Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦଙ୍କ, ୧୦୪ତମ ଜୟନ୍ତୀ ପାଳିତ
ଆଞ୍ଚଳିକ

ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦଙ୍କ, ୧୦୪ତମ ଜୟନ୍ତୀ ପାଳିତ

May 4, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦଙ୍କ, ୧୦୪ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶାରେ ଗୁରୁକୁଳ ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା, ଆର୍ଯ୍ୟସମାଜର ଅନନ୍ୟ ପ୍ରଚାରକ ତଥା ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ୧୦୪ତମ ଜୟନ୍ତୀ ଆଜି ପୂର୍ବାହ୍ନରେ ୟୁନିଟ୍‌-୯ ଫ୍ଲାଟସ୍ଥିତ ଆର୍ଯ୍ୟଭବନଠାରେ ସ୍ୱାମୀ ବ୍ରହ୍ମାନନ୍ଦ ସେବା ଟ୍ରଷ୍ଟ ଓ ଆର୍ଯ୍ୟ ସମାଜ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ କୋଳଥିଆସ୍ଥିତ ସ୍ମୃତିବନଠାରେ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ଉଦ୍ଦେଶ୍ୟରେ ରୋପିତ ବକୁଳ ବୃକ୍ଷକୁ ପୂଜା ସହ ଜଳଦାନ କରାଯାଇଥିଲା। ଅତିଥି ଭାବେ ଯୋଗଦେଇ ପ୍ରଫେସର ବୁଦ୍ଧଦେବ ବିଶ୍ର କହିଲେ ଯେ, ସ୍ୱାମିଜୀ ଓଡ଼ିଶାରେ ଦ୍ୱିତୀୟ ଗୋପବନ୍ଧୁ। ସେ କେବଳ ସଂସ୍କୃତ ଶିକ୍ଷାକୁ ଗୁରୁତ୍ୱ ଦେଉନଥିଲେ, ବଢି, ମରୁଡ଼ି ସମୟରେ ପ୍ରପୀଡ଼ିତ ଜନତାଙ୍କ ନିକଟରେ ପ୍ରଥମେ ଠିଆ ହେଉଥିଲେ। ସେ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦଙ୍କ ନୀତି ଆଦର୍ଶ ଓ ସଂସ୍କାରର ବାର୍ତ୍ତାକୁ ସହର ଠାରୁ ଗ୍ରାମାଞ୍ଚଳ ବିଶେଷକରି ଗିରିଜନ ମାଳ ଅଞ୍ଚଳରେ ପହଞ୍ଚାଇବାରେ ସତତ ଚେଷ୍ଟିତ ଥିଲେ।

ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ଦ୍ୱାରା ଆର୍ଯ୍ୟଭବନ ଠାରେ ଶାନ୍ତିଯଜ୍ଞ ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ପୁଷ୍ପରାଜ ପ୍ରଧାନ, ବରୁଣ ରାଜ, ପ୍ରଜ୍ଞାରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ମହାପାତ୍ର ଓ ବାସ୍ତୁବିତ୍ ଡଃ ମନୋଜ ଲେଙ୍କା ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ଗଣିତ ଦିବସ ପାଳନ, ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର

December 22, 2025

ପିଚିକୁଳି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଶିବିର

December 22, 2025

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର ଓ ନୂତନ ଅଧ୍ୟାପକଙ୍କୁ ସ୍ବାଗତ

December 22, 2025

ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

December 20, 2025
Latest News

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା କିଷାନ ଦିବସ ପାଳିତ

December 23, 2025

ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦଙ୍କ ଡିଭିଜନାଲ୍ କମିଟି ବୈଠକ

December 23, 2025

BSFରେ ଦଶମ ଶ୍ରେଣୀ ପାସ୍ ପ୍ରାର୍ଥୀଙ୍କ ପାଇଁ ବଡ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

December 23, 2025

ଭିବି ଜୀ ରାମ ଜୀ ଯୋଜନା ଅଧୀନରେ ୧.୫୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆବଣ୍ଟନ ପ୍ରସ୍ତାବିତ: କୃଷି ମନ୍ତ୍ରୀ

December 23, 2025

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିବ ନୂଆ ଅଧିନାୟକ!: ଦାୟିତ୍ୱ ନେବେ ଭାରତର ଏହି ତାରକା ଖେଳାଳି

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.