ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଜନ୍ମ ଦିବସ ପାଳିତ

Published: Feb 12, 2022, 8:42 pm IST

ଭୁବନେଶ୍ୱର: ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଜନ୍ମ ଦିବସ ସ୍ଥାନୀୟ ହୋଟେଲ ଆର୍ଯ୍ୟପ୍ୟାଲେସଠାରେ ପାଳନ କରାଯାଇଅଛି। ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଲାୟନ ଇଂ ପୂର୍ଣ୍ଣଚନ୍ଦ୍ର ପାଢୀ, ଲାୟନ୍ସ ଜିଲ୍ଲା ପ୍ରଥମ ମହିଳା ଲାୟନ ରଞ୍ଜନା ପାଢୀ, ପ୍ରଥମ ଜିଲ୍ଲା ଗଭର୍ଣ୍ଣର ଲାୟନ ଇଂ ସୁରେଶ ଚନ୍ଦ୍ର ନାୟକ, ଜିଲ୍ଲା ଅଧ୍ୟକ୍ଷ ଲାୟନ ଅଶୋକ ଅଗ୍ରୱାଲ ଏବଂ ଲାୟନ୍ସ ଜିଲ୍ଲାର ପୂର୍ବତନ ଗଭର୍ଣ୍ଣରମାନେ ଯୋଗଦାନ କରିଥିଲେ।

ଏହି ସଭାରେ କ୍ଲବର ସଭାପତି ଲାୟନ ଇଂ ସିଦ୍ଧାର୍ଥ ମହାନ୍ତି, ସମ୍ପାଦକ ଲାୟନ ଡଃ ବିପିନ ବିହାରୀ ମିଶ୍ର, କୋଷାଧ୍ୟକ୍ଷ ଲାୟନ କାହ୍ନୁ ରଞ୍ଜନ ପୃଷ୍ଟି ଏବଂ ବହୁ ସଦସ୍ୟ ଯୋଗଦାନ କରିଥିଲେ। ଅତିଥିମାନେ କ୍ଲବର ସାମାଜିକ କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିଥିଲେ। ଜିଲ୍ଲା ଗଭର୍ଣ୍ଣର କ୍ଲବ ଦ୍ୱାରା ପରିଚାଳିତ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଉନ୍ନତି କାମନା କରିବା ସହିତ ଏହା କିପରି ଆଗକୁ ବଢି ପାରିବ ସେଥିନେଇ ଆଲୋଚନା କରିଥିଲେ। ଏହି ଉତ୍ସବରେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର, ପୂର୍ବତନ ସଭାପତି ଏବଂ ଚାର୍ଟର ମେମ୍ବର ଲାୟନ ଏସ୍‌.କେ. ଝୁନଝୁନୱାଲଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଉତ୍ସବକୁ ଲାୟନ କିଶୋର ଚନ୍ଦ୍ର ସାହୁ ଓ ଲାୟନ ଶରତ କୁମାର ପରିଡ଼ା ପରିଚାଳନା କରିଥିଲେ। ଶେଷରେ ଲାୟନ ସୁଧାଂଶୁ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କେକ୍ କଟାଯାଇ କ୍ଲବର ଜନ୍ମ ଦିବସକୁ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥିଲା।

Related posts