Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ବିଭିନ୍ନ ସଂଗଠନ ପକ୍ଷରୁ ପାଳିତ ହେଲା ରାଷ୍ଟ୍ରୀୟ ଯୁବ ଦିବସ
ଆଞ୍ଚଳିକ

ବାଣପୁର: ବିଭିନ୍ନ ସଂଗଠନ ପକ୍ଷରୁ ପାଳିତ ହେଲା ରାଷ୍ଟ୍ରୀୟ ଯୁବ ଦିବସ

January 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବାଣପୁରରେ ବିଭିନ୍ନ ସଂଗଠନ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ସ୍ଵାମୀ ବିବେକାନନ୍ଦ ସେବା ସଂଘ ଏବଂ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ଦ୍ୱାରା ‘ରାଷ୍ଟ୍ରୀୟ ଯୁବ ଦିବସ’ ପାଳିତ ହୋଇଯାଇଛି।

ବାଣପୁରସ୍ଥିତ କାଣ୍ଡି କମ୍ପ୍ଲେକ୍ସ କାର୍ଯ୍ୟାଳୟଠାରେ ସ୍ଵାମୀ ବିବେକାନନ୍ଦ ସେବା ସଂଘ ପକ୍ଷରୁ ଉକ୍ତ ଦିବସ ପାଳନ କରାଯାଇଥିବା ବେଳେ ବିବେକାନନ୍ଦ କେନ୍ଦ୍ର ପକ୍ଷରୁ ଅଚ୍ୟୁତରାଜପୁର କାର୍ଯ୍ୟାଳୟଠାରେ ଏହାକୁ ପାଳନ କରାଯାଇଛି।

 

ଉକ୍ତ ଉତ୍ସବକୁ ସ୍ଵାମୀ ବିବେକାନନ୍ଦ ସେବା ସଂଘର ସହ ସମ୍ପାଦକ ଶ୍ରୀକାନ୍ତ ପଲାଇଙ୍କ ନେତୃତ୍ଵରେ କରୋନା ଗାଇଡଲାଇନକୁ ମାନି କମ ସଂଖ୍ୟକ କାର୍ଯ୍ଯକର୍ତ୍ତାଙ୍କୁ ନେଇ ପାଳନ କରାଯାଇଥିଲା। ଏଥିରେ ନରେଶ ଜେନା, ଯମୁନା ନାୟକ, କଳୁଚରଣ ନାୟକ,ଟି ମୋହନ ଦାସ, ସନ୍ତୋଷ ସାହୁ ଯୋଗଦେଇଥିଲେ ଏବଂ ଆଗାମୀ ଦିନରେ ସମାଜ ହିତରେ କମକରିବାପାଇଁ ଶପଥ ନେଇଥିଲେ।

ସେହିଭଳି ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖାର ଯୁବ ପ୍ରମୁଖ ଜିତୁ ସାମନ୍ତରାୟ ଉକ୍ତ କାର୍ଯ୍ଯକ୍ରମକୁ ପରିଚାଳନା କରିଥିବା ବେଳେ ନଗର ସମ୍ପର୍କ ପ୍ରମୁଖ ବୈରାଗୀ ଚରଣ ବଳ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଓ ବାଲୁଗାଁର ଯୁବକମାନେ ଉପସ୍ଥିତ ରହି ପ୍ରତି ସପ୍ତାହରେ ସମାଜ ସେବା ପାଇଁ ଏକ ଘଣ୍ଟା ସମୟ ଦେବେ ବୋଲି ଶପଥ ନେଇଥିଲେ।

କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ନଗର କାର୍ଯ୍ୟକର୍ତ୍ତା ପୁଷ୍ପାଞ୍ଜଳି, ଲକ୍ଷ୍ମୀ, ବର୍ଷା, ବିକାଶ, ସିଦ୍ଧାନ୍ତ ଓ ତୋଫାନ ଆଦି ସହଯୋଗ କରିଥିଲେ।

ବିବେକାନନ୍ଦ କେନ୍ଦ୍ର ରାଷ୍ଟ୍ରୀୟ ଯୁବ ଦିବସ ସ୍ଵାମୀ ବିବେକାନନ୍ଦ ସେବା ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026
Latest News

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.