Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଓଡ଼ିଶା ସାମ୍ବାଦିକ ୟୁନିଅନ୍‌ର ନୂତନ କର୍ମକର୍ତ୍ତା ମନୋନୀତ
ଆଞ୍ଚଳିକ

ଓଡ଼ିଶା ସାମ୍ବାଦିକ ୟୁନିଅନ୍‌ର ନୂତନ କର୍ମକର୍ତ୍ତା ମନୋନୀତ

January 9, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟର ସର୍ବବୃହତ୍ ସାମ୍ବାଦିକ ସଙ୍ଗଠନ ଓଡ଼ିଶା ସାମ୍ବାଦିକ ୟୁନିଅନ୍‌ର ୨୦୨୧-୨୩ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଓୟୁଜେର ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଅଶୋକ କୁମାର ନନ୍ଦ ପୁଣି ଥରେ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ରାଜେଶ ପଟ୍ଟନାୟକ ଏବଂ କିଶାନ୍ କୁମାର ରାଉତ ଉପସଭାପତି, ସମରଜିତ୍ ମହାନ୍ତି ଓ ପ୍ରସନ୍ନ କୁମାର ପାଇକରାୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲାବେଳେ ଅମୂଲ୍ୟ ରନ ସ୍ୱାଇଁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସଙ୍ଗଠନର ସମ୍ପାଦକ ଭାବେ ଆଗାମୀ ଦୁଇବର୍ଷ ପାଇଁ ଅଶୋକ କୁମାର ଦାସ (ସୁନ୍ଦରଗଡ଼), ବିଜୟ କୁମାର ସାହୁ (ବରଗଡ଼), ବାରିଜ ପଟ୍ଟନାୟକ (ନବରଙ୍ଗପୁର), ଦୀପକ ଶତପଥୀ (କେନ୍ଦୁଝର) ନିର୍ବାଚିତ ହୋଇଛନ୍ତି।

କାର୍ଯ୍ୟକାରୀ କମିିଟିକୁ ବିଭିନ୍ନ ଜିଲ୍ଲାରୁ ୩୦ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ମନୋନୟନ ପରେ ସମସ୍ତ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି। ବରିଷ୍ଠ ସଦସ୍ୟ ଶିଶିର କୁମାର ଦାସ ଓ ପ୍ରମୋଦ କୁମାର ସାମନ୍ତରାୟ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ। ମନୋନୟନ ଯାଞ୍ଚ ପରେ ନିର୍ବାଚନ ଅଧିକାରୀ ଶ୍ରୀ ସାମନ୍ତରାୟ ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି।

ସାମ୍ବାଦିକମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂଗଠନକୁ ଅଧିକ ଗତିଶୀଳ କରାଯିବା ସହ ସାମ୍ବାଦିକ ବୀମା ରାଶିକୁ ୨ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଓ ସାମ୍ବାଦିକମାନଙ୍କ ଲାଗି ୨୦ହଜାର ଟଙ୍କାର ପେନ୍‌ସନ୍ ଯୋଜନା ଲାଗୁ କରିବା ଲାଗି ୟୁନିଅନ୍ ପକ୍ଷରୁ ପ୍ରୟାସକୁ ଜୋର୍‌ଦାର୍ କରାଯିବ ବୋଲି ନବନିର୍ବାଚିତ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ଗଣିତ ଦିବସ ପାଳନ, ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର

December 22, 2025

ପିଚିକୁଳି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଶିବିର

December 22, 2025

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର ଓ ନୂତନ ଅଧ୍ୟାପକଙ୍କୁ ସ୍ବାଗତ

December 22, 2025

ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

December 20, 2025
Latest News

‘ରାହୁଲ ନୁହେଁ’, ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବଦଳାଇଲା କି କଂଗ୍ରେସ?: ହଇଚଇ ସୃଷ୍ଟି କଲା ସାଂସଦଙ୍କ ବୟାନ

December 23, 2025

ସର୍ବାଧିକ ରେକର୍ଡ ଛୁଇଁଲା ସୁନା ମୂଲ୍ୟ: ଜାଣନ୍ତୁ ଡିସେମ୍ବର ୨୩ ରେ କେତେ ବଢିଲା ଦାମ

December 23, 2025

ଭାରତୀୟଙ୍କ ପାଇଁ ଚୀନ୍‌ର ବଡ଼ ନିଷ୍ପତ୍ତି!: ଆରମ୍ଭ ହେଲା ସରଳୀକୃତ ଅନଲାଇନ୍ ଭିସା ବ୍ୟବସ୍ଥା

December 23, 2025

ରାଜ୍ୟସଭାରେ ପରିବର୍ତ୍ତନ ହେବ ସଂଖ୍ୟା, ୨୦୨୬ ରେ ୭୫ଟି ଆସନ ପାଇଁ ହେବ ନିର୍ବାଚନ

December 23, 2025

ଆଜିଠାରୁ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.