହୁଲ ନୁହେଁ’, ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବଦଳାଇଲା କି କଂଗ୍ରେସ?: ହଇଚଇ ସୃଷ୍ଟି କଲା ସାଂସଦଙ୍କ ବୟାନ

December 23, 2025

ସର୍ବାଧିକ ରେକର୍ଡ ଛୁଇଁଲା ସୁନା ମୂଲ୍ୟ: ଜାଣନ୍ତୁ ଡିସେମ୍ବର ୨୩ ରେ କେତେ ବଢିଲା ଦାମ

December 23, 2025

ଭାରତୀୟଙ୍କ ପାଇଁ ଚୀନ୍‌ର ବଡ଼ ନିଷ୍ପତ୍ତି!: ଆରମ୍ଭ ହେଲା ସରଳୀକୃତ ଅନଲାଇନ୍ ଭିସା ବ୍ୟବସ୍ଥା

December 23, 2025

ରାଜ୍ୟସଭାରେ ପରିବର୍ତ୍ତନ ହେବ ସଂଖ୍ୟା, ୨୦୨୬ ରେ ୭୫ଟି ଆସନ ପାଇଁ ହେବ ନିର୍ବାଚନ

December 23, 2025

ଆଜିଠାରୁ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.