ବୀଜୟାନି ଫାଉଣ୍ଡେସନ ଓ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ବାର୍ଷିକ ଉତ୍ସବ

Published: Apr 20, 2022, 8:15 pm IST

ଭୁବନେଶ୍ୱର: ବୀଜୟାନି ଫାଉଣ୍ଡେସନ ଓ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ବାର୍ଷିକ ଉତ୍ସବ ନୂଆ ଦିଲ୍ଲୀ ଜେଏନ୍‌ୟୁ ଗାନ୍ଧୀ ମଞ୍ଚ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ପଦ୍ମଶ୍ରୀ ଶିଶିର ମିଶ୍ର ଯୋଗ ଦେଇଥିଲେ।

ଏହି ଅବସରରେ ମୁମ୍ବାଇ ଓଡ଼ିଆ ମହାସଂଘ ଓ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ଼ଃ ବିପିନ ମିଶ୍ରଙ୍କୁ ମନ୍ତ୍ରୀ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ। ପ୍ରବାସୀ ଓଡ଼ିଆମାନଙ୍କ ଆୟୋଜିତ ଏହି ଶୁଭେଚ୍ଛା ସମାରୋହରେ ବହୁ ବ୍ୟକ୍ତି ଯୋଗଦେଇ ଡ଼ଃ ମିଶ୍ରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦ୍ୱାରା ଓଡ଼ିଆ ଉପକୃତ ହେଉଥିବାରୁ ଉକ୍ତ ସଂସ୍ଥାର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ। ଡ଼ଃ ମିଶ୍ର ମୁଖ୍ୟ ଆୟୋଜକଙ୍କୁ ସାଂଗଠନିକ ଦକ୍ଷତାର ଭୂରୀ ଭୂରୀ ପ୍ରଶଂସା କରିଥିଲେ।

ଏହି ଉପଲକ୍ଷେ ଅନୁଷ୍ଠିତ ଉକ୍ତ ପ୍ରବାସୀ ବନ୍ଧୁମିଳନ ଉତ୍ସବରେ ଡ଼ଃ ମିଶ୍ରଙ୍କର ବନ୍ଧୁ, ଶୁଭଚିନ୍ତକ ଓ ପ୍ରଶଂସକମାନଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ଏଠାରେ କୋଭିଡ୍ ଯୋଗୁଁ ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ଡ଼ ମିଶ୍ର ଦିଲ୍ଲୀରେ ଗତ ସପ୍ତାହରେ ପଦାର୍ପଣ କରିଥିଲେ।

ଏହି ଅବସରରେ ନୃତ୍ୟ ଯଥା ଓଡ଼ିଶୀ, ମୋ କୋଣାର୍କ, ଆମ ପର୍ବ ପର୍ବାଣୀ, ସମ୍ବଲପୁରୀ, ଆମ ଗାଁର କଥା, ଆମ ରାଜ୍ୟ ଓଡ଼ିଶା, ଆମେ ଦୁହିତା, କୋରାପୁଟିଆ ନୃତ୍ୟ, ଜଙ୍ଗଲୀ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା। ସେହିପରି ଧେତ୍ ତେରିକା ନାଟକ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ରିତା ପାତ୍ର, ମୀନକେତନ ସାମଲ, ମୀନକେତନ ମିଶ୍ର, ପ୍ରବୀର କୁମାର ଓ ସଭ୍ୟମାନେ ପରିଚାଳନା କରିଥିଲେ।

Related posts