Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ୧୦ଟି ଜଳଛତ୍ର ଉଦ୍‌ଘାଟିତ
ଆଞ୍ଚଳିକ

ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ୧୦ଟି ଜଳଛତ୍ର ଉଦ୍‌ଘାଟିତ

April 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମ୍ପ୍ରତି କ୍ରମାଗତଭାବେ ବୃକ୍ଷଛେଦନ ଫଳରେ ରାଜ୍ୟରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ବୃକ୍ଷଛେଦନ ଫଳରେ ବଢୁଛି ବିଶ୍ୱତାପମାନ, ବୃଦ୍ଧିପାଉଛି ଅଂଶୁଘାତ ଜନିତ ମୃତ୍ୟୁ। ପ୍ରବଳ ରୁଦ୍ରତାପ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ପାଣି ମୁନ୍ଦିଏ ପିଇବା ପାଇଁ ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଥିବାରୁ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ଏସବୁକୁ ଦୃଷ୍ଟିରେ ରଖି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ ପବିତ୍ର ଓଡ଼ିଆ ନବବର୍ଷ ଅବସରରେ ରାଜଧାନୀ ଭୁବନେଶ୍ୱର ୟୁନିଟ୍‌-୧ସ୍ଥିତ ବଜରଙ୍ଗ ଭେଣ୍ଡିଂଜୋନ, ମୈତ୍ରୀବିହାରସ୍ଥିତ ନୀଳକଣ୍ଠେଶ୍ୱର ବଜାର କମିଟି, ୟୁନିଟ୍‌-୩ସ୍ଥିତ ମା’ତାରିଣୀ କ୍ଷୁଦ୍ର ବ୍ୟବସାୟୀ ସଂଘ, ସହିଦ ନଗରସ୍ଥିତ ମା’ଦୁର୍ଗା କ୍ଷୁଦ୍ର ବ୍ୟବସାୟୀ ସଂଘ, ସତ୍‌ସଙ୍ଗ ବିହାରସ୍ଥିତ ସ୍ୱସ୍ତିକ ସେବକ କ୍ଷୁଦ୍ର ବ୍ୟବସାୟୀ ସଂଘ, ସିଆରପିଏଫ୍‌ଛକସ୍ଥିତ ଶ୍ରୀ ଲୋକନାଥ ଭେଣ୍ଡିଂଜୋନ ସମେତ ୧୦ଟି ସ୍ଥାନରେ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି।

ବରିଷ୍ଠ କର୍ପୋରେଟର ଅମରେଶ ଜେନା ଓ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଫିତା କାଟି ଜଳଛତ୍ରକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୬ ନମ୍ବର ୱାର୍ଡ଼ର କର୍ପୋରେଟର ଅଚ୍ୟୁତାନନ୍ଦ ସ୍ୱାଇଁ, ୪୦ ନମ୍ବର ୱାର୍ଡ଼ର କର୍ପୋରେଟର ଆସିଆ ବେଗମ, ଟ୍ରଷ୍ଟର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ବିପିନ ବିହାରୀ ଜେନା, ନିରଞ୍ଜନ ପାଣ୍ଡେ, ଗୀତା ବିଶ୍ୱାସ, ସୁରେଶ ପଟ୍ଟନାୟକ, ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ପଥଚାରୀମାନଙ୍କୁ ପଣା, ଲେମ୍ବ ସରବତ, ଓଆରଏସ୍‌, ଗ୍ଲୁକୋନ-ଡ଼ି ବଣ୍ଟନ କରିବା ସହିତ ଲୋକମାନଙ୍କୁ ମହାମାରୀ କରୋନା ଉପରେ ସଚେତନ କରାଇଥିଲେ।

ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା

May 19, 2026

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026
Latest News

ବଦଳିଲା CRUTର ନାଁ

May 19, 2026

RBI ର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ବ୍ୟାଙ୍କର ଲାଇସେନ୍ସ କଲା ବାତିଲ

May 19, 2026

ସମ୍ବଲପୁରରେ ପୁଣି ଏନକାଉଣ୍ଟର

May 19, 2026

ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ

May 19, 2026

ଗାଡ଼ି ପାର୍କିଂରୁ ଆରମ୍ଭ ହେଲା ବିବାଦ: ଏସ୍ ପି ​​ସାଂସଦ ଇକ୍ରା ହାସନ ଅଟକ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.