Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସବୁଜ ଭାରତ ତରଫରୁ ଜଳଛତ୍ର ସେବା ଶିବିର ଉଦ୍‌ଘାଟିତ
ଆଞ୍ଚଳିକ

ସବୁଜ ଭାରତ ତରଫରୁ ଜଳଛତ୍ର ସେବା ଶିବିର ଉଦ୍‌ଘାଟିତ

April 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସବୁଜ ଭାରତ ତରଫରୁ ନିକୋ ପାର୍କ ଛକ ହୋଣ୍ଡା ସୋରୁମ୍ ସମ୍ମୁଖରେ ଏକ ଜଳଛତ୍ର ସେବା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହି ଶିବିରକୁ ଉଦ୍‌ଘାଟନ କରି କହିଲେ ଯେ, ବର୍ତ୍ତମାନ ସାରା ରାଜ୍ୟରେ ଯେଉଁଭଳି ଭାବରେ ରୌଦ୍ରତାପ ବୃଦ୍ଧି ପାଉଛି, ତାହା ସାଧାରଣ ଜନତାଙ୍କ ଜୀବନ ଧାରଣ ଉପରେ ପ୍ରଭାବ ପକାଉଛି। ତଥାପି ଲୋକମାନେ ଖରାକୁ ଖାତିର ନକରି ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି।

ଅନେକ ଲୋକ ରାସ୍ତାରେ ଯାଉଥିବା ବେଳେ ପାନୀୟ ଜଳର ଘୋର ସଙ୍କଟ ଯୋଗୁଁ ନିଜର ତୃଷ୍ଣା ମେଣ୍ଟାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପଥଚାରୀମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସବୁଜ ଭାରତ ତରଫରୁ ଏହି ଜଳସେବା ଶିବିର ଅନୁଷ୍ଠିତ ହୋଇଥିବାରୁ ସେ ସବୁଜ ଭାରତ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ। ରାଜଧାନୀରେ ପ୍ରତି ୱାର୍ଡ଼ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳ ସେବା ଶିବିର ଖୋଲିଲେ ବହୁ ଲୋକ ଉପକୃତ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ୩୫ ନମ୍ବର ୱାର୍ଡ଼ର କର୍ପୋରେଟର ରଞ୍ଜୁଲତା ରାୟ, ୩୬ ୱାର୍ଡ଼ର କର୍ପୋରେଟର ଅଲ୍ଲିଅଳୀ ମଲ୍ଲିକ, ବିଜୁ ଜନତା ଦଳର ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ସାଧାରଣ ସମ୍ପାଦକ ପ୍ରବୀର ମହାନ୍ତି, ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ଦୂରଦର୍ଶୀର ସମ୍ପାଦକ ଦୁର୍ଗା ସାମନ୍ତରାୟ, ଡଃ ଜୀବନ ଦୀକ୍ଷିତ, କ୍ଲାପର ପ୍ରତିଷ୍ଠାତା ବିକାଶ ଦାଶ ପ୍ରମୁଖ ଉପସ୍ଥିତ ରହି ପଥଚାରୀମାନଙ୍କୁ ପାନୀୟ ଜଳ ବଣ୍ଟନ କରିଥିଲେ।

ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଜଳସେବା ଶିବିରରେ ଅନିଲ୍ କୁମାର ଦାସ, ଜି. ରାମଚନ୍ଦ୍ର, ହେମନ୍ତ କୁମାର ମୁଦୁଲି, ଅଜିତ କୁମାର ଜେନା ଓ ରଶ୍ମିରଞ୍ଜନ ପଣ୍ଡା, ମିଥୁନ ଭୋଇ, ଶକ୍ତି ମିଶ୍ର ପ୍ରମୁଖ ଜଳଛତ୍ର ଶିବିରକୁ ପରଚାଳନା କରିଥିଲେ। ସବୁଜ ଭାରତରର ସଭାପତି ସତ୍ୟବ୍ରତ ଜେନା କହିଛନ୍ତି ଯେ, ସମ୍ପ୍ରତି ରାଜ୍ୟରେ ଦିନକୁ ଦିନ ରୌଦ୍ରତାପ ବଢି ବଢି ଚାଲିଛି। ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଏକପ୍ରକାର ଠପ ହୋଇଯାଇଛି।

କ୍ରମାଗତ ଭାବେ ବୃକ୍ଷଛେଦନ ଫଳରେ ବଢୁଛି ବିଶ୍ୱତାପମାନ, ପାନୀୟ ଜଳର ଅଭାବରୁ ବୃଦ୍ଧିପାଉଛି ଅଂଶୁଘାତ ଜନିତ ମୃତ୍ୟୁ। ପଥଚାରୀମାନେ ତୃଷ୍ଣା ମେଣ୍ଟାଇବାକୁ ପାଣି ମୁନ୍ଦିଏ ପିଇବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଥିବାରୁ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ଏସବୁକୁ ଦୃଷ୍ଟିରେ ରଖିବ ଆମ ଅନୁଷ୍ଠାନ ଲୋକମାନଙ୍କୁ ଜଳସେବା ଯୋଗଇ ଦେବା ପାଇଁ ଏହି ଜଳସେବା ଶିବିରର ଆୟୋଜନ କରାଯାଇଛି। ଅନୁଷ୍ଠାନର ଏପରି ପ୍ରୟାସକୁ ସାଧାରଣ ଜନତା ସାଧୁବାଦ ଜଣାଇଛନ୍ତି।

ସବୁଜ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.