Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସୂଚନା ଓ ଲୋକ ସଂପର୍କ ବିଭାଗ କେନ୍ଦ୍ରାଂଚଳ ଉପ ନିର୍ଦ୍ଦେଶକଙ୍କ ବାଲିପାଟଣା ସୂଚନା କେନ୍ଦ୍ର ପରିଦର୍ଶନ
ଆଞ୍ଚଳିକ

ସୂଚନା ଓ ଲୋକ ସଂପର୍କ ବିଭାଗ କେନ୍ଦ୍ରାଂଚଳ ଉପ ନିର୍ଦ୍ଦେଶକଙ୍କ ବାଲିପାଟଣା ସୂଚନା କେନ୍ଦ୍ର ପରିଦର୍ଶନ

May 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୂଚନା ଓ ଲୋକ ସଂପର୍କ ବିଭାଗ କେନ୍ଦ୍ରାଂଚଳ ଉପ ନିର୍ଦ୍ଦେଶକଙ୍କ ବାଲିପାଟଣା ସୂଚନା କେନ୍ଦ୍ର ପରିଦର୍ଶନ

ଭୁବନେଶ୍ୱର: ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶକ(କେନ୍ଦ୍ରାଂଚଳ) ଶ୍ରୀ ହେମନ୍ତ କୁମାର ନାୟକ ଆଜି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ତଦାରଖ ପରିପ୍ରେକ୍ଷୀରେ ପୂର୍ବାହ୍ଣରେ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ତଥା ଏହି କାର୍ଯ୍ୟାଳୟ ତତ୍ୱାବଧାନରେ ପରିଚାଳିତ ବାଲିପାଟଣା ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଥିଲ। ପାଠାଗାର ପରିଦର୍ଶନ କରି ଶ୍ରୀ ନାୟକ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ ।

ବିଦ୍ୟୁତ ସରବରାହ ବ୍ୟାଘାତ ହେଲେ ପାଠାଗାରରେ ନିରବିଚ୍ଛିନ୍ନ ବିଦ୍ୟୁତ ପାଇଁ ଏଠାରେ ଇନଭର୍ଟର ବ୍ୟବସ୍ଥା, ପାଠାଗାରରେ ଟିଭି ସେଟ୍‌ର ବ୍ୟବସ୍ଥା ସହ ପୁସ୍ତକଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ଉପ ନିର୍ଦ୍ଦେଶକ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପଠାଣି ରାଉତ ଓ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ଶ୍ରୀ ଗୌରଚନ୍ଦ୍ର ମହାପାତ୍ରଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ପାଠାଗାରରେ ପାଠକପାଠିକା ସଂଖ୍ୟା ବୃଦ୍ଧି ପାଇଁ ଏଠାରେ ବିଭିନ୍ନ ମହାପୁରୁଷଙ୍କ ଜୟନ୍ତୀ ବା ଶ୍ରାଦ୍ଧୋତ୍ସବରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କରିବା ସହ ପାଠାଗାରର ଉପଯୋଗିତା ସମ୍ପର୍କରେ ସେମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରାଇବା ନେଇ ଆଲୋଚନା କରାଯାଇଥିଲା । ପାଠାଗାରଟି ବର୍ତମାନ ଭଡାଘରେ ଚାଲୁଥିବାରୁ ଏଥିପାଇଁ ସ୍ଥାୟୀ ଘର ନିମନ୍ତେ ସରକାରୀ ଜାଗା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ ।

ଅପରାହ୍ଣରେ ଉପ ନିର୍ଦ୍ଦେଶକ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଭୁବନେଶ୍ୱରଙ୍କ କାର୍ଯ୍ୟାଳୟ ତଦାରଖ କରିଥିଲେ । କାର୍ଯ୍ୟାଳୟ ତରଫରୁ ତାଙ୍କୁ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ । ଶ୍ରୀ ନାୟକ ଏହି ପରିପ୍ରେକ୍ଷୀରେ କାର୍ଯ୍ୟାଳୟର ଆବଶ୍ୟକ ନଥି ଓ ରେଜିଷ୍ଟର ଯାଂଚ କରିଥିଲେ । ପ୍ରତ୍ୟେକ ସରକାରୀ କାର୍ଯ୍ୟର ସଠିକ୍ ଭାବେ ନିର୍ବାହ କରିବା, ସାଂବାଦିକଙ୍କ କଲ୍ୟାଣ, ହକର ପରିଚୟ ପତ୍ର ପ୍ରଦାନ, ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍‌୍ୟବୀମା ଯୋଜନାରେ ପରିଚୟ ପ୍ରଦାନ , କାର୍ଯ୍ୟାଳୟ ଦ୍ଲାରା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସଫଳ ପ୍ରସାର ପ୍ରସାର ସଂପର୍କରେ ଉପନିର୍ଦ୍ଦେଶକ ଶ୍ରୀ ନାୟକ ପଚାରି ବୂଝିବା ସହ କାର୍ଯ୍ୟାଳୟକୁ ଅଧିକ କ୍ରିୟାଶୀଳ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ସୂଚନା ଓ ଲୋକ ସଂପର୍କ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

February 28, 2026

ବାଣପୁର: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ “ଜାତୀୟ ବିଜ୍ଞାନ ଦିବସ”

February 28, 2026
Latest News

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.