Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖୋର୍ଦ୍ଧା ଜିଲ୍ଲାପାଳଙ୍କ ତ୍ଵରିତ ପଦକ୍ଷେପ: ଚିଲିକାର ଗରିବ ରୋଗିଙ୍କୁ ବଢାଇଲେ ସହାୟତାର ହାତ
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ତ୍ଵରିତ ପଦକ୍ଷେପ: ଚିଲିକାର ଗରିବ ରୋଗିଙ୍କୁ ବଢାଇଲେ ସହାୟତାର ହାତ

January 3, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଗରିବ ରୋଗିଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସହାୟ ହୋଇଛନ୍ତି। ଉକ୍ତ ରୋଗୀଙ୍କୁ ଆର୍ଥିକ ସହାୟତା ଯୋଗାଇଛନ୍ତି।

ସୂଚନା ମୁତାବକ ଆଜି ସକାଳେ ‘ସମୀକ୍ଷା’ ରେ ‘ମା’ ର ଚିକିତ୍ସା ପାଇଁ ଗରିବ ପୁଅର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ’ ଶୀର୍ଷକରେ ଏକ ଖବର ପ୍ରସାରଣ କରାଯାଇଥିଲା। ଯେଉଁଥିରେ କି ଚିଲିକା ବ୍ଲକ୍ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତ ଗୋଡ଼ି ସାହିରେ ବସବାସ କରୁଥିବା ଭାସ୍କର ପୃଷ୍ଟିଙ୍କ ପତ୍ନୀ ପ୍ରଫୁଲୀ ପୃଷ୍ଟି ଆଜକୁ ଦୀର୍ଘ ୮ ବର୍ଷ ଧରି ଟ୍ୟୁମର ରୋଗରେ ପୀଡ଼ିତ ଅଛନ୍ତି ଏବଂ ତାଙ୍କ ଗରିବ ପୁଅ ଚିକିତ୍ସାପାଇଁ ସରକାରୀ ସାହାଯ୍ୟ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଥିଲେ।

ତେବେ ଖବରକୁ ଗୁରୁତର ସହ ନେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆଜି ଅପରାହ୍ନରେ ପ୍ରଫୁଲୀଙ୍କ ଚିକିତ୍ସା ନିମନ୍ତେ ଓସୱାସ ଜରିଆରେ ରେଡ଼କ୍ରସ ପାଣ୍ଠିରୁ ତୁରନ୍ତ ୧୦ ହଜାର ଟଙ୍କାର ସହାୟତା ରାଶି ଅନୁମୋଦନ କରିଛନ୍ତି ଜିଲ୍ଲାପାଳ। ଏ ନେଇ ଜିଲ୍ଲାପାଳ ଆମ ଚିଲିକା ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ତେବେ ଉକ୍ତ ଅର୍ଥରାଶି ଆସନ୍ତାକାଲି ରୋଗୀଙ୍କ ନିକଟକୁ ପହଂଚିବ ବୋଲି ଜଣାପଡିଛି।

ସେହିପରି ଭାବେ ରୋଗିଙ୍କୁ ଚିକିତ୍ସା ପାଇଁ ମୁଖମନ୍ତ୍ରୀ ରିଲିଫ ପାଣ୍ଠି ସହାୟତା ଯୋଜନାରେ ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ଆବେଦନ ପରେ ଜିଲ୍ଲାପାଳ ରୋଗୀଙ୍କ ଚିକିତ୍ସାପାଇଁ ଯଥାସମ୍ଭବ ଅନୁଦାନ ଅନୁମୋଦନ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି। ତେବେ ଜିଲ୍ଲାପାଳଙ୍କ ଉକ୍ତ ତ୍ଵରିତ ପଦକ୍ଷେପକୁ ସମସ୍ତ ଚିଲିକାବାସି ଭୂୟସୀ ପ୍ରଶଂସା କରିଛନ୍ତି। ଅନୁରୂପ ଭାବେ ରୋଗୀଙ୍କ ପରିବାର ପକ୍ଷରୁ ‘ସମୀକ୍ଷା’ ମାଧ୍ୟମରେ ଜିଲ୍ଲାପାଳଙ୍କୁ କୃତଜ୍ଞତା ମଧ୍ୟ ଜ୍ଞାପନ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାପାଳ ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ଆୟୋଜିତ ଚନ୍ଦନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ..

May 31, 2026

ଚ଼ିଲିକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

May 29, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026
Latest News

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026

ଘୋଷଣା ହେଲା ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଟି-୨୦ ଦଳ: ନେତୃତ୍ଵ ନେବେ ଶ୍ରେୟସ ଆୟର

June 6, 2026

ପିଓକେ ପାଇଁ ନିର୍ବାଚନ ଘୋଷଣା କଲା ପାକିସ୍ତାନ: ଜାତିସଂଘରେ କଡ଼ା ପ୍ରତିକ୍ରିୟା ଦେଲା ଭାରତ

June 6, 2026

IND vs AFG ଟେଷ୍ଟ ମ୍ୟାଚରେ ଡେବ୍ୟୁ କଲେ ମାନବ ସୁଥାର: ଜାଣନ୍ତୁ ତାଙ୍କର ଘରୋଇ ପ୍ରଦର୍ଶନ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.