Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦିବ୍ୟଦିଗନ୍ତର ସ୍ୱନକ୍ଷତ୍ର ଉତ୍ସବ
ଆଞ୍ଚଳିକ

ଦିବ୍ୟଦିଗନ୍ତର ସ୍ୱନକ୍ଷତ୍ର ଉତ୍ସବ

April 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦିବ୍ୟ ଦିଗନ୍ତ ସାମାଜିକ ଅନୁଷ୍ଠାନର ସ୍ୱନକ୍ଷତ୍ର ଉତ୍ସବ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ‘ଗୀତଗୋବିନ୍ଦ ସଦନ’ ସଭାଗୃହରେ ଅତି ସୁନ୍ଦର କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପାଦିତ ହୋଇଯାଇଛି। ମୁଖ୍ୟ ଅତିଥି ପ୍ରଫେସର (ଡ଼କ୍ଟର) ଅଶୋକ ମହାପାତ୍ର, ଅନ୍ୟ ଅତିଥି ବୃନ୍ଦ, ଅନୁଷ୍ଠାନର ଅଧ୍ୟକ୍ଷା ମମତା ବିଶ୍ୱାଳ ଓ ସହ-ପ୍ରତିଷ୍ଠାତା ଓ ସଭାପତି ଜୟ ପ୍ରକାଶ ମିଶ୍ରଙ୍କ ଦ୍ୱାରା ଜଗନ୍ନାଥଙ୍କ ପାଦପଦ୍ମରେ ଦୀପଂଜ୍ୟୋତି ବନ୍ଦନା ଗାନ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରଯାଇଥିଲା, ଅତିଥିମାନଙ୍କୁ ଉତ୍ତରୀୟ ଓ ନିଆରା ଢ଼ଙ୍ଗରେ ଏକ ‘କର୍ପୁର ତୁଳସୀ’ର ଚାରା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ପରେ ସରସ୍ୱତୀ ବନ୍ଦନା ଓ ବନ୍ଦେ ଉତ୍କଳ ଜନନୀ ଗାନ ସହ ସଭାକାର୍ଯ୍ୟ ଅନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା। ବିଗତ ବର୍ଷମାନଙ୍କର କାର୍ଯ୍ୟବଳୀର ବିବରଣୀ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହେବାସହ ସଭାପତି ଜୟ ପ୍ରକାଶ ମିଶ୍ର ଏହାକୁ ପାଠ କରିଥିଲେ।

ମମତା ବିଶ୍ୱାଳ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟାବଳୀର ସୂଚନା ଦେବା ସହ ଯୋଗ, ଆକ୍ୟୁପ୍ରେସର ମାଧ୍ୟମରେ ବିନା ଔଷଧରେ ସୁସ୍ଥ ରହିବାର ଛୋଟଛୋଟ କୌଶଳ ଅତି ସୁନ୍ଦର ଭାବରେ ବୁଝାଇଥିଲେ। ନିରନ୍ତର ଭାବେ ଅନୁଷ୍ଠାନ ସହ ସମସ୍ତ କାର୍ଯ୍ୟରେ ଜଡିତ ଥିବା ବ୍ୟକ୍ତିବିଶେଷଙ୍କୁ ଅତିଥି ମାନଙ୍କ ଦ୍ୱାରା ଉତ୍ତରୀୟ ଓ ବ୍ରାହ୍ମୀ ଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ପ୍ରଫେସର ମହାପାତ୍ର ସ୍ୱାସ୍ଥ୍ୟ ସଚେତନତା ଉପରେ ଦେଶୀୟ ଚିକିତ୍ସା ପଦ୍ଧତିରେ ସୁସ୍ଥ ରହିବାର ବାର୍ତ୍ତା ପ୍ରଦାନ କରିଥିଲେ।

ମୁଖ୍ୟବକ୍ତା ଜଗଦାନନ୍ଦ ସମାଜ ପ୍ରତି ଜଣେ ସାମାଜିକ ଅନୁଷ୍ଠାନର ପ୍ରତିବଦ୍ଧତା ବିଷୟରେ ସାରଗର୍ଭକ ତଥ୍ୟ ଓ ନିଜର କାର୍ଯ୍ୟଶୈଳୀର ବର୍ଣ୍ଣନା ସହିତ ଅତି ସରଳ ଭାବରେ ବୁଝାଇଥିଲେ।

ସମ୍ମାନିତ ଅତିଥି ଭାବେ ସୁବ୍ରତ ପାଣିଗ୍ରାହୀ ଜନସାଧାରଣଙ୍କର ଅପରିଣାମ ଦର୍ଶିତା, ଦୂରଦୃଷ୍ଟିର ଅଭାବ ହେତୁ ପରିବେଷ ଅସନ୍ତୁଳିତ ହେଉଛି ଏହା ଉପରେ ଆଲୋକପାତ କରିଥିଲେ। ଏହାକୁ ରକ୍ଷା ନ କଲେ ଆଗାମୀ ଦିନରେ ବିଶ୍ୱ ଧ୍ୱଂସ ହେବାର କିଛି ପ୍ରାମାଣିକ ତଥ୍ୟ ପ୍ରଦାନ କରିଥିଲେ।

ଔଷଧୀୟ ବୃକ୍ଷର ଓ ବିଲୁପ୍ତ ପ୍ରାୟ କିଛି ଗଛ ସଭାଗୃହର ପ୍ରବେଶ ଦ୍ୱାର ସମ୍ମୁଖରେ ରଖାଯାଇ ଏକ ଉଦ୍ୟାନ ବଗିଚା ସୃଷ୍ଟି କରାଯାଇଥିଲା ଯାହାକି ସମସ୍ତଙ୍କର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଦିବ୍ୟ ଦିଗନ୍ତର ଏହି ପ୍ରୟାସକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ଓ ସମସ୍ତେ ନିଜ ନିଜ ବାଡିରେ କିଛିକିଛି ଔଷଧିୟ ଚାରା ରୋପଣର ସଂକଳ୍ପ ନେଇଥିଲେ । ପରିଶେଷରେ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ଗଣିତ ଦିବସ ପାଳନ, ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର

December 22, 2025

ପିଚିକୁଳି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଶିବିର

December 22, 2025

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର ଓ ନୂତନ ଅଧ୍ୟାପକଙ୍କୁ ସ୍ବାଗତ

December 22, 2025

ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

December 20, 2025
Latest News

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା କିଷାନ ଦିବସ ପାଳିତ

December 23, 2025

ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦଙ୍କ ଡିଭିଜନାଲ୍ କମିଟି ବୈଠକ

December 23, 2025

BSFରେ ଦଶମ ଶ୍ରେଣୀ ପାସ୍ ପ୍ରାର୍ଥୀଙ୍କ ପାଇଁ ବଡ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

December 23, 2025

ଭିବି ଜୀ ରାମ ଜୀ ଯୋଜନା ଅଧୀନରେ ୧.୫୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆବଣ୍ଟନ ପ୍ରସ୍ତାବିତ: କୃଷି ମନ୍ତ୍ରୀ

December 23, 2025

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିବ ନୂଆ ଅଧିନାୟକ!: ଦାୟିତ୍ୱ ନେବେ ଭାରତର ଏହି ତାରକା ଖେଳାଳି

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.