
ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି।ଆସନ୍ତା ୧୮ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏହି ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆଜି ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି।
୨୩୩ ବୁଥକୁ ବୁଥ ଅଫିସର ସମେତ ପୁଲିଙ୍ଗ ଅଫିସର ମାନଙ୍କୁ ପଠାଯାଇଛି। ଏହା ସହ କିଭଳି ଶୃଙ୍ଖଳିତ ଭାବେ ମତଦାନ ସଂପୁଣ୍ଣ ହେବ, ତାହା ଉପରେ ବାଣପୁର ବ୍ଲକ ପ୍ରଶାସନ ଗୁରୁତ୍ଵ ଦେଇଛି। ସମସ୍ତ ପୋଲିସ ପ୍ରଶାସନ ନିର୍ବାଚନ ଡିଉଟିରେ ଥିବା ସମସ୍ତ କର୍ମଚାରୀମାନେ ୧୮ ତାରିଖ ମତଦାନ ପାଇଁ ପ୍ରସ୍ତୁତ ହୋଇରହିଛନ୍ତି।
ବାଣପୁର ବ୍ଲକରେ ତିନୋଟି ଜୋନରେ ନିର୍ବାଚନ ପାଇଁ ମତଦାନ କରିବେ ଲୋକେ। ବାଣପୁର ବ୍ଲକରେ ୨୩୩ ଟି ବୁଥରେ ୧ ଲକ୍ଷ ୩ ହଜାର ୮ ସହ ୧୩ ଜଣ ଭୋଟର ମତଦାନ କରିବେ। କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବା ପାଇଁ ବ୍ୟାପକ ପୋଲିସ ଟିମକୁ ନିୟୋଜିତ କରିବା ସହିତ ପାଟ୍ରୋଲିଂର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି।