Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»“ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ”: ଚିଲିକାରେ ୧୮୦ ଟି ଗାଈଙ୍କୁ ମାଗଣା ଟିକା ଓ ଔଷଧ ବଣ୍ଟନ କଲା ରୋଟାରି କ୍ଲବ
ଆଞ୍ଚଳିକ

“ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ”: ଚିଲିକାରେ ୧୮୦ ଟି ଗାଈଙ୍କୁ ମାଗଣା ଟିକା ଓ ଔଷଧ ବଣ୍ଟନ କଲା ରୋଟାରି କ୍ଲବ

April 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି “ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ” ଉପଲକ୍ଷେ ବାଲୁଗାଁ “ପ୍ରାଣୀ ସମ୍ବଳ ବିକାଶ ବିଭାଗ  ସହଯୋଗରେ “ବାଣପୁର-ବାଲୁଗାଁ ରୋଟାରୀ କ୍ଳବ” ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ଖାରିବନ୍ଧ ଠାରେ ଏକ ପ୍ରାଣୀ ଚିକିତ୍ସା ଶିବିରର ଆୟୋଜନ କରାଯାଇଛି। ଏହି ଚିକିତ୍ସା ଶିବିରରେ ପ୍ରାୟ ୧୮୦ ଟି ଗାଈଙ୍କୁ ମାଗଣା ଟିକା ଓ ଔଷଧ ପ୍ରଦାନ କରାଯାଇଛି।

ଏହି ଅବସରରେ ଏକ ସାଧାରଣ ସଭା କରାଯାଇଥିଲା। କ୍ଳବର ପୂର୍ବତ୍ତନ ସଭାପତି ରବିନାରାୟଣ ନାୟକ ତାଙ୍କ ବକ୍ତବ୍ୟରେ ଅଗ୍ରଣୀ ସମାଜ ପାଇଁ ପଶୁଧନର ବିକାଶର ପ୍ରୟୋଜନ ତଥା ପରିପୁଷ୍ଠ ଖାଦ୍ୟ ସମସ୍ୟା ଏବଂ ସେଥି ନିମନ୍ତେ ଜୈବିକ ଖତର ଆବଶ୍ୟକତାକୁ ଉପଲବ୍ଧି କରି ପଶୁଧନ ସମ୍ବଳର ବିକାଶ ନିତ୍ୟାନ୍ତ ପ୍ରୟୋଜନ ମନେହୁଏ ବୋଲି କହିଥିଲେ। ଏହା ସହିତ ଦେଶ ବା ରାଜ୍ୟର ଅର୍ଥନୈତିକ ସ୍ଥିତି ହେଉ କିମ୍ବା ମନୁଷ୍ୟ ସ୍ବାବଲମ୍ବୀ ହେବା ନିମିତ୍ତ ପଶୁଧନ ବିକାଶରେ ଯେଉଁ ପଶୁ ଚିକିତ୍ସକ ମାନେ ଉଦ୍ୟମରତ ଅଛନ୍ତି, ସେମାନେ ନିଶ୍ଚିତ ଧନ୍ୟବାଦର ପାତ୍ର ବୋଲି କହିଥିଲେ।

ସେହିପରି ସଭାପତି ଗୋପାଳଚନ୍ଦ୍ର ନାୟକ ଆଜି ଭଳି ଏକ ମହତ୍ତ୍ବପୂର୍ଣ୍ଣ ଦିବସରେ ପଶୁ ପାଳନକାରୀ ଏବଂ ଡାକ୍ତର ବନ୍ଧୁଙ୍କ ଗହଣରେ ରୋଟାରୀ କ୍ଳବ ବାଣପୁର – ବାଲୁଗାଁ ନିଜକୁ ସାମିଲ କରାଇ ଗୌରାବାନ୍ଵିତ ଅନୁଭବ କରୁଅଛି ବୋଲି କହିଥିଲେ।

ପ୍ରାଣା ଚିକିତ୍ସକ ଡାକ୍ତର ଦେବାଶିଷ ଦାସ ଏବଂ ଡାକ୍ତର ସମାପିକା ମହାପାତ୍ର ଚାଷୀ ମାନଙ୍କ ପାଇଁ ସରକାରଙ୍କ ଥିବା ପ୍ରୋତ୍ସାହନ ତଥା ଅନ୍ୟାନ୍ୟ ସୁବିଧା ଉପରେ ଆଲୋକ ପାତ କରିଥିଲେ।

ଅଗ୍ରଣୀ ଚାଷୀ ଖାରିବନ୍ଧ ଗ୍ରାମର କୃଷ୍ଣଚନ୍ଦ୍ର ରାଉତରାୟ, ପାରିକଂସାରୀ ଗ୍ରାମର ପ୍ରଶନ୍ନ କୁମାର ସାମନ୍ତରାୟ ସେମାନଙ୍କ ଅଭିଜ୍ଞତା ବିଷୟ କହିଥିଲେ।

ଏହି ଅବସରରେ ଉଭୟ ଡାକ୍ତରଙ୍କ ସହିତ ପ୍ରାଣୀଧନ ନିରିକ୍ଷକ ସଂଗ୍ରାମ କେଶରୀ ପାଇକରାୟ ଏବଂ ସହାୟକ ଶଙ୍କର ମହାପାତ୍ର ଓ ତାପସ କୁମାର ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଏବଂ ଉଭୟ ଅଗ୍ରଣୀ ଚାଷୀଙ୍କ ସହିତ ହାଟବରଡିହ ଗ୍ରାମର ଦୂର୍ଗା ଦେବୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।

ଶେଷରେ ସଂପାଦକ ସଚ୍ଚିଦାନନ୍ଦ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଳବର ପ୍ରାକ୍ତନ ସଭାପତି ବିଜୟ କୁମାର ନନ୍ଦ ଓ ଧୀରେନ୍ଦ୍ରନାଥ ପାତ୍ରଙ୍କ ସମେତ ସଭ୍ୟ
ସୁନୀଲ କୁମାର ପାତ୍ର, ରବିନ୍ଦ୍ରନାଥ ପ୍ରଧାନ, ହିମାଂଶୁ କୁମାର ପାତ୍ର, ଗଗନ ବିହାରୀ ବେହେରା, ସନ୍ତୋଷ କୁମାର ପାତ୍ର ପ୍ରମୂଖ ସହଯୋଗ କରିଥିଲେ।

ଚିଲିକା ବାଣପୁର-ବାଲୁଗାଁ ରୋଟାରୀ କ୍ଳବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026
Latest News

ବିକ୍ରମ-୧: ଭାରତର ମହାକାଶ ଭବିଷ୍ୟତର ନୂତନ ଦିଗ

July 19, 2026

ରାଜ୍ୟର ଚାରୋଟି ବିଦ୍ୟୁତ୍ ବିତରଣ କମ୍ପାନୀର କାର୍ଯ୍ୟଦକ୍ଷତା ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

July 19, 2026

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଅଧୀନରେ ସ୍ଥାୟୀ ଜୀବିକା ବିକାଶକୁ ପ୍ରୋତ୍ସାହନ

July 19, 2026

NDAରେ ଯୋଗଦେବେ ନା କଂଗ୍ରେସରେ ବିଲୟ ହେବ ଶରଦ ପାୱାର ଗୋଷ୍ଠୀ?: ସୁପ୍ରିୟା ସୁଲେ କହିଲେ…

July 19, 2026

ସଂଶୋଧିତ ଉଡାନ୍‌: ଆହୁରି ସୁଦୃଢ ହେବ ଦେଶର ଆଞ୍ଚଳିକ ବିମାନସେବା ନେଟଓ୍ବର୍କ

July 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.