Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭାରତରତ୍ନ ଡଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ଆଞ୍ଚଳିକ

ଭାରତରତ୍ନ ଡଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

April 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତରତ୍ନ ଡଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ବର: ସାମାଜିକ ନ୍ୟାୟ, ସାମ୍ୟବାଦ ପ୍ରତିଷ୍ଠା, ସମତାଭିତ୍ତିକ ସମାଜ ଗଠନରେ ଆମ୍ବେଦକରଙ୍କ ଭୂମିକା ଅତୁଳନୀୟ ଥିଲା। ତାଙ୍କ ଦ୍ୱାରା ପ୍ରଣୀତ ସମ୍ବିଧାନ ଆଜି କୋଟି କୋଟି ଭାରତୀୟଙ୍କ ଜୀବନଧାରାରେ ମାର୍ଗଦର୍ଶିକା ହୋଇଛି। ଛାତ୍ରଛାତ୍ରୀମାନେ ତାଙ୍କ ସମ୍ପର୍କରେ ଅଧିକରୁ ଅଧିକ ପୁସ୍ତକ ପଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆଜି ଅପରାହ୍ଣରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗଦେଇ ଅତିଥି ଓ ବକ୍ତାମାନେ ପ୍ରକାଶ କରିଛନ୍ତି।

କାର‌୍ୟ୍ୟକ୍ରମକୁ ରାଜ୍ୟ ଜଳ ସଂପଦ ଓ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଉଦ୍ ଘାଟନ କରି ସାମାଜିକନ୍ୟାୟ, ସାମ୍ୟବାଦ ପ୍ରତିଷ୍ଠା, ସମତାଭିତ୍ତିକ ସମାଜ ଗଠନରେ ଆମ୍ବେଦକରଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ କୁସଂସ୍କାରମୁକ୍ତ ସମାଜ ଗଠନର ସଂକଳ୍ପନେଇ ଭାରତ ବର୍ଷରେ ନୂଆ ଯୁଗର ନାଗରିକ ହୋଇ ଆଗକୁ ବଢିବାକୁ ସେ ଆହ୍ୱାନ ଦେଇଥିଲେ। କାର‌୍ୟ୍ୟକ୍ରମରେ ରାଜ୍ୟ ଇଲେକ୍ଟ୍ରୋନିକ୍, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ସେବାମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ କହିଥିଲେ ଯେ, ଡଃ ବାବା ସାହେବ ଆମ୍ବେଦକର ନିଜର ସାଧନା ଓ ନିଷ୍ଠା ବଳରେ କେବଳ ଭାରତରେ ନୁହେଁ, ବିଦେଶରେ ଆମ ଦେଶର ଗୌରବକୁ ପ୍ରତିଷ୍ଠିତ କରିପାରିଥିଲେ।

ଦେଶ ସ୍ୱାଧୀନ ହେବା ପରେ ଭାରତର ସମ୍ବିଧାନ ପ୍ରଣୟନଠାରୁ ଆରମ୍ଭ କରି ଅସ୍ପୃଶ୍ୟତା ନିବାରଣ କ୍ଷେତ୍ରରେ ତାଙ୍କର କାର‌୍ୟ୍ୟାବଳୀ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ। ସେ ଥିଲେ ଗଣତନ୍ତ୍ର ଓ ସମାଜ ବାଦର ଜଣେ ଦୃଢ ପ୍ରବକ୍ତା ଓ ବହୁମୁଖୀ ପ୍ରତିଭାର ଅଧିକାରୀ। ଜାତିପ୍ରଥା ଭଳି ମାରାତ୍ମକ ସାମାଜିକ ବ୍ୟାଧିରୁ ମୁକ୍ତ ହୋଇ ଏକ ସୁସ୍ଥ ସମାଜ ଗଠନ କରିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ତଥା ଆଲୋଚକ ପ୍ରାଧ୍ୟାପକ ଧନେଶ୍ୱର ସାହୁ ଡଃ ଆମ୍ବେଦକରଙ୍କ ଛାତ୍ର ଜୀବନ, ତାଙ୍କ ଜୀବନର ବହୁ ନିର୍ଣ୍ଣାୟକ ତଥ୍ୟ ଉପରେ ଆଲୋକପାତ କରିବା ସହିତ ସାମାଜିକ କୁସଂସ୍କାରର ବିଲୋପ, ମାନବିକତାମୂଲ୍ୟବୋଧରେ ଉନ୍ନତି ଓ ବୁଦ୍ଧିଦୀପ୍ତ ସମାଜ ଗଠନରେ ବାବା ସାହେବଙ୍କ ଆଦର୍ଶ ଓ ଆହ୍ୱାନ ସର୍ବଦା ଅନୁକରଣୀୟ ହେବ ବୋଲି ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସମ୍ପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଉଦ୍ଦୀପନା ଆଣିବାକୁ ହେଲେ ବାବା ସାହେବ ଆମ୍ବେଦକରଙ୍କ ରାସ୍ତାକୁ ଆପଣେଇବା ଆବଶ୍ୟକ ବୋଲି କହିଥିଲେ । ସୂଚନା ଓ ଲୋକ ସଂପର୍କ ବଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର‌୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ସଚ୍ଚିଦାନନ୍ଦ ବେହେରା ଜୟନ୍ତୀ ଉତ୍ସବର ସଂଯୋଜନା କରିଥିଲେ।

ଗତକାଲି ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ବିଭିନ୍ନ ବିଦ୍ୟାଳୟର ସାଂସ୍କୃତିକ ଦଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଏଭି ପବ୍ଲିକ ସ୍କୁଲ, ୟୁନିଟ୍-୮, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ୟୁନିଟ-୪, ଡିଏଭି ପବ୍ଲିକ ସ୍କୁଲ,କଳିଙ୍ଗ ନଗର, କ୍ୟାପିଟାଲ ହାଇସ୍କୁଲ-ୟୁନିଟ୍-୩, ସେଣ୍ଟ ଜୋସେଫ ହାଇସ୍କୁଲ, ୟନିଟ୍-୩, ବିଜେବି ଇଂରାଜୀ ମାଧ୍ୟମ ସ୍କୁଲ, ବିଜେବି ନଗରର ସାଂସ୍କୃତିକ କାର‌୍ୟ୍ୟକ୍ରମ ଦଳ ଏଠାରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରିଥିଲେ ଓ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆଜି ସକାଳେବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏଜି ଛକସ୍ଥିତ ଡଃ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଭାରତରତ୍ନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

କୋବା ତିର୍ଥଠାରେ ‘ସମ୍ରାଟ ସମ୍ପ୍ରତି’ ସଂଗ୍ରହାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 31, 2026

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ନାବାଳକ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.