Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ଆସନ୍ତାକାଲିଠୁ ଆରମ୍ଭ ହେବ ଭୋଟ ଗଣତି, ଜାଣନ୍ତୁ କିଭଳି ରହିଛି ପ୍ରଶାସନର ପ୍ରସ୍ତୁତି
ଆଞ୍ଚଳିକ

ଚିଲିକା: ଆସନ୍ତାକାଲିଠୁ ଆରମ୍ଭ ହେବ ଭୋଟ ଗଣତି, ଜାଣନ୍ତୁ କିଭଳି ରହିଛି ପ୍ରଶାସନର ପ୍ରସ୍ତୁତି

February 25, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ଆଉ କିଛି ଘଣ୍ଟା ମଧ୍ୟରେ ଆସିବ ପଂଚାୟତ ନିର୍ବାଚନ ଫଳା ଫଳ। ଘୋଷଣା ହେବେ ପଂଚାୟତ ମୁଖିଆ। ସେଥିପାଇଁ ସମସ୍ତଙ୍କ ମନରେ ଭରି ରହିଛି ଉତ୍ସୁକତା। ପଂଚାୟତ ଫଳା ଫଳ ଘୋଷଣା ହେବାକୁ ମାତ୍ର ଆଉ କେଇ ଘଣ୍ଟା ବାକି ଥିବା ବେଳେ ବ୍ଲକ ପ୍ରଶାସନ ଆରମ୍ଭ କରିଛି ସମସ୍ତ ପ୍ରକାର ପ୍ରସ୍ତୁତି।

ଖୋର୍ଦ୍ଧା ଜିଲା ବାଣପୁର ଓ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସମସ୍ତ ପ୍ରକାର ପ୍ରସ୍ତୁତି। ବାଣପୁର ବ୍ଲକର ତଳ ମହଲାରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ବ୍ୟାଲଟ ବାକ୍ସ ରହିଥିବା ବେଳେ ଚିଲିକା ବ୍ଲକର ଉପର ମହଲାରେ କରାଯାଇଛି ଭୋଟ ଗଣତି ବ୍ୟବସ୍ଥା। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ଉଭୟ ବ୍ଲକ ଷ୍ଟ୍ରଙ୍ଗ୍ ରୁମକୁ ୨୪ ଘଣ୍ଟିଆ ସି ସି ଟିଭି ନଜରରେ ରଖାଯାଇଛି, ଯାହାକୁ ସିଧାସଳଖ ପ୍ରାର୍ଥୀ ଅବା ସମର୍ଥକମାନେ ବ୍ଲକ ବାହାରେ ବ୍ୟାଲଟ ବାକ୍ସକୁ ଏଲସିଡ଼ି ଜରିଆରେ ନଜର ରଖିପାରୁଛନ୍ତି।

ଆସନ୍ତାକାଲି ୨୬ ତାରିଖରେ ଚିଲିକା ବ୍ଲକର ୪ ନମ୍ବର ଜୋନ ଓ ବାଣପୁର ବ୍ଲକର ୧୩ ନମ୍ବର ଜୋନର ଭୋଟ ଗଣତି ହେବାକୁ ଥିବା ବେଳେ ୨୭ ତାରିଖରେ ଚିଲିକା ବ୍ଲକର ୫ ନମ୍ବର ଜୋନ ଓ ବାଣପୁର ବ୍ଲକର ୧୪ ନମ୍ବର ଜୋନ ଏବଂ ୨୮ ତାରିଖରେ ଚିଲିକା ବ୍ଲକର ୬ ନମ୍ବର ଜୋନ ଓ ବାଣପୁର ବ୍ଲକର ୧୫ ନମ୍ବର ଜୋନର ଭୋଟ ଗଣତି ହେବ।

ଭୋଟ ଗଣତି ସକାଳ ୮ ଟା ରୁ ଆରମ୍ଭ ହେବାକୁ ଥିବା ବେଳେ ୭ ଘଟିକା ସୁଦ୍ଧା ଭୋଟ ଗଣତିରେ ସାମିଲ ହେବାକୁ ଥିବା ସମସ୍ତ କର୍ମଚାରୀ ଉପସ୍ଥିତ ହେବେ। କାଲି ବାଣପୁର ବ୍ଲକରେ ୫ ଗୋଟି ଟେବୁଲରେ ଭୋଟ ଗଣତି ହେବାକୁ ଥିବାବେଳେ ଚିଲିକା ବ୍ଲକରେ ୬ ଗୋଟି ଟେବୁଲରେ ଭୋଟ ଗଣତି ହେବ। ଉଭୟ କାଉଣ୍ଟିଂ ହଲରେ ମଧ୍ୟ ଡବଲ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଉଭୟ ବ୍ଲକରେ ଭୋଟ ଗଣତି ହେବା ସମୟରେ ପ୍ରଶାସନ ପକ୍ଷରୁ ଭିଡିଓଗ୍ରାଫି କରାଯିବ। ଏହା ସହ ଗଣତି ପ୍ରକ୍ରିୟାକୁ ଉଭୟ ବ୍ଲକ ବାହାରେ ଏଲସିଡ଼ି ମାଧ୍ୟମରେ ପ୍ରାର୍ଥୀଙ୍କ ସମର୍ଥକ ମାନେ ଦେଖିପାରିବେ।

ସେହିପରି ଭାବେ ଉଭୟ ବ୍ଲକ ବାହାରେ ଡବଲ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଏ ନେଇ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ଏବଂ ଚିଲିକା ବିଡ଼ିଓ ସୁଷମା ବାରିକ ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ଜିଲ୍ଲା ପୋଲିସ ପକ୍ଷରୁ କଣ କଣ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ଏସପି ସୁରେଶ କୁମାର ଦାସଙ୍କୁ ପଚାରିବାରୁ ପ୍ରତ୍ୟେକ ବ୍ଲକରେ ଜଣେ ଲେଖାଏଁ ଡ଼ିଏସପି ଦାଇତ୍ୱରେ ରହିବେ ବୋଲି କହିଛନ୍ତି ଶ୍ରୀ ଦାସ। ଟାଙ୍ଗୀ ବ୍ଲକ ପାଇଁ ଡ଼ିଏସପି ସୁଜିତ କୁମାର ପଣ୍ଡା, ଚିଲିକା ବ୍ଲକ ପାଇଁ ଡ଼ିଏସପି ନିରୁପମା ମଲ୍ଲିକ ଓ ରମାକାନ୍ତ ମାହାଲିକ ଏବଂ ବାଣପୁର ବ୍ଲକ ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଦାଇତ୍ୱରେ ରହିବେ।

ତତ ସହିତ ପ୍ରତି ବ୍ଲକରେ ଏକ ପ୍ଲାଟୁନ ଫୋର୍ସ ଦିଆଯାଇଥିବାବେଳେ ବାଣପୁର ବ୍ଲକକୁ ଅତିରିକ୍ତ ଏକ ପ୍ଲାଟୁନ ଫୋର୍ସ ଦିଆଯାଇଥିବାର କହିଛନ୍ତି ଅତିରିକ୍ତ ଏସପି ଶ୍ରୀ ଦାସ। ବ୍ଲକ ପରିସର ମଧ୍ୟକୁ କାହାରିକୁ ବି ଯିବାପାଇଁ ଅନୁମତି ନାହିଁ। କେବେଳ ପ୍ରାର୍ଥୀ କିମ୍ବା କାଉଣ୍ଟିଂ ଏଜେଣ୍ଟ ପାସ ଦେଖାଇ ଭିତରକୁ ଯାଇପାରିବେ।

ଅନୁରୂପ ଭାବେ କାଉଣ୍ଟିଂ ହଲରେ କୌଣସି ପ୍ରକାର ବୈଦ୍ୟୁତିକ ଯନ୍ତ୍ରପାତି ଯଥା ମୋବାଇଲ, ସ୍ପାୟ କ୍ୟାମେରା ଆଦି ନେବାକୁ ବାରଣ କରାଯାଇଛି। ସମସ୍ତ ବ୍ଲକରେ ପୋଲିସର କଡ଼ା ପ୍ରହରା ଜାରୀ ରହିବ ବୋଲି ଅତିରିକ୍ତ ଏସପି ଶ୍ରୀ ଦାସ କହିଛନ୍ତି।

ସୂଚନା ଥାଉକି ଚଳିତ ପଞ୍ଚାୟତ ନିର୍ବାଚନରେ ଚିଲିକା ବ୍ଲକର ୧୭ ଗୋଟି ପଂଚାୟତର ୨୩୩ ଗୋଟି ବୁଥରେ ସମୁଦାୟ ୭୦ ହଜାର ୫ ଶହ ୪୬ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିଥିବା ବେଳେ ବାଣପୁର ବ୍ଲକର ୧୭ ଗୋଟି ପଂଚାୟତର ୨୨୫ ଗୋଟି ବୁଥରେ ସମୁଦାୟ ୭୧ ହଜାର ୪ ଶହ ୫୭ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିଛନ୍ତି।

ଚିଲିକା ଭୋଟ ଗଣତି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.