Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଳ ସଂରକ୍ଷଣ ପାଇଁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଆଞ୍ଚଳିକ

ଜଳ ସଂରକ୍ଷଣ ପାଇଁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

February 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦିନକୁ ଦିନ ଭୂଗର୍ଭ ଜଳ ତଳକୁ ଖସି ଖସି ଯାଉଥିବା ବେଳେ ଆଗାମୀ ଦିନରେ ଏହା ଏକ ଜାତୀୟ ସମସ୍ୟା ଭାବରେ ପ୍ରତିହତ ହେବ। ଏହି ଜ୍ୱଳନ୍ତ ସମସ୍ୟା ଉପରେ ଆଜି ଭୁବନେଶ୍ୱରରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଫାଉଣ୍ଡେସନର ସଭାପତି ଡଃ ବିପିନ ବିହାର ମିଶ୍ର କହିଲେ ଯେ, ପ୍ରତିଟି ଜଳବିନ୍ଦୁ ଆମ ପାଇଁ ଆଜି ଦିନରେ ସମ୍ପତ୍ତି ଭଳି ସୁରକ୍ଷିତ ରଖିବାକୁ ହେବ। ନଚେତ ଆଗାମୀ ପିଢି ବଞ୍ଚିବା କଷ୍ଟକର ହୋଇପଡ଼ିବ। ଏହି ସମସ୍ୟା ଦିନକୁ ଦିନ ବଢି ବଢି ଚାଲିଛି। ଏହାର ସ୍ଥାୟୀ ସମାଧାନ ପାଇଁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି ଏବଂ ତା ସହିତ ବିଭିନ୍ନ ସ୍ଥାନରେ ଜଳସମ୍ପଦର ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରାଯାଉଛି।

ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ସମ୍ବାଦିକ ଗୁୁରୁକଲ୍ୟାଣ ମହାପାତ୍ର କହିଲେ ଯେ, ଜଳ ହିଁ ଜୀବନ ଏବଂ ଏହାର ସଂରକ୍ଷଣ ପାଇଁ ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ନଚେତ ଆମ ପରବର୍ତ୍ତୀ ପିଢି ଆମକୁ ଭର୍ତ୍ସନା କରିବେ। ପ୍ରତିଟି ଜଳବିନ୍ଦୁ ଆମ ପାଇଁ ଜୀବନ ବିନ୍ଦୁ ବୋଲି ବୁଝିବାକୁ ହେବ। ଅନ୍ୟତମ ଅତିଥି ତଥା ଭେଟରାନ ସିନେ ପ୍ରଯୋଜକ ସୁବାସ ରଥ ସମ୍ପ୍ରତି ସ୍ଥିତିରେ ଯଦି ଆମ ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା ନକରିବା, ତେବେ ଆଗାମୀ ସମୟରେ ସେ ନେଇ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିପାରେ। ଏ ନେଇ କିଛି କିଛି ସିନେମା ମଧ୍ୟ ର୍ନିମିତ ହୋଇଛି।

ଏହି ସିନେମାଗୁଡ଼ିକ କୌଣସି ମନୋରଞ୍ଜନ ମାତ୍ର ନୁହେଁ, ଆମର ଭବିଷ୍ୟତ ପାଇଁ ଚେତାବନୀ ମଧ୍ୟ। ଅତଏବ ଆମେ ଏବେଠୁ ସଚେତନ ହେବା ଆବଶ୍ୟକ ଏବଂ ଏହି ପୂଣ୍ୟ କାର୍ଯ୍ୟ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବାରୁ ସେ ଏହାର ଭୂୟସୀ ପ୍ରଶଂସା କରିବା ସହ ଏହାକୁ ଆହୁରି ବ୍ୟାପକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ମଣିଷ ସମାଜ ବଞ୍ଚିବା ପାଇଁ ଆବଶ୍ୟକ ଜଳର ସଂରକ୍ଷଣ ପାଇଁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯିବା ଆବଶ୍ୟକ ଉପରେ ଅନ୍ୟତମ ବରିଷ୍ଠ ବୁଦ୍ଧିଜୀବୀ ଶ୍ରୀଚରଣ ମହାନ୍ତି ଆଲୋକପାତ କରିଥିଲେ।

ଯୁବ ସାମାଜିକ କର୍ମୀ ଦିଲ୍ଲୀପ ପଟ୍ଟନାୟକ ଜଳ ସଂରକ୍ଷଣ ଆମ ସମସ୍ତଙ୍କ ପାଇଁ ବର୍ତ୍ତମାନ ସମୟର ଏକ ଆହ୍ୱାନ ଏବଂ ଆମ ସମସ୍ତଙ୍କ ପ୍ରୟାସରେ ହିଁ ଏହାର ସଂରକ୍ଷଣ ସମ୍ଭବ ହେବ ବୋଲି କହିଥିଲେ। ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଡଃ ସୁକାନ୍ତି ମିଶ୍ର କାର୍ଯ୍ୟକ୍ରମର ସଫଳ ଆୟୋଜନ ଉପସ୍ଥିତି ସମସ୍ତ ଅତିଥି ଏବଂ ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସକ୍ରିୟ ସଦସ୍ୟ ନିଜାମୁଦ୍ଦିନ ବେଗ୍‌, ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।

ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.