Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ପ୍ରଶାସନ ଉପରେ ନାହିଁ ଭରସା, ଷ୍ଟ୍ରଙ୍ଗ୍ ରୁମ୍ ଜଗୁଛନ୍ତି ନେତା
ଆଞ୍ଚଳିକ

ଚିଲିକା: ପ୍ରଶାସନ ଉପରେ ନାହିଁ ଭରସା, ଷ୍ଟ୍ରଙ୍ଗ୍ ରୁମ୍ ଜଗୁଛନ୍ତି ନେତା

February 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ହାର ଜିତକୁ ନେଇ ନେତା, କର୍ମୀ ତଥା ପ୍ରାର୍ଥୀଙ୍କୁ ଚିନ୍ତା ଘାରିଛି। ଏଭଳି ପରିସ୍ଥିତିରେ ଷ୍ଟ୍ରଙ୍ଗ୍ ରୁମ୍ ରେ ଥିବା ବାଲାଟ୍ ପେପର ବାକ୍ସ ଭିତରେ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ ହୋଇ ରହିଛି। ଭୋଟ ବାକ୍ସକୁ ଷ୍ଟ୍ରଙ୍ଗରୁମ୍ ଭିତରେ କିଏ ଅଦଳ ବଦଳ କରାଇ ଦେବା ଭୟରେ ପ୍ରାର୍ଥୀ ଏବଂ ବିଜେପି କର୍ମୀମାନେ ଶୀତ କାକରରେ ଜଗି ରହିଥିବା ଦେଖିବାକୁ ମିଳିଛି। ଏପରି ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳିରେ ଦେଖିବାକୁ ମିଳିଛି।

ଉଭୟ ବାଣପୁର ଏବଂ ଚିଲିକା ବ୍ଲକ ସମ୍ମୁଖରେ ବିଜେପି କର୍ମୀମାନେ ଷ୍ଟ୍ରଙ୍ଗରୁମ୍ କୁ ଦିନରାତି ଜଗି ରହୁଥିବାର ଦେଖିବାକୁ ମିଳିଛି। ଶାସକ ଦଳ ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଯେତିକି ମାତ୍ରାରେ ଏହି ଭୟ ଘାରୁନାହଁ, ତା’ଠାରୁ ଅଧିକ ବିରୋଧୀ ଦଳଗୁଡିକର ସମର୍ଥିତ ପ୍ରାର୍ଥୀମାନେ ଏ ବାବଦରେ ଚିନ୍ତା କରୁଥିବା ଲକ୍ଷ୍ୟ କରାଯାଉଛି। ଏଥର ପଞ୍ଚାୟତ ବଦଳରେ ବ୍ଲକ କାର୍ଯ୍ୟାଳୟରେ ଷ୍ଟ୍ରଙ୍ଗ୍‌ ରୁମ୍‌ କରାଯାଇଥିବାରୁ ଭୋଟ୍‌ ଏପଟ ସେପଟ ହୋଇପାରେ ବୋଲି ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।

ପାଳି ପାଳି କରି କର୍ମୀମାନେ ଚବିଶ ଘଣ୍ଟା ଷ୍ଟ୍ରଙ୍ଗ ରୁମକୁ ପ୍ରହରା ଦେଉଥିବାର ଦେଖାଯାଇଛି। ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଉପରେ ଭରସା ନାଇଁ, କେତେବେଳେ କିଏ ଓଲଟପାଲଟ କରିଦେବା ଆଶଙ୍କାରେ ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ଏପରି ଆମେ ଷ୍ଟ୍ରଙ୍ଗ ରୁମକୁ ଜଗିବୁ ବୋଲି ବିଜେପି କର୍ମୀ ଓ ସମର୍ଥକମାନେ କହିଛନ୍ତି।

ଚିଲିକା ପଞ୍ଚାୟତ ନିର୍ବାଚନ ଷ୍ଟ୍ରଙ୍ଗ୍ ରୁମ୍
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.