Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ ୩୨୨ସି୪ର ଦୁଇଦିନିଆ ଜିଲ୍ଲା ବାର୍ଷିକ ସମ୍ମିଳନୀ
ଆଞ୍ଚଳିକ

ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ ୩୨୨ସି୪ର ଦୁଇଦିନିଆ ଜିଲ୍ଲା ବାର୍ଷିକ ସମ୍ମିଳନୀ

April 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରରେ ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ ୩୨୨ସି୪ ଜିଲ୍ଲାର ଜିଲ୍ଲା ସମ୍ମିଳନୀ ହୋଟେଲ ଏକ୍ସଲେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତୀୟ ଲାୟନ୍ସ କ୍ଲବ ଯାହାକି ପୃଥିବୀର ବୃହତମ ଏନ.ଜି.ଓ. ଭାବରେ ମାନ୍ୟତା ପାଇଛି, ତାହା ସାରା ପୃଥିବୀରେ ୨୧୦ ଦେଶରେ ୧୫ ଲକ୍ଷ ସଦସ୍ୟ ଅଛନ୍ତି। ଭାରତବର୍ଷରେ ଲାୟନ୍ସ କ୍ଲବରେ ସବୁଠାରୁ ଅଧିକ ସଦସ୍ୟ ଓ କ୍ଲବ ରହିଛନ୍ତି। ଓଡ଼ିଶାରେ ଲାୟନ୍ସ କ୍ଲବର ୩ଟି ଲାୟନ୍ସ ଜିଲ୍ଲା ଅଛି। ତାହା ମଧ୍ୟରୁ ଭୁବନେଶ୍ୱର (ଖୋର୍ଦ୍ଧା ଜିଲ୍ଲା) ଓ ଦକ୍ଷିଣର ୯ଟି ଜିଲ୍ଲା ନେଇ ୩୨୨ ସି୪ ଜିଲ୍ଲାର ଦୁଇଦିନିଆ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହେଉଛି।

ଏହି ସମ୍ମିଳନୀରେ ମଣିପୁରମ ଗୋଲ୍‌ଡ଼ର ମୁଖ୍ୟ ଲାୟନ ଭି.ପି. ନନ୍ଦକୁମାର ଯିଏକି ଭାରତବର୍ଷରୁ ଲାୟନ୍ସ କ୍ଲବର ଆନ୍ତର୍ଜାତୀୟ ନିର୍ଦ୍ଦେଶକ ଅଛନ୍ତି, ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ଓ ଏମ୍‌ସ ଭୁବନେଶ୍ୱର ର ପୂର୍ବତନ ନିର୍ଦ୍ଦେଶକ ଡ଼କ୍ଟର ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀର ମୁଖ୍ୟ ହେଉଛନ୍ତି ଜିଲ୍ଲା ୩୨୨ସି୪ର ଜିଲ୍ଲା ଗଭର୍ଣ୍ଣର ଲାୟନ ପୂର୍ଣ୍ଣଚନ୍ଦ୍ର ପାଢୀ।

ଏହି ସମ୍ମିଳନୀରେ ଭୁବନେଶ୍ୱର, ବ୍ରହ୍ମପୁର ଭଳି ବଡ଼ ବଡ଼ ସହରର ୪୫ କ୍ଲବର ସଦସ୍ୟମାନେ ଭାଗ ନେଇଛନ୍ତି। ୧୬ ଓ ୧୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଓଡ଼ିଶାରେ ଓ ଭାରତବର୍ଷରେ ଲାୟନ୍ସ କ୍ଲବ ମାନଙ୍କ ଉତ୍ତୋରତ୍ତର ଉନ୍ନତି ନିମନ୍ତେ କାର୍ଯ୍ୟ କରିବା ପାଇଁ ଆଲୋଚନା ହେବ ଓ ଲାୟନ୍ସ କ୍ଲବରେ ବିଭିନ୍ନ ବିଭାଗରେ ଭଲ କାମ କରୁଥିବା ସଦସ୍ୟମାନଙ୍କୁ ପୁରସ୍କୃତ କରାଯିବ।

ଏହି ସମ୍ମିଳନୀରେ କ୍ୟାବିନେଟ ସମ୍ପାଦକ ଲାୟନ ବିଜୟ କୁମାର ସାହୁ, ଅତିଥି କମିଟିର ଚେୟାରମ୍ୟାନ ଡ଼କ୍ଟର ସୁରେଶ ସାହୁ ତଥା ଅନ୍ୟ ଲାୟନ୍ସ କ୍ଲବର ନେତୃବର୍ଗ ଉପସ୍ଥିତ ଥିଲେ।

ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026

ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ୍ ଡାକଘରକୁ N-Gen ଡାକଘର ଭାବେ ମିଳିଲା ନୂତନ ରୂପ

September 8, 2026
Latest News

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026

ବିଦ୍ୟୁତ୍ ଆଘାତରେ ଚାଲିଗଲା ନାବାଳକର ଜୀବନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.